ସାପ ଦିଦି: ଧରିଲେଣି ୫୧ହଜାର ସାପ

ସାପ ନାଁ ଶୁଣିଲେ, ଯେ କେହି ବି ଡରି ଯାଏ। ଯଦି ହଠାତ୍ ଏକ ସାପ ସାମ୍ନାକୁ ଆସିଯାଏ ତେବେ ଆମ ମୁଣ୍ଡ କିଛି କାମ କରି ନଥାଏ। ଡରରେ ଆମ ଦେହରୁ ଝାଳ ବାହାରି ପଡ଼ିଥାଏ। ତାକୁ ଗୋଡ଼େଇ ଦେବା ସହ ବାଡେଇ ମାରିବା ଯାଏ କୌଣସି ବୁଦ୍ଧି ବାଟ ଦିଶେ ନାହିଁ।  କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ମହାରାଷ୍ଟ୍ରରର ବୁଲଢାନା ଅଞ୍ଚଳରେ ଜଣେ ମହିଳା ଅଛନ୍ତି। ଯେ ସାପକୁ ଭୟ କରନ୍ତି ନାହିଁ। ସବୁବେଳେ […]

nn

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 01:15 PM IST

ସାପ ନାଁ ଶୁଣିଲେ, ଯେ କେହି ବି ଡରି ଯାଏ। ଯଦି ହଠାତ୍ ଏକ ସାପ ସାମ୍ନାକୁ ଆସିଯାଏ ତେବେ ଆମ ମୁଣ୍ଡ କିଛି କାମ କରି ନଥାଏ। ଡରରେ ଆମ ଦେହରୁ ଝାଳ ବାହାରି ପଡ଼ିଥାଏ। ତାକୁ ଗୋଡ଼େଇ ଦେବା ସହ ବାଡେଇ ମାରିବା ଯାଏ କୌଣସି ବୁଦ୍ଧି ବାଟ ଦିଶେ ନାହିଁ।  କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ମହାରାଷ୍ଟ୍ରରର ବୁଲଢାନା ଅଞ୍ଚଳରେ ଜଣେ ମହିଳା ଅଛନ୍ତି। ଯେ ସାପକୁ ଭୟ କରନ୍ତି ନାହିଁ। ସବୁବେଳେ ସାପକୁ ଧରିଥାନ୍ତି। ତେଣୁ ସେ ଅଞ୍ଚଳରେ ସେ ସ୍ନେକ୍ ଦିଦି ବା ସାପଙ୍କର ଦିଦି  ନାମରେ ଜଣାଶୁଣା। ମହିଳା ଜଣଙ୍କ ବର୍ତ୍ତମାନ ସୁଦ୍ଧା ୫୧ ହଜାର ସାପ ଧରିସାରିଲାଣି।  ସେ ସାପକୁ ନିଜର ବନ୍ଧୁ ବୋଲି ଭାବିଥାନ୍ତି।

ଏହି ମହିଳାଙ୍କ ନାମ ବନିତା ବୋରହାଡେ। ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା ସେବେଠୁ ସେ ସାପ ଧରିବାର କାମ ଆରମ୍ଭ କରିଥିଲେ। ସାପ ଧରିବାରେ ସେ ଏତେ ସିଦ୍ଧହସ୍ତ ଯେ, ମୋବାଇଲ ଲାଇଟରେ ବି ସେ କୌଣସି ଜାଗାରୁ ସାପଟିଏ ଧରିପାରନ୍ତି।

ବନିତା କହିଛନ୍ତି,“ମୁଁ ସାପ ଧରିବାର କଳା ମୋର ଜଣେ ଆଦିବାସୀ ବନ୍ଧୁଙ୍କ ପାଖରୁ ଶିଖିଥିଲି।”

 

Related story