ଚନ୍ଦ୍ର ନ ଥିଲେ କେମିତି ହୁଅନ୍ତା ପୃଥିବୀରେ ଜୀବନ?

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ଯଦି ଆକାଶରେ ନଥାନ୍ତା, ଅର୍ଥାତ୍ ପ୍ରଥମରୁ ହିଁ ନଥାନ୍ତା ତେବେ କଣ ହୁଅନ୍ତା? ଅଥବା ଧରାଯାଉ କାଲି ଚନ୍ଦ୍ର ହଠାତ୍ ସବୁଦିନ ପାଇଁ ଆକାଶରୁ ଉଭାନ୍ ହୋଇଯିବ, ତେବେ କ’ଣ ହେବ? ହୁଏତ ଅନେକେ କହିବେ ପୂର୍ଣ୍ଣିମାଠୁ ଅମାବାସ୍ୟା ଏବଂ ଅମାବାସ୍ୟାଠୁ ପୂର୍ଣ୍ଣିମା ହେବ ନାହିଁ କି ଜ୍ୟୋତ୍ସ୍ନା ଦେଖାଯିବ ନାହିଁ।ଆଉ କିଏ ଟିକିଏ ଅଧିକ ଭାବି କହିବ ସମୁଦ୍ରରେ ଜୁଆର ଆସିବ ନାହିଁ। କିନ୍ତୁ ଏହାସହ ପୃଥିବୀରେ ଆହୁରି […]

Full Moon

Full Moon

Rakesh Mallick
  • Published: Monday, 14 August 2017
  • Updated: 14 August 2017, 09:02 AM IST

Sports

Latest News

SAMGRAMପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ଯଦି ଆକାଶରେ ନଥାନ୍ତା, ଅର୍ଥାତ୍ ପ୍ରଥମରୁ ହିଁ ନଥାନ୍ତା ତେବେ କଣ ହୁଅନ୍ତା? ଅଥବା ଧରାଯାଉ କାଲି ଚନ୍ଦ୍ର ହଠାତ୍ ସବୁଦିନ ପାଇଁ ଆକାଶରୁ ଉଭାନ୍ ହୋଇଯିବ, ତେବେ କ’ଣ ହେବ? ହୁଏତ ଅନେକେ କହିବେ ପୂର୍ଣ୍ଣିମାଠୁ ଅମାବାସ୍ୟା ଏବଂ ଅମାବାସ୍ୟାଠୁ ପୂର୍ଣ୍ଣିମା ହେବ ନାହିଁ କି ଜ୍ୟୋତ୍ସ୍ନା ଦେଖାଯିବ ନାହିଁ।ଆଉ କିଏ ଟିକିଏ ଅଧିକ ଭାବି କହିବ ସମୁଦ୍ରରେ ଜୁଆର ଆସିବ ନାହିଁ। କିନ୍ତୁ ଏହାସହ ପୃଥିବୀରେ ଆହୁରି ଅନେକ କଥା ଅଛି, ଯାହାକି ଚନ୍ଦ୍ର ଯୋଗୁଁ ସମ୍ଭବ ହୋଇପାରିଛି। ଅନେକେ କହନ୍ତି ଚନ୍ଦ୍ର ନଥିଲେ ପୃଥିବୀରେ ଜୀବସତ୍ତା ସୃଷ୍ଟି ହୋଇପାରିନଥାନ୍ତା କିମ୍ବା ଯଦିବି ହୋଇଥାନ୍ତା ଏଭଳି ଜଟିଳ ଗଠନ ପ୍ରକ୍ରିୟା ସମ୍ଭବ ହୋଇପାରିନଥାନ୍ତା। ତେବେ ଆସନ୍ତୁ ଜାଣିବା ଚନ୍ଦ୍ରବିହୀନ ପୃଥିବୀ କେମିତି ହୁଅନ୍ତା?

ଆହୁରି ଅନ୍ଧାର ରାତି: ଚନ୍ଦ୍ର ନଥିଲେ ରାତି ଆହୁରି ଯଥେଷ୍ଟ ଅଧିକ ଅନ୍ଧକାରମୟ ହୁଅନ୍ତା। ରାତି ଆକାଶରେ ଚନ୍ଦ୍ର ପରେ ଶୁକ୍ର ଗ୍ରହ ହେଉଛି ଉଜ୍ଜ୍ୱଳତମ ବସ୍ତୁ। କିନ୍ତୁ ପୃଥିବୀକୁ ଆଲୋକିତ କରିବା ପାଇଁ ଯଥେଷ୍ଟ ହୋଇନଥାନ୍ତା। ପୂର୍ଣ୍ଣିମାରେ ଚନ୍ଦ୍ରର ଆଲୋକ ଶୁକ୍ର ଗ୍ରହର ଆଲୋକ ଠାରୁ ୨୦୦୦ ଗୁଣ ଉଜ୍ଜ୍ୱଳ ହୋଇଥାଏ।

ଛୋଟ ଦିନ, ବଡ଼ ବର୍ଷ: ଚନ୍ଦ୍ର ନଥିଲେ ପୃଥିବୀରେ ୨୪ ଘଣ୍ଟାରେ ଗୋଟିଏ ଦିନ ହେବା ପରିବର୍ତ୍ତେ ୬ ରୁ ୧୨ ଘଣ୍ଟାରେ ଗୋଟିଏ ଦିନ ହୁଅନ୍ତା ଏବଂ ୧୧୦୦ ରୁ ୧୪୦୦ ଦିନରେ ଗୋଟିଏ ବର୍ଷ ହୁଅନ୍ତା। ଚନ୍ଦ୍ରର ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁଁ ପୃଥିବୀର ଆବର୍ତ୍ତନ ଏବଂ ପରିକ୍ରମଣ ବେଗ ମନ୍ଥର ହେବାରେ ଲାଗିଛି। ନଚେତ୍ ପୃଥିବୀ ସୃଷ୍ଟି ହେବା ସମୟରେ ଆହୁରି ଦ୍ରୁତ ଗତିରେ ବୁଲୁଥିଲା। କିନ୍ତୁ ଚନ୍ଦ୍ରର ପ୍ରଭାବରେ ପୃଥିବୀର ଗତି ମନ୍ଥର ହେବା ପ୍ରକ୍ରିୟା ଅତ୍ୟନ୍ତ ଧୀରେ ଧୀରେ ହୋଇଥାଏ। ଅର୍ଥାତ୍ ଗୋଟିଏ ବର୍ଷରେ ପୃଥିବୀ ପ୍ରାୟ ୧ ମାଇକ୍ରୋସେକେଣ୍ଡ ମନ୍ଥର ହୋଇଥାଏ।

waveଛୋଟ ଜୁଆର: ଚନ୍ଦ୍ର ନଥିଲେ ସମୁଦ୍ରରେ ବର୍ତ୍ତମାନ ଠାରୁ ଛୋଟ ଛୋଟ ଜୁଆର ଆସନ୍ତା। ଯଦିଓ ଜୁଆର ପାଇଁ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରର ଆକର୍ଷଣ ଶକ୍ତି କାର୍ଯ୍ୟ କରେ, କିନ୍ତୁ ଚନ୍ଦ୍ର ନଥିଲେ କେବଳ ସୂର୍ଯ୍ୟର ଆକର୍ଷଣରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜୁଆର ସୃଷ୍ଟି ହୁଅନ୍ତା। ଚନ୍ଦ୍ର ଆକାଶରେ ଥିବା ଯୋଗୁଁ ପ୍ରାୟ ୩ ଗୁଣ ଉଚ୍ଚତାରେ ଜୁଆର ଆସୁଛି।

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଅସମ୍ଭବ: ଚନ୍ଦ୍ର ନଥିଲେ ଚନ୍ଦ୍ରଗ୍ରହଣ ତ ଦେଖିବାକୁ ମିଳିନଥାନ୍ତା, ସୂର୍ଯ୍ୟପରାଗ ମଧ୍ୟ ସମ୍ଭବ ହୋଇନଥାନ୍ତା। କାରଣ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିଲେ ସୂର୍ଯ୍ୟପରାଗ ହୋଇଥାଏ।

ଅନିୟମିତ ଋତୁ ପରିବର୍ତ୍ତନ: ଚନ୍ଦ୍ର ଯୋଗୁଁ ପୃଥିବୀ ନିଜ ଅକ୍ଷ ଠାରୁ ୨୩.୫ ଡିଗ୍ରୀ ଢଳି ରହିଛି। ଫଳରେ ପୃଥିବୀରେ ଋତୁ ପରିବର୍ତ୍ତନ ସମ୍ଭବ ହେଉଛି। ଚନ୍ଦ୍ର ନଥିଲେ ପୃଥିବୀ କୌଣସି ନିର୍ଦ୍ଦିଷ୍ଟ କୋଣରେ ଢଳି ରହିନଥାନ୍ତା। ଫଳରେ ହୁଏତ ଅତ୍ୟନ୍ତ ଅସହ୍ୟ ଋତୁ ପରିବର୍ତ୍ତନ ହୁଅନ୍ତା କିମ୍ବା ଆଦୌ କୌଣସିବି ଋତୁ ପରିବର୍ତ୍ତନ ହୋଇନଥାନ୍ତା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos