କଲେକ୍ଟର ପୁଅ, କିନ୍ତୁ ବାପାଙ୍କଠୁ ଆଣନ୍ତି ପକେଟ୍ ମନି

ପିଲାମାନେ ସଫଳତା ପାଇଲେ ଓ ଜୀବନରେ ଆଗକୁ ବଢିଲେ ସବୁଠୁ ଅଧିକ ଖୁସି ହୁଅନ୍ତି ସେମାନଙ୍କ ବାପା ମାଆ। ଛୋଟବେଳୁ ପାଳିପୋଷି ଆସିଥିବା ପିଲା ଯେତେବେଳେ ନିଜ ଗୋଡ଼ରେ ଠିଆହେବା ଶିଖିଯାଏ, ସେତେବେଳେ ପିତାମାତାଙ୍କ ଚିନ୍ତା ଚାଲିଯାଏ। ଭଲଭାବେ କେଉଁ କୂଳରେ ଟିକେ ଲାଗିଗଲେ ବୃଦ୍ଧକାଳେ ସେମାନଙ୍କୁ ସାହା ହେବା ଆଶାରେ ରହିଥାନ୍ତି ସବୁ ବାପାମାଆ। ସେଥିପାଇଁ ଯଦି ପୁଅଟିଏ ଭଲ ଚାକିରିଟିଏ କଲା, ତେବେ ସବୁ ସମସ୍ୟାର ଅନ୍ତ ଘଟିଲା ବୋଲି ଜାଣନ୍ତୁ। ଏମିତିରେ ଯଦି […]

ias,

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 04:20 PM IST

ପିଲାମାନେ ସଫଳତା ପାଇଲେ ଓ ଜୀବନରେ ଆଗକୁ ବଢିଲେ ସବୁଠୁ ଅଧିକ ଖୁସି ହୁଅନ୍ତି ସେମାନଙ୍କ ବାପା ମାଆ। ଛୋଟବେଳୁ ପାଳିପୋଷି ଆସିଥିବା ପିଲା ଯେତେବେଳେ ନିଜ ଗୋଡ଼ରେ ଠିଆହେବା ଶିଖିଯାଏ, ସେତେବେଳେ ପିତାମାତାଙ୍କ ଚିନ୍ତା ଚାଲିଯାଏ। ଭଲଭାବେ କେଉଁ କୂଳରେ ଟିକେ ଲାଗିଗଲେ ବୃଦ୍ଧକାଳେ ସେମାନଙ୍କୁ ସାହା ହେବା ଆଶାରେ ରହିଥାନ୍ତି ସବୁ ବାପାମାଆ। ସେଥିପାଇଁ ଯଦି ପୁଅଟିଏ ଭଲ ଚାକିରିଟିଏ କଲା, ତେବେ ସବୁ ସମସ୍ୟାର ଅନ୍ତ ଘଟିଲା ବୋଲି ଜାଣନ୍ତୁ। ଏମିତିରେ ଯଦି ପୁଅଟିଏ କେଉଁ ଉଚ୍ଚ ପଦରେ ରହିଲା କିମ୍ବା ଆଇଏଏସ୍ ପାଇ କଲେକ୍ଟର ହୋଇଯାଏ, ତେବେ ତ ସୋନେ ପେ ସୋହାଗା। ଅର୍ଥାତ ବାପା ମାଆଙ୍କ ଚିନ୍ତା ଯାଏ। ପିଲାର ରୋଜଗାରରେ ହିଁ ଚଳେ ପୂରା ପରିବାର। ବାପା ମାଆଙ୍କୁ ଆଉ ସେମାନଙ୍କ ପକେଟ୍ ମନି କଥା ଚିନ୍ତା କରିବାକୁ ପଡ଼େନି। କିନ୍ତୁ ଆଇଏଏସ୍ ଅଫିସର ସଞ୍ଜୟ ଗୋୟଲଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ସଞ୍ଜୟ ଏବେ ଅଛନ୍ତି ଗ୍ୱାଲିଅରର କଲେକ୍ଟର। ସଞ୍ଜୟ ଏବେବି ତାଙ୍କ ବାପାଙ୍କଠାରୁ ପକେଟ୍ ମନି ଆଣନ୍ତି। ତାଙ୍କର ସବୁ ଖର୍ଚ୍ଚ ଦିଅନ୍ତି ତାଙ୍କ ବାପା। ଆପଣ ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିୟ। ଜଣେ ପିଲା କଲେକ୍ଟର ହୋଇସାରିବା ପରେ ବି କାହିଁକି ବାପାଙ୍କଠାରୁ ପକେଟ ମନି ଆଣୁଛି ତାହା ହିଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବ। ତେବେ କଥାଟା ସତ ହେଲେବି ଏହାର ଦିଗ ଟିକିଏ ଅଲଗା।

ବର୍ଷ ବର୍ଷ ଧରି ସଞ୍ଜୟ ଗୋୟଲଙ୍କ ଘରର ମୁରବି ରହିଆସିଛନ୍ତି ତାଙ୍କ ବାପା ଚମନଲାଲ୍ ଗୋୟଲ। ଘରର ଆର୍ଥିକ ଦେଣନେଣର ଦାୟିତ୍ୱ ତାଙ୍କରି ଉପରେ। ଘରର ସଦସ୍ୟ ଯିଏ ଯାହା ରୋଜଗାର କରନ୍ତି ତାହା ସବୁ ଡିପୋଜିଟ୍ କରନ୍ତି ବାପାଙ୍କ ପାଖରେ। ଟଙ୍କା କେମିତି ଖର୍ଚ୍ଚ ହେବ ବାପା ହିଁ ନିଷ୍ପତ୍ତି ନିଅନ୍ତି। ଯାହାର ଯାହ ଟଙ୍କା ଦରକାର ସେ ହିଁ ସେମାନଙ୍କୁ ଦିଅନ୍ତି। ସେହି ନିୟମ ଅନୁଯାଯୀ ସଞ୍ଜୟଙ୍କ ଏଟିଏମ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ପାସବୁକ ରହେ ତାଙ୍କ ବାପାଙ୍କ ପାଖରେ। ଯେତବେଳେ ପଇସା ଆବଶ୍ୟକତା ପଡେ ସଞ୍ଜୟ ବାପାଙ୍କୁ ହିଁ ମାଗନ୍ତି। ଏମିତିକି ନିଜର ପକେଟ ମନି ପାଇଁ ମଧ୍ୟ ସେ ନିର୍ଭର କରନ୍ତି ବାପାଙ୍କ ଉପରେ।

Related story