Advertisment

ନବୀନଙ୍କ ବିରୋଧୀ ବଶୀକରଣ ମନ୍ତ୍ର

ସ୍ୱାତୀ ଜେନା କିଏ ଯିବ ରାଜ୍ୟସଭା? ସଂସାଦ ଭାବେ ଓଡ଼ିଶାରୁ କିଏ କରିବ ପ୍ରତିନିଧିତ୍ୱ? ଏମିତି କିଛି କଳ୍ପନା ଜଳ୍ପନା ବେଶ କିଛି ଦିନ ଲାଗି ରହିଥିଲା। ଅନେକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ତେବେ ଚର୍ଚ୍ଚାରେ ଥିବା ନେତାଙ୍କ ମଧ୍ୟରୁ ବିଜୁ ଜନତା ଦଳ ତିନି ଜଣଙ୍କୁ ପ୍ରାର୍ଥୀ କଲା। ତେବେ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ପୁଣି ଚର୍ଚ୍ଚା ଲାଗିଲା। କଟକ ମେୟର ସୁବାସ ସିଂହଙ୍କ ସ୍ଥାନରେ ଆଦିବାସୀ ନେତା ନିରଂଜନ ବିଶିଙ୍କୁ ବଲାଙ୍ଗୀରରୁ ନେଇ […]

ଅଦ୍ୟତନ ହୋଇଛି
ନବୀନଙ୍କ ବିରୋଧୀ ବଶୀକରଣ ମନ୍ତ୍ର

JD LEADERS

Advertisment
  • ସ୍ୱାତୀ ଜେନା

କିଏ ଯିବ ରାଜ୍ୟସଭା? ସଂସାଦ ଭାବେ ଓଡ଼ିଶାରୁ କିଏ କରିବ ପ୍ରତିନିଧିତ୍ୱ? ଏମିତି କିଛି କଳ୍ପନା ଜଳ୍ପନା ବେଶ କିଛି ଦିନ ଲାଗି ରହିଥିଲା। ଅନେକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ତେବେ ଚର୍ଚ୍ଚାରେ ଥିବା ନେତାଙ୍କ ମଧ୍ୟରୁ ବିଜୁ ଜନତା ଦଳ ତିନି ଜଣଙ୍କୁ ପ୍ରାର୍ଥୀ କଲା। ତେବେ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ପୁଣି ଚର୍ଚ୍ଚା ଲାଗିଲା। କଟକ ମେୟର ସୁବାସ ସିଂହଙ୍କ ସ୍ଥାନରେ ଆଦିବାସୀ ନେତା ନିରଂଜନ ବିଶିଙ୍କୁ ବଲାଙ୍ଗୀରରୁ ନେଇ ଦିଲ୍ଲୀ ଟିକେଟ୍ ଧରାଇଦେଲେ ନବୀନ।

Advertisment

ନିରଂଜନ ବିଶି ଜଣେ ଯୁବ ଆଦିବାସୀ ନେତା। ଆଦିବାସୀଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ପାଇଁ ସେ ଲଢ଼େଇ କରୁଥିଲେ। ସରକାରୀ ବିରୋଧୀ ସ୍ଲୋଗାନ ଦେଇ ଆଦିବାସୀଙ୍କ ମନରେ ଆଶାର କିରଣ ଜନ୍ମାଇଥିଲେ ନିରଂଜନ। ବଲାଙ୍ଗୀରରେ ପଶ୍ଚିମ ଓଡିଶା ସ୍ଥାୟୀ ହାଇକୋର୍ଟ ବେଞ୍ଚ ଗଠନଠାରୁ ନେଇ ଆଦିବାସୀଙ୍କ ଭାଷା ସୁରକ୍ଷା ପାଇଁ ଲଢ଼େଇ କରୁଥିଲେ। ଆଦିବାସୀଙ୍କ ମା’ ମାଟି ମାନୁଷ ଆନ୍ଦୋଳନର ନାୟକ ସାଜିଥିଲେ। ନିରଂଜନଙ୍କୁ ରାଜ୍ୟସଭା ଟିକେଟ ଦେଇ ଆନ୍ଦୋଳନକୁ ଭାଙ୍ଗିଦେଲେ ନବୀନ, ଗରିବ ଆଦିବାସୀଙ୍କ ମନରେ ନିରଂଜନଙ୍କ ପାଇଁ ଅବିଶ୍ୱାସର ବୀଜ ବୁଣିଦେଲେ। ଆଉ ସରକାରୀ ବିରୋଧୀ ଆନ୍ଦୋଳନକୁ ପ୍ରଶମିତ କରିବାରେ ସଫଳ ମଧ୍ୟ ହେଲେ।

ଏହି ସାମାନ କାର୍ଡ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରାଯାଇଥିଲା। କାରଣ ସୌମ୍ୟ ରଂଜନ ହିଁ ଚିଟଫଣ୍ଡ ଆନ୍ଦୋଳନର ମଙ୍ଗ ଧରିଥିଲେ। ସାରା ରାଜ୍ୟରୁ ହଜାର ହଜାର କ୍ଷତିଗ୍ରସ୍ତଙ୍କୁ ଏକାଠି କରି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ। ବିଧାନସଭା ସମ୍ମୁଖରେ ଠିଆ ହୋଇ ସରକାରୀ ଦଳ ଓ କଳକୁ ଚୋର ସଜାଇଥିଲେ ସୌମ୍ୟ। ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ବହ୍ନି ରାଜ୍ୟବ୍ୟାପି ତେଜିବାରେ ଲାଗିଥିଲା। ଗୋଟେ ପଟେ ଜନ ଆନ୍ଦୋଳନ ସାଙ୍ଗକୁ ଅନ୍ୟ ପଟେ ସିବିଆଇର ତନାଘନା ଭିତରେ ଅଣନିଃଶ୍ୱାସୀ ହୋଇ ଯାଇଥିଲେ ସରକାର। ସୌମ୍ୟଙ୍କ ପାଇଁ ବି ଆକାଶରୁ ଖସି ପଡ଼ିଲା ବିଜେଡିର ରାଜ୍ୟସଭା ମାଳ। ଦଳରେ ଯୋଗ ଦେବାର କେଇ ସେକେଣ୍ଡ ଭିତରେ ମିଳିଗଲା ଦିଲ୍ଲୀ ଟିକେଟ୍। ତା’ ପରଠୁଁ ଆଉ ଦାନା ବାନ୍ଧି ପାରୁନି ଚିଟ୍‌ ଫଣ୍ଡ ଆନ୍ଦୋଳନ। ସବୁ ଆଡୁ ଠକେଇ ଓ ପ୍ରତାରଣାର ଶିକାର ହୋଇଥିବା ଜମାକାରୀ ଆଉ କାହାକୁ ବିଶ୍ୱାସକୁ କରିପାରୁ ନାହାନ୍ତି। ସୌମ୍ୟଙ୍କୁ ସଂସଦ ପଠାଇ, ପରେ ସେଠୁ ବିଧାନସଭାକୁ ଆଣି ଶାନ୍ତିରେ ନିଃଶ୍ୱାସ ମାରୁଛି ବିଜେଡି ନେତୃତ୍ୱ।

Advertisment

ଏହି ତାଲିକାରେ ସୁବାସ ସିଂହଙ୍କ କଥା ବି ଉଠାଇ ପାରିବା। ଏବେର କଟକ ମହାନଗର ନିଗମର ମେୟର ଏକଦା ବସ୍ତି ବାସିନ୍ଦାଙ୍କ ସୁରକ୍ଷା ଓ ସୁବିଧା ନେଇ ମହାନଗର ନିଗମ ସମ୍ମୁଖରେ ଅହରହ ପ୍ରତିବାଦ କରୁଥିଲେ। ଜଣେ ଦକ୍ଷ ସିପିଆଇ(ଏମ୍) ନେତା ଭାବେ ତାଙ୍କ ଭାଷଣ ସରକାରଙ୍କ କାନକୁ ବଧିରା କରି ଦେଉଥିଲା। ସୁବାସଙ୍କ ଗୋଟିଏ ଡାକରାରେ ଏକାଠି ହେଉଥିଲେ ହଜାର ହଜାର ଦିନ ମଜୁରିଆ, ଅଟୋ, ରିକ୍ସା ଚାଳକ, ଖଟିଖିଆ ବସ୍ତି ବାସିନ୍ଦା। କଟକରେ ନାଳ ନର୍ଦ୍ଦମା ସମସ୍ୟା ହେଉ କି ଡାକ୍ତରଖାନାର ଅବ୍ୟବସ୍ଥା ବିରୋଧରେ ଅହରହ ସ୍ୱର ଉତ୍ତୋଳନ କରୁଥିଲେ ସୁବାସ ସିଂହ। ଯାହା କି ସରକାରଙ୍କ ଗଳାରେ କଣ୍ଟା ସାଜିଥିଲା। ତେଣୁ ସୁବାସଙ୍କୁ ବିଜେଡିରେ ମିଶେଇ ପ୍ରଥମେ ଶ୍ରମିକ ବୋର୍ଡ଼ ମୁଖ୍ୟ ପଦ ଓ ପରେ ରାଜ୍ୟସଭା ଟିକେଟ ଦେଇ ମୁହଁ ବନ୍ଦ କରିଦେଲେ ନବୀନ ପଟ୍ଟନାୟକ। ଏହା ପରଠାରୁ କଟକରେ ଶାନ୍ତ ପଡ଼ିଗଲା ଖଟିଖିଆଙ୍କ ଆନ୍ଦୋଳନ।

ଏହିପରି ଭାବେ ଅନେକ ଶକ୍ତିଶାଳୀ ବିରୋଧୀ ନେତାଙ୍କୁ ନବୀନ ନିଜ ଦଳବଳରେ ନେଇ ସେମାନଙ୍କ ମୁହଁ ବନ୍ଦ କରିବା ସହିତ ସେମାନେ ଉଠେଇଥିବା ପ୍ରସଙ୍ଗଗୁଡ଼ିକୁ ମଧ୍ୟ ଦୁର୍ବଳ କରିଦେଇଛନ୍ତି। କଂଗ୍ରେସର ଦୁଇ ଦୁଇ ଜଣ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ ଓ ପ୍ରଦୀପ ମାଝୀ, ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ଯୁବ କଂଗ୍ରେସ ନେତା ରୋହିତ ପୂଜାରୀ, ଛାତ୍ର କଂଗ୍ରେସ ନେତା ଚିନ୍ମୟ ସାହୁ, ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା, ସାରଦା ନାୟକ ପ୍ରମୁଖ ବିଜେଡିରେ ମିଶି କଂଗ୍ରେସକୁ ଶକ୍ତିହୀନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସେହିପରି ବିଜେପିର ବିମ୍ବାଧର କୁଅଁର, ପ୍ରଶାନ୍ତ ନନ୍ଦ, ଜୀବନ ପ୍ରଦୀପ ଦାସ, ସୁନନ୍ଦା ଦାସ, ତୁଷାରକାନ୍ତି ବେହେରା ପ୍ରମୁଖ ମଧ୍ୟ ନବୀନଙ୍କ ପ୍ରସାଦକୁ ନିଜ କ୍ୟାରିଅରର ଗୁରୁତ୍ୱପୂର୍ଣ୍ଣ ହାସଲ ଭାବେ ଗ୍ରହଣ କରିଛନ୍ତି। ଏହିପରି ଭାବେ ବିରୋଧୀ ଭୂମିକା ନିର୍ବାହ କରିଥିବା କେତେ ଜଣ ସମ୍ଭାବନାମୟ ବ୍ୟକ୍ତିତ୍ୱଙ୍କୁ କିଛି କିଛି ଦାନ କରି ସେମାନଙ୍କୁ ବସ୍ତୁତଃ ପଙ୍ଗୁ କରିବା ସହିତ ନିଜ ବଶକୁ ଆଣିପାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ତାଙ୍କର ଏକ ସଫଳ କୌଶଳ ଭାବେ ଦୁଇ ଦଶନ୍ଧି ହେଲା ତାଙ୍କ ଉଦ୍ଦେଶ୍ୟ ସାଧିତ କରିଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe