ରଙ୍ଗବୋଳା ଜୀବନ ପଛରେ ସତସତିକା ମାଆ: କେମିତି ଅଛନ୍ତି ବଲିଉଡ୍‌ର କୁଲ୍‌ ମମ୍‌, ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ୱାଇ: ମା’ ଏପରି ଏକ ଶଦ୍ଦ,ଯାହାର ସଂଜ୍ଞାକୁ ବୁଝିବା ଯେମିତି ଅସମ୍ଭବ। ଦୁନିଆର ସବୁ ଦୁଃଖକଷ୍ଟରୁ ଆମକୁ ସେ ରକ୍ଷା କରିଥାଏ। ପିଲାଟି ଯେତେବେଳେ ଜନ୍ମ ହୁଏ ପ୍ରଥମେ ମା’ କହିବା ଶିଖିଥାଏ। ମା’ ହିଁ ତାର ପ୍ରଥମ ବନ୍ଧୁ । ତା’ ସହିତ ଖେଳିବା, ବୁଲିବା ସହ ମାଆ ହିଁ ଶିଖାଇଥାଏ  ଭଲମନ୍ଦର ବିଚାର କରିବା। ମା’ ରୂପରେ ପିଲାଟିକୁ ନିସ୍ୱାର୍ଥ ପ୍ରେମ ଓ ତ୍ୟାଗ ମିଳିଥାଏ। ଏହି ସମ୍ପର୍କକୁ ସମ୍ମାନ ଦେଇ ପ୍ରତିବର୍ଷ ମେ’ […]

sushmita_sen

Rakesh Mallick
  • Published: Sunday, 14 May 2017
  • , Updated: 14 May 2017, 09:06 AM IST

ମୁମ୍ୱାଇ: ମା’ ଏପରି ଏକ ଶଦ୍ଦ,ଯାହାର ସଂଜ୍ଞାକୁ ବୁଝିବା ଯେମିତି ଅସମ୍ଭବ। ଦୁନିଆର ସବୁ ଦୁଃଖକଷ୍ଟରୁ ଆମକୁ ସେ ରକ୍ଷା କରିଥାଏ। ପିଲାଟି ଯେତେବେଳେ ଜନ୍ମ ହୁଏ ପ୍ରଥମେ ମା’ କହିବା ଶିଖିଥାଏ। ମା’ ହିଁ ତାର ପ୍ରଥମ ବନ୍ଧୁ । ତା’ ସହିତ ଖେଳିବା, ବୁଲିବା ସହ ମାଆ ହିଁ ଶିଖାଇଥାଏ  ଭଲମନ୍ଦର ବିଚାର କରିବା। ମା’ ରୂପରେ ପିଲାଟିକୁ ନିସ୍ୱାର୍ଥ ପ୍ରେମ ଓ ତ୍ୟାଗ ମିଳିଥାଏ।

ଏହି ସମ୍ପର୍କକୁ ସମ୍ମାନ ଦେଇ ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ’ ଭାବେ ପାଳନ କରାଯାଉଛି।

ମଦର୍ସ ଡେ’ ଅବସରରେ ଆସନ୍ତୁ ଜାଣିବା କିଛି ବଲିଉଡ୍‌ର ହଟ୍‌ ମମ୍‌ ସମ୍ପର୍କରେ।

ସୁସ୍ମିତା ସେନ୍-ସିଙ୍ଗିଲ୍‌ ମଦର୍ସର ଉଦାହରଣ ଦିଆଗଲେ ସୁସ୍ମିତା ସେନ୍‌ଙ୍କ ନାଁ ପ୍ରଥମେ ଆସିବ। ମିସ୍‌ ୟୁନିଭର୍ସ ତଥା ବଲିଉଡ୍‌ର ଆଗ ଧାଡ଼ିର ନାୟିକା ସୁସ୍ମିତା ୨ଜଣ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ଆକ୍ଟଟିଭ୍‌ ଥିବା ସୁସ୍ମିତା ଅନେକ ସମୟରେ ତାଙ୍କ ଦୁଇ ଝିଅ ସଙ୍ଗେ ଉଠାଇଥିବା ଫଟୋ ଇନ୍‌ଷ୍ଟଗ୍ରାମରେ ପୋଷ୍ଟ କରି ଥାଆନ୍ତି।  ସୁସ୍ମିତାଙ୍କ ମତରେ,“ ମା’ ହେବା ଏକ ବରଦାନ ସଦୃଶ। ଆଉ ଏଥିପାଇଁ  ଜରୁରୀ ନୁହେଁ ଜନ୍ମଦାତ୍ରୀ ହେବା। ମୁଁ ଦୁଇଟି ଝିଅର ମା’ ହୋଇଥିବାରୁ ଗର୍ବ ଅନୁଭବ କରେ। ମୋ ପାଇଁ ସବୁ ଦିନ ମଦର୍ସ ଡେ’।”

କରୀନା କପୁର ଖାନ୍‌- ବଲିଉଡ୍ ବେବୋ କୀରନା କପୁର ଖାନଙ୍କ ପାଇଁ ଏହା ହେଉଛି ପ୍ରଥମ ମଦର୍ସ ଡେ’। କରୀନା ୨୦ ଡିସେମ୍ୱର ୨୦୧୬ରେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଆଗରୁ ସେ ନିଜ ମାଆକୁ ମଦର୍ସ ଡେରେ ଶୁଭେଚ୍ଛା ଜଣାଉଥିଲେ। ହେଲେ ଏଥର ଏହି ଦିବସ ତାଙ୍କ ପାଇଁ ଭିନ୍ନ ଅନୁଭୂତି ଆଣିଦେବ।

ମଲାଇକା ଅରୋରା- ଆଇଟମ୍‌ ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ଥିବା ମଲାଇକା କୁଲ୍‌ ମମିର ଟ୍ୟାଗ୍‌  ପାଇଛନ୍ତି। ପୁଅ ଅହରାନ୍‌ଙ୍କୁ ଜନ୍ମ ଦେଇ ମଲାଇକା ମାତୃତ୍ୱକୁ ଅନୁଭବ କରିଛନ୍ତି। ଏବେ ଅରବାଜ୍‌ ଖାନ୍‌ଙ୍କ ଠାରୁ ମଲାଇକା ଛାଡ଼ପତ୍ର ନେଇଥିବାରୁ ପୁଅ ଅହରାନ୍‌ଙ୍କ ଦାୟିତ୍ୱ  ମଲାଇକାଙ୍କୁ ମିଳିଛି।

ଶ୍ରୀଦେବୀ- ‘ହବା ହବାଇ’ ଓ ‘ଚାନ୍ଦିନୀ’ ନାଁରେ ପରିଚୟ ପାଇଥିବା ଶ୍ରୀଦେବୀ ବଲିଉଡ୍‌ର ୟାମି ମା’ଙ୍କ ମଧ୍ୟରୁ ଜଣେ। ଜାହ୍ନବୀ ଓ ଖୁସି, ଏ ହେଲେ ଶ୍ରୀଦେବୀଙ୍କ ଦୁଇ ଝିଅ । ଶ୍ରୀଦେବୀ ଓ ତାଙ୍କ ଦୁଇ ଝିଅ ଏବେ ଚର୍ଚ୍ଚାରେ ରହିଛନ୍ତି।

ଶିଳ୍ପା ସେଟ୍ଟୀ- ଫିଟ୍‌ନେସ୍‌କୁ ଅଧିକ ଗୁରୁତ୍ୱ ଦେଉଥିବା ଶିଳ୍ପା ସବୁବେଳେ ସୁପର ମମ୍‌ର କ୍ୟାଟେଗରୀରରେ ରହିଥାଆନ୍ତି। ଶିଳ୍ପାଙ୍କ ପୁଅ  ଅଧିକ ସମୟ ତାଙ୍କ ସହ କଟାଇବାକୁ ବେଶୀ ଭଲ ପାଇଥାଏ ବୋଲି ଚର୍ଚ୍ଚା ହୁଏ।

ସୌଜନ୍ୟ- ଏନ୍‌ଟିଭି

ଫଟୋ-ଗୁଗଲ୍‌

Related story