ଇଞ୍ଜିନିୟର ଚାକିରି ଛାଡ଼ି ପଞ୍ଜୁରୀ ପ୍ରେମରେ ପଡ଼ିଲେ, ଆମାଜନ୍‌ରେ ହାଇ ଡିମାଣ୍ଡ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପେଶାରେ ସେ ଇଞ୍ଜିନିୟର। ହେଲେ ସହରର ଚାକଚକ୍ୟ ଏବଂ ମୋଟା ଅଙ୍କର ଦରମା ତାଙ୍କୁ ଆତ୍ମସନ୍ତୋଷ ଦେଇ ପାରି ନଥିଲା। ପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଚେନ୍ନାଇରୁ ନିଜ ଗାଁକୁ ଟାଣି ଆଣିଲା। ନିଜ ଘରେ ପକ୍ଷୀମାନଙ୍କ ପାଇଁ  ତିଆରି କଲେ ପଞ୍ଜୁରୀ। ଯାହା ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଗାଁର ଯୁବ ଇଞ୍ଜିନିୟର ସୌମ୍ୟ ରଞ୍ଜନ ମଲ୍ଲିକ। ବିଭିନ୍ନ ଡିଜାଇନର ପଞ୍ଜୁରୀ ତିଆରି […]

77700

Tapaswini Nayak
  • Published: Thursday, 26 March 2020
  • , Updated: 26 March 2020, 01:29 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପେଶାରେ ସେ ଇଞ୍ଜିନିୟର। ହେଲେ ସହରର ଚାକଚକ୍ୟ ଏବଂ ମୋଟା ଅଙ୍କର ଦରମା ତାଙ୍କୁ ଆତ୍ମସନ୍ତୋଷ ଦେଇ ପାରି ନଥିଲା। ପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଚେନ୍ନାଇରୁ ନିଜ ଗାଁକୁ ଟାଣି ଆଣିଲା। ନିଜ ଘରେ ପକ୍ଷୀମାନଙ୍କ ପାଇଁ  ତିଆରି କଲେ ପଞ୍ଜୁରୀ। ଯାହା ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଗାଁର ଯୁବ ଇଞ୍ଜିନିୟର ସୌମ୍ୟ ରଞ୍ଜନ ମଲ୍ଲିକ। ବିଭିନ୍ନ ଡିଜାଇନର ପଞ୍ଜୁରୀ ତିଆରି କରି ଅଲ୍‌ଲାଇନରେ ଆମାଜନରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି।

 

ସୌମ୍ୟ ମେକାନିକାଲ ଇଞ୍ଜିନିୟର ଥିଲେ। ପାଠ ପଢି ସାରିବା ପରେ ବିଭିନ୍ନ ଜାଗାରେ ଚାକିରି କରିଥିଲେ। ଏଥିରେ ସେ ସନ୍ତୁଷ୍ଟ ନଥିଲେ। ୨୦୧୭ ମସିହାରେ ସୌମ୍ୟ ଇଞ୍ଜିନିୟର ଚାକିରି ଛାଡ଼ି ଗାଁକୁ ପଳାଇ ଆସିଥିଲେ। ଏଠି ସେ ପଞ୍ଜୁରୀ ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟାଙ୍କରୁ ମୁଦ୍ରାଲୋନ ମାଧ୍ୟମରେ ୫ଲକ୍ଷ ଟଙ୍କା ଲୋନ୍‌ ଆଣି ଆରମ୍ଭ କରିଥିଲେ ବ୍ୟବସାୟ। କାଠ ଓ ତାରକୁ ଛନ୍ଦି ତିଆରି କରିଥିଲେ ବିଭିନ୍ନ ଡିଜାଇନରେ ପଞ୍ଜୁରୀ । ତାଙ୍କୁ କାମରେ ସାହାଯ୍ୟ କରିବା ପାଇଁ ଦୁଇ ଜଣ କର୍ମଚାରୀଙ୍କୁ ମଧ୍ୟ ନଯୁକ୍ତି ଦେଇଛନ୍ତି। ଅନଲାଇନ ମାଧ୍ୟମରେ ରାଜ୍ୟ ବାହାରେ ସୌମ୍ୟଙ୍କ ପଞ୍ଜୁରୀର ଚାହିଦା ରହିଛି।

ସେ  କହିଛନ୍ତି,“ ଛୋଟବେଳୁ ମୁଁ ପକ୍ଷୀମାନଙ୍କୁ ଭଲ ପାଉଥିଲି। ମୋ ଘରେ ମଧ୍ୟ କିଛି ପକ୍ଷୀ ରଖିଛି। ମୁଁ ଚାକିରି ଛାଡି ଆସି ଘରେ ଏହି ପକ୍ଷୀମାନଙ୍କ ପାଇଁ ପଞ୍ଜୁରୀ ତିଆରି କରିଥିଲି । ଏହା ଭଲ ହୋଇଛି ବୋଲି ମୋ ସାଙ୍ଗମାନେ କହିଥିଲେ। ତା’ପରେ ଅନଲାଇନରେ ଏହାକୁ  ପୋଷ୍ଟ କରିଥିଲି।  ସେଥିରେ ଭଲ ରେସପଣ୍ଡ ଆସିଥିଲା । ଏହାପରେ ମୁଁ ପଞ୍ଜୁରୀ ଗୁଡିକୁ  ତିଆରି କରି  ଆମାଜନରେ ବିକ୍ରି କରିଥିଲି।”

ସୌମ୍ୟଙ୍କ କର୍ମଚାରୀ ସୁଧାଂଶୁ ମଲ୍ଲିକ କହିଛନ୍ତି, ମୁଁ ଭାଇଙ୍କ ସହ ମିଶି କାମ କରୁଛି। ଭଲ ପଇସା ମଧ୍ୟ ମିଳୁଛି । ଆମେ ତିଆରି କରୁଥିବା ପଞ୍ଜୁରୀ ଗୁଡ଼ିକ ଓଡ଼ିଶା ବାହାରେ ବିକ୍ରି ହେଉଛି। ମୋତେ ଏଠାରେ କାମ କରି ଖୁସି ଲାଗୁଛି। ”

Related story