ଅନେକ ସମୟରେ ଆମ ଦେଶରେ ଜାତି, ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଗଣ୍ଡଗୋଳ ହୁଏ। ଯାହାର ଅନେକ ଦୃଷ୍ଟାନ୍ତ ରହିଛି। କିନ୍ତୁ ଯେତେବେଳେ ଆବଶ୍ୟକ ପଡ଼େ ସେତେବେଳେ ପରସ୍ପରର ସହଯୋଗ ପାଇଁ ଦେଶବାସୀ ଏକାଠି ମଧ୍ୟ ହୁଅନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଲୋକମାନଙ୍କ ମନରୁ ସେ ‘ବିବିଧତା ମଧ୍ୟରେ ଏକତା’ ଭାବକୁ ଦୂରେଇବାକୁ ଚେଷ୍ଟା କରନ୍ତି। ସେମିତି ଏକ କାହାଣୀ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ସେ କହିଲେ- ‘ତମେ ମତେ କେବେ ମୁଣ୍ଡରେ ଓଢଣା ଦେବା ଦେଖିନ? ଯେତେବେଳେ ମୁଁ ମନ୍ଦିର ଯାଏ। କିମ୍ବା ଯେତେବେଳେ ଆମ ଘରକୁ କେହି ଗୁରୁଜନ ଆସନ୍ତି। ଏବଂ ଯେତେବେଳେ ମୁଁ କେଉଁ ଗୁରୁଜନର ପାଦ ଛୁଇଁ ଆଶୀର୍ବାଦ ନିଏ। ଏହା ସମ୍ମାନର ପ୍ରତୀକ।’ ତଥାପି ଝିଅଟି ମନରୁ ଦ୍ୱନ୍ଦ୍ୱ ଦୂର ହେଲାନି। ସେ ପୁଣି ପ୍ରଶ୍ନ କଲା ଯେ ମାଆ ଏଠିତ କେହି ଗୁରୁଜନ ନାହାନ୍ତି। କିଛି ମନ୍ଦିର ବି ନାହିଁ। ତାହାଲେ କ’ଣ ପାଇଁ ସେ ଟୋପି ପିନ୍ଧିଛନ୍ତି?
ମହିଳା ଜଣଙ୍କ ପୁଣି ଥରେ ଉତ୍ତର ଦେଲେ- ‘କାରଣ ତାଙ୍କ ବାପା ମାଆ ତାଙ୍କୁ ସବୁ ସ୍ଥାନରେ ସମସ୍ତଙ୍କୁ ସମ୍ମାନ ଦେବା ଶିଖାଇଛନ୍ତି। ଯେମିତି ମୁଁ ତୁମକୁ ଶିଖାଏ ଗୁରୁଜନଙ୍କୁ ଦେଖିଲେ ନମସ୍କାର କରିବାକୁ।’
ଏହାପରେ ବୋଧହୁଏ ପିଲାଟି ବୁଝିଯାଇଥିଲା। ତେଣୁ ସେ ଆଉ କିଛି ପ୍ରଶ୍ନ କରିନଥିଲା। ଏ କାହାଣୀ ଲେଖି ମେଘନା ପୋଷ୍ଟ୍ କରିବା ପରେ ତାଙ୍କ ପୋଷ୍ଟ୍ ଭାଇରାଲ୍ ହେଉଛି। କିଛି ଲୋକ ଏମିତି ମାନସିକତା ରହିଲେ ଦେଶରେ ଧର୍ମନିରପେକ୍ଷତା ଆସିଯିବ ବୋଲି କହିବା ସହ ମହିଳାଙ୍କୁ ପ୍ରଶଂସାରେ ପୋତିପକାଇଛନ୍ତି।