ୟୁରୋପର ପ୍ରସିଦ୍ଧ ଚିତ୍ରକର ମୁରଲୀ। ତାଙ୍କର ତ ଅନେକ ପ୍ରସିଦ୍ଧ ଛବି ବା ପେଣ୍ଟିଂ ରହିଛି। ତେବେ ଗୋଟିଏ ନିର୍ଦ୍ଦିଷ୍ଟ ପେଣ୍ଟିଂକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୁଏ। ଛବିଟିରେ ରହିଛି ଏକ ଅଜବ ଦୃଶ୍ୟ। ଅଜବ ବୋଲି ନକହି ଟିକିଏ ଅଡୁଆ ଲାଗୁଥିବା ପରି ଦୃଶ୍ୟ କହିଲେ ଠିକ୍ ହେବ। ଯେଉଁଥିରେ ଜଣେ ବୃଦ୍ଧଙ୍କୁ ଜଣେ କମ୍ ବୟସର ମହିଳା ସ୍ତନ୍ୟପାନ କରାଉଛନ୍ତି। ତେବେ ଏପରି ଏକ ଅଜବ ଦୃଶ୍ୟ ମୁରଲୀ କାହିଁକି ଆଙ୍କିଛନ୍ତି ତାହା କେହି ବୁଝିପାରୁ ନଥିଲେ। ଯେତେବେଳେ ଚିତ୍ର ପଛର ଅସଲ କାହାଣୀଟି ମୁରଲୀ କହିଲେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କାହାଣୀଟି ଜାଣିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ।
କାହାଣୀଟି ପୁରାତନ ରୋମ୍ ସହରର। ଏଠାକାର ରାଜା ଥରେ ସାଇମନ୍ ଜୋକି ନାମକ ଜଣେ ବୃଦ୍ଧଙ୍କୁ କୌଣସି କାରଣରୁ କାରାଦଣ୍ଡ ଆଦେଶ ଦେଲେ। ସେ କାରାଦଣ୍ଡ ପୁଣି ସାଧାରଣ ନୁହେଁ, ମୃତ୍ୟୁ ପର୍ଯ୍ୟନ୍ତ ଭୋକରେ ରହି କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୃଦ୍ଧଙ୍କୁ। ରାଜାଙ୍କ ଆଦେଶରେ ସଂପୃକ୍ତ ବୃଦ୍ଧଙ୍କୁ ଜେଲ୍ ଭିତରେ ରଖାଯାଇ କୌଣସି ଖାଇବାକୁ ପିଇବାକୁ ଦିଆଗଲାନି। ଏହିପରି କିଛି ମାସ ଗଲା। କିନ୍ତୁ ବୃଦ୍ଧଙ୍କର କିଛି ହେଲାନାହିଁ। ସେ ପୂର୍ବପରି ବଂଚି ରହିଲେ। ଏଥିରେ ରାଜା ଆଶ୍ଚର୍ଯ୍ୟ ହେଲେ। ସମସ୍ତଙ୍କ ଭିତରେ ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରିଲା କୌଣସି ଖାଦ୍ୟ ଗ୍ରହଣ ନକରି ମଧ୍ୟ ବୃଦ୍ଧ କେମିତି ଏତେଦିନ ବଂଚି ରହିଲେଣି। ଶେଷରେ ଗୁଇନ୍ଦାଗିରି କରି ଜେଲ୍ କର୍ମଚାରୀମାନେ କଥାଟିର ସତ୍ୟାସତ୍ୟ ଅନ୍ମୋଚନ କଲେ। ଘଟଣା ଯାହା ଜାଣିବା ପରେ ସମସ୍ତେ ଚକିତ ହୋଇଗଲେ।
ନିଶ୍ଚୟ ମୃତ୍ୟୁବରଣ କରିବାକୁ ଯାଉଥିବା ବୃଦ୍ଧଙ୍କୁ ତାଙ୍କ ଝିଅ ଦୈନିକ ଦେଖା କରିବାକୁ ଆସୁଥିଲେ। ଦେଖା କରିବାକୁ ଅନୁମତି ଥିଲା। କିନ୍ତୁ ଭିତରକୁ ସେ ଯେମିତି କୌଣସି ଖାଦ୍ୟ ସାଙ୍ଗରେ ନେଇ ନ ପାରିବେ ସେଥିପାଇଁ ସମସ୍ତେ ସତର୍କ ରହୁଥିଲେ ଓ ସଂପୂର୍ଣ୍ଣ ଯାଞ୍ଚ କରାଯାଉଥିଲା। କିନ୍ତୁ ଝିଅଟି ସବୁଦିନ ଯାଇ ବାପାର ଏପରି ଅବସ୍ଥା ଦେଖିପାରୁ ନଥିଲା। ତା ପାଖରେ ବେଶୀ କିଛି ଉପାୟ ବି ନଥିଲା। କିନ୍ତୁ ପରିଶେଷରେ ସେ ଏକ ଉପାୟ ବାହାର କଲେ। ଦେଖା କରିବା ବେଳେ ସେ ଦୈନିକ ନିଜ ବାପାଙ୍କୁ ନିଜ ସ୍ତନରୁ କ୍ଷୀର ପାନ କରାଉଥିଲେ। ଏପରି କରିବା ଦ୍ୱାରା ଦୁର୍ବଳ ହୋଇପଡ଼ିଥିବା ତାଙ୍କ ବାପା ଟିକିଏ ବଳ ପାଇଥିଲେ। ସମସ୍ତଙ୍କୁ ଲୁଚାଇ ଲୁଚାଇ ଝିଅଟି ଦୈନିକ ବାପାକୁ ସ୍ତନ୍ୟପାନ କରାଇ ଚାଲିଥିଲା। ଫଳରେ ବୃଦ୍ଧ ବହୁଦିନ ଧରି ବଂଚି ରହିବାରେ ଏହା ସହାୟ ହୋଇପାରିଥିଲା । କିନ୍ତୁ ଶେଷରେ କଥାଟି ଧରାପଡ଼ିଥିଲା
ଏହି ଘଟଣା ପରେ ଝିଅଟିକୁ ମଧ୍ୟ ବନ୍ଦୀ କରାଗଲା। ଘଟଣାଟି ସମସ୍ତଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଗଲା। ବାପ-ଝିଅର ପବିତ୍ର ସଂପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଲା। କିନ୍ତୁ କିଛି ଲୋକ ଏହାକୁ ସକରାତ୍ମକ ଦୃଷ୍ଟିରେ ବି ଦେଖିଲେ। ବାସ୍ତବରେ ଝିଅଟି ନିଜ ବାପାକୁ ବହୁତ ଭଲ ପାଉଥିଲା। ତେଣୁ ତାଙ୍କୁ ବଂଚେଇ ରଖିବାକୁ ସେ ସବୁ କରିବାକୁ ପ୍ରସ୍ତୁତ ଥିଲେ। ନିଜ ବାପାକୁ ନିଜ ସ୍ତନରୁ କ୍ଷୀର ଦେଇ ବଂଚେଇ ରଖିବାକୁ ସମାଜ ପାପ ଦୃଷ୍ଟିରେ ଦେଖିପାରେ, କିନ୍ତୁ କୌଣସି ଜୀବନର ମୂଲ୍ୟ ପାଖରେ ତାହା ବେଶି ବଡ଼ ପାପ ନୁହେଁ। ଶେଷରେ ରାଜା ଏହି ଘଟଣାର ବିଚାର କରି ରାୟ ଶୁଣାଇଲେ ଓ ବାପ ଝିଅ ଉଭୟଙ୍କୁ ଦୋଷମୁକ୍ତ କରାଗଲା।