ମାଡିବ ନାହିଁ କଲେଜ୍ କ୍ୟାମ୍ପସ୍ : ଅମାନିଆ ପିଲାର ଅବୁଝା ସେଲ୍‌ଫି ପଢନ୍ତୁ କେଉଁଠି ଉଠାଉଥିଲେ ଫଟୋ

ସମୟ ବଦଳିଛି। ପରଫେକ୍ଟ ସେଲ୍‌ଫି ରେସ୍‌ରେ ଏବେ ପୂରା ଯୁବଗୋଷ୍ଠୀ। ସ୍ମାର୍ଟଫେ।ନ ସେଲ୍‌ଫି ମୋହରେ ବାନ୍ଧି ହୋଇପଡିଛି ଆଜିର ଛାତ୍ରସମାଜ। ନିଜର ପ୍ରତି ମୁହୁର୍ତ୍ତର ଦୃଶ୍ୟକୁ ସେଲ୍‌ଫି ମାଧ୍ୟମରେ କଏଦ୍ କରୁଛି ମୋବାଇଲ୍ ଫେ।ନରେ। ପରଫେକ୍ଟ ସେଲ୍‌ଫି ପାଇଁ ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇ କେହି କେହି ପୁରସ୍କୃତ ମଧ୍ୟ ହୋଇଛନ୍ତି। ତେବେ ଗୁଜରାଟର ଭତ୍ସଲ କର୍ମତଙ୍କୁ ସେଲ୍‌ଫି ଉଠାଇବା ମହଙ୍ଗ। ପଡିଛି। ଏହି ସେଲ୍‌ଫିର ମୋହ ତାଙ୍କ ପାଠ ପଢାରେ ବାନ୍ଧି ଦେଇଛି ଡୋରୀ। […]

selfie 1

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 04:24 PM IST

ସମୟ ବଦଳିଛି। ପରଫେକ୍ ସେଲ୍‌ଫି ରେସ୍‌ରେ ଏବେ ପୂରା ଯୁବଗୋଷ୍ଠୀ। ସ୍ମାର୍ଟଫେ।ନ ସେଲ୍‌ଫି ମୋହରେ ବାନ୍ଧି ହୋଇପଡିଛି ଆଜିର ଛାତ୍ରସମାଜ। ନିଜର ପ୍ରତି ମୁହୁର୍ତ୍ତର ଦୃଶ୍ୟକୁ ସେଲ୍‌ଫି ମାଧ୍ୟମରେ କଏଦ୍ କରୁଛି ମୋବାଇଲ୍ ଫେ।ନରେ।

ପରଫେକ୍ଟ ସେଲ୍‌ଫି ପାଇଁ ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇ କେହି କେହି ପୁରସ୍କୃତ ମଧ୍ୟ ହୋଇଛନ୍ତି। ତେବେ ଗୁଜରାଟର ଭତ୍ସଲ କର୍ମତଙ୍କୁ ସେଲ୍‌ଫି ଉଠାଇବା ମହଙ୍ଗ। ପଡିଛି। ଏହି ସେଲ୍‌ଫିର ମୋହ ତାଙ୍କ ପାଠ ପଢାରେ ବାନ୍ଧି ଦେଇଛି ଡୋରୀ। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ।

ସେଲ୍‌ଫି ପାଇଁ ଆସିଛି ସମନ୍। ଗୁଜରାଟ ମାଧ୍ୟମିକ ଶିକ୍ଷାବୋର୍ଡର ଶୃଙ୍ଖଳାଗତ କମିଟି ୧୭ ବର୍ଷିୟ ଭତ୍ସଲ କର୍ମତଙ୍କ ନାଁରେ ପଠାଇଛି ସମନ। ଶୃଙ୍ଖଳା ଭଙ୍ଗ କରି ପରୀକ୍ଷା ହଲ୍ ଭିତରେ ସେଲ୍‌ଫି ଉଠାଇବା ମହଙ୍ଗ। ପଡିଛି ଭତ୍ସଲଙ୍କୁ। ଶୃଙ୍ଖଳା କମିଟି ନିଷ୍ପତ୍ତି ଅନୁଯାୟୀ ଏଥିପାଇଁ ଦୁଇ ବର୍ଷ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ଭତ୍ସଲ। ଏଥିସହ ବୋର୍ଡ ଭତ୍ସଲଙ୍କୁ ଚଳିତ ବର୍ଷ ପରୀକ୍ଷା ଦେଇଥିବା ସମସ୍ତ ପେପ୍‌ରରେ ଫେଲ କରିଛି । ୨୦୧୪ ମସିହାରେ ବୋର୍ଡ ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା ହଲ୍ ଭିତରେ ସେଲ୍‌ଫି ଉଠାଇଥିଲେ ଭତ୍ସଲ। ତେବେ ଭତ୍ସଲଙ୍କ ଏହି କାରାନାମା ଧରା ପଡି ଯାଇଥିଲା ସିସିଟିଭି ନଜରରେ। ଏହି ଘଟଣାକୁ ବୋର୍ଡ ଗୁରୁତର ଭାବେ ନେବା ସହ ୨୦୧୯ ପର୍ଯ୍ୟନ୍ତ ଭତ୍ସଲଙ୍କୁ ପରୀକ୍ଷା ଦେବାରୁ ବାସନ୍ଦ କରିଛି।

ଏହି ଘଟଣା ସେଲଫି  ପାଇଁ ପାଗଳ ହେଉଥିବା ଛାତ୍ରଛାତୀଙ୍କ ପାଇଁ ଏକ ସନ୍ଦେଶ। ଯେଉଁମାନେ ପରଫେକ୍ଟ ସେଲ୍‌ଫି ପାଇଁ  ସ୍ଥାନ,କାଳ ଓ ପାତ୍ର ମଧ୍ୟ ଦେଖି ନଥାନ୍ତି।

courtesy-Times of india

 

 

Related story