ରୁଷିଆରେ ଥିଲା ରାଜକୀୟ ଜୀବନ, ଏବେ ପରିବା ବେପାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୁଷିଆର ସ୍ପୁଟିନିକ୍‌ ସହର ଷ୍ଟାର୍ ହୋଟେଲ୍‌ରେ କୁକ୍‌ ଭାବେ କାମ କରୁଥିଲେ ମନୋରଂଜନ ବେହେରା। ଭଲ ଦରମା ପାଇ ରାଜକୀୟ ଜୀବନ ବିତାଉ ଥିଲେ। ହେଲେ ଭେଳା ବୁଡ଼ାଇ ଦେଲା ମହାମାରୀ କରୋନା। ଚାକିରି ହରାଇ ଜନ୍ମ ମାଟିକୁ ଫେରି ଆସିଲେ। ଏବେ ସିଏ ପରିବା ବିକ୍ରି କରୁଛନ୍ତି। ସେଦିନର ଷ୍ଟାର ହୋଟେଲ୍‌ କୁକ ଆଜି ରାସ୍ତା କଡ଼ର ପରିବା ବେପାରୀ। ବାଲେଶ୍ୱର ଜିଲ୍ଲା ବାହାନଗା ଗୋପାଳପୁର ଅଞ୍ଚଳର ମନୋରଂଜନ ବେହେରା। ଭୁବନେଶ୍ୱରରେ […]

balasore

Manoranjan Sial
  • Published: Saturday, 10 July 2021
  • , Updated: 10 July 2021, 10:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୁଷିଆର ସ୍ପୁଟିନିକ୍‌ ସହର ଷ୍ଟାର୍ ହୋଟେଲ୍‌ରେ କୁକ୍‌ ଭାବେ କାମ କରୁଥିଲେ ମନୋରଂଜନ ବେହେରା। ଭଲ ଦରମା ପାଇ ରାଜକୀୟ ଜୀବନ ବିତାଉ ଥିଲେ। ହେଲେ ଭେଳା ବୁଡ଼ାଇ ଦେଲା ମହାମାରୀ କରୋନା। ଚାକିରି ହରାଇ ଜନ୍ମ ମାଟିକୁ ଫେରି ଆସିଲେ। ଏବେ ସିଏ ପରିବା ବିକ୍ରି କରୁଛନ୍ତି। ସେଦିନର ଷ୍ଟାର ହୋଟେଲ୍‌ କୁକ ଆଜି ରାସ୍ତା କଡ଼ର ପରିବା ବେପାରୀ।

ବାଲେଶ୍ୱର ଜିଲ୍ଲା ବାହାନଗା ଗୋପାଳପୁର ଅଞ୍ଚଳର ମନୋରଂଜନ ବେହେରା। ଭୁବନେଶ୍ୱରରେ ହୋଟେଲ୍‌ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ପାଠ ପଢ଼ା ସରିବା ପରେ ରୁଷିଆର ସ୍ପୁଟିନିକ୍‌ ସହରରେ ଏକ ଷ୍ଟାର୍ ହୋଟେଲ୍‌ କୁକ୍‌ ଭାବେ ଚାକିରି ପାଇଥିଲେ। ଭାରତୀୟ ମୁଦ୍ରାରେ ମାସକୁ ୭୦ ହଜାର ଟଙ୍କା ଦରମା ପାଉଥିଲେ। କିନ୍ତୁ ମହାମାରୀ କରୋନାର ଦ୍ୱିତୀୟ ଲହରରେ ଭୁଶୁଡ଼ି ପଡ଼ିଲା ହୋଟେଲ୍ ଶିଳ୍ପ।

ଶେଷରେ ଚାକିରି ହରାଇ ଗାଁକୁ ଫେରିଆସିଲେ ମନୋରଂଜନ। ଘରେ ପହଞ୍ଚିଲେ ସତ, ଚଳିବେ କେମିତି? ସେହି ଚିନ୍ତାରେ ଘାଣ୍ଟି ହେଲେ ମନୋରଞ୍ଜନ। କିଛି ଉପାୟ ନପାଇ ଗାଁଠୁ ୨୫ କିଲୋମିଟର ଦୂର ବାଲେଶ୍ୱର ଅରଡ଼ ବଜାରକୁ ଚାଲିଗଲେ। ଗତ ୩ ମାସ ହେଲା ସେଠାରେ ପରିବା ବିକ୍ରି କରୁଛନ୍ତି। ସେଥିରୁ ଯାହା ଉପାର୍ଜନ କରୁଛନ୍ତି, ସେଥିରେ ଚଳୁଛି ପୂରା ପରିବାର। ଯେଉଁ ହାତ ଦିନେ ବିଦେଶରେ ଖାଦ୍ୟ ତିଆରି କରି ମନ ମୋହୁଥିଲା, ଆଜି ସେହି ହାତ ଭିଟାମାଟିରେ ନିକିତି ଧରି ବଞ୍ଚିବାର ରାହା ଖୋଜୁଛି। ଯିଏ ଦିନେ ଷ୍ଟାର୍ ହୋଟେଲରେ କୁକ ଭାବେ କିମିଆ କରିଥିଲେ ରୁଷ୍ ଲୋକଙ୍କୁ, ସିଏ ଆଜି ରାସ୍ତାକଡ଼ର ପରିବା ବିକାଳିା କରୋନା ବଦଳାଇ ଦେଲା ତାଙ୍କ ଜୀବନ।

ଅଟୋମୋବାଇଲ୍‌ରେ ଚାକିରି ଛାଡ଼ି କରୁଛନ୍ତି ଛତୁ ଚାଷ

ମନୋରଂଜନ ବେହେରାଙ୍କ ପରି ଆଉ ଜଣେ ହେଉଛନ୍ତି ବାଲିଆପାଳ ଚଉମୁଖ ଗ୍ରାମର ଭାସ୍କର ପାତ୍ର। ସେ ଆଇଟିଆଇ ପାଠ ପଡିଛନ୍ତି।ପାଠ ପଢ଼ା ସରିବା ପରେ ସେ ଛତିଶଗଡ଼ରେ ଏକ ଅଟୋମୋବାଇଲ୍‌ କମ୍ପାନୀରେ ଚାକିରି କରୁଥିଲେ। ହେଲେ କରୋନା ସମୟରେ ଗତବର୍ଷ ଚାକିରି ଛାଡି ଘରକୁ ପଳାଇ ଆସିଥିଲେ ଭାସ୍କର। ଆଉ ଚାକିରି ପଛରେ ନ ଗୋଡାଇ ନିଜେ କିଛି କରିବା ପାଇଁ ଉଦ୍ଦେଶ୍ୟରେ ଘରେ ଛତୁ ଚାଷ କରିବାକୁ ମନ ବଳାଇଲେ। ସେଥିପାଇଁ ସେ ଭୁବନେଶ୍ୱର ଓୟୁଏଟି ଓ ବାଲିଆପାଳରେ ତାଲିମ ନେଲେ। ଏହା ପରେ ସେ ନିଜ ଗାଁରେ ଆରମ୍ଭ କରିଛନ୍ତି ଛତୁ ଚାଷ ସହିତ ଛତୁ ମଞ୍ଜି ଉତ୍ପାଦନ।

[caption id="attachment_657937" align="aligncenter" width="650"] ଛତୁ ଚାଷୀ ଭାସ୍କର[/caption]

ଭାସ୍କର କରୁଥିବା ଛତୁ ଚାଷ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ୭ ଜଣ ଲୋକ ନିୟୋଜିତ ହୋଇଛନ୍ତି। ଭାସ୍କରଙ୍କ ଫାର୍ମରୁ ଉତ୍ପାଦିତ ଛତୁ ଓ ଛତୁ ମଞ୍ଜିର ଚାହିଦା ସ୍ଥାନୀୟ ଅଞ୍ଚଳରେ ରହିଛି। ଏହାଛଡ଼ା ସେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଜିଲ୍ଲା ଓ ପଶ୍ଚିମବଙ୍ଗ ରାଜ୍ୟର ବହୁ ଚାଷୀଙ୍କୁ ଯୋଗାଉଛନ୍ତି। ଭାସ୍କରଙ୍କ କହିବା ଅନୁସାରେ ସେ ମାସକୁ ୪୦ ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି।

Related story