Advertisment

କେତେ ଦିନ ରହିପାରିବେ ମନ୍ତ୍ରୀଙ୍କ ଘରୋଇ ସଚିବ: ଦିଲ୍ଲୀ ବନାମ ଓଡ଼ିଶା

ଭୁବନେଶ୍ୱର, (ଲକ୍ଷ୍ମୀନାରାୟଣ କାନୁନଗୋ): ଜଣେ ଅଧିକାରୀ ମନ୍ତ୍ରୀଙ୍କ ଘରୋଇ ସଚିବ ଭାବେ କେତେ ବର୍ଷ କାର୍ଯ୍ୟ କରିପାରିବେ? ଏମିତି କିଛି ସମୟ ଅବଧି ଅଛି କି? ହଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ଚାକିରି କାର୍ଯ୍ୟକାଳ ସଂପର୍କରେ ନିୟମ ତିଆରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବେ ଅବସ୍ଥାପିତ ମନ୍ତ୍ରୀଙ୍କ ପାଖରେ ଯେ କୌଣସି ପଦରେ କାମ କରୁଥିବା ଜଣେ ସରକାରୀ ଅଧିକାରୀ ୫ ବର୍ଷରୁ ଅଧିକ ସମୟ […]

ଅଦ୍ୟତନ ହୋଇଛି
ଖର୍ଚ୍ଚ ଦେବ ଏମସିଏଲ୍, ତଥାପି ମେଡିକାଲ କଲେଜ ପରିଚାଳନା ପାଇଁ ତତ୍ପର ନୁହଁନ୍ତି ରାଜ୍ୟ ସରକାର

secretariat

Advertisment

ଭୁବନେଶ୍ୱର, (ଲକ୍ଷ୍ମୀନାରାୟଣ କାନୁନଗୋ): ଜଣେ ଅଧିକାରୀ ମନ୍ତ୍ରୀଙ୍କ ଘରୋଇ ସଚିବ ଭାବେ କେତେ ବର୍ଷ କାର୍ଯ୍ୟ କରିପାରିବେ? ଏମିତି କିଛି ସମୟ ଅବଧି ଅଛି କି? ହଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ଚାକିରି କାର୍ଯ୍ୟକାଳ ସଂପର୍କରେ ନିୟମ ତିଆରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବେ ଅବସ୍ଥାପିତ ମନ୍ତ୍ରୀଙ୍କ ପାଖରେ ଯେ କୌଣସି ପଦରେ କାମ କରୁଥିବା ଜଣେ ସରକାରୀ ଅଧିକାରୀ ୫ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ସେଭଳି ସେହି ଅଫିସର ତାଙ୍କ ଚାକିରି କାଳ ଭିତରେ ଅତି ବେଶୀରେ ବିଭିନ୍ନ ମନ୍ତ୍ରୀଙ୍କ ପାଖରେ କୌଣସିମତେ ୧୦ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ୨୦୧୦ରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଏଭଳି ନିଷ୍ପତ୍ତି ନେଇଥିଲା। ଏହି ବିଜ୍ଞପ୍ତି ସଂପର୍କରେ ୨୦୧୦ ଏପ୍ରିଲ ୩ ତାରିଖରେ କାର୍ମିକ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ସବୁ ମନ୍ତ୍ରଣାଳୟର ସଚିବଙ୍କୁ ଜଣାଇ ଦେଇଥିଲେ। ପୂର୍ବରୁ ଏହି ଅବଧି ମାତ୍ର ୩ ବର୍ଷ ଥିଲା ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Advertisment

ସେହିଭଳି କେନ୍ଦ୍ରରେ ମୋଦି ସରକାର ଆସିବା ପରେ ୨୦୧୪ ମେ’ ୨୬ ତାରିଖରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସମ୍ମିଳିତ ବିଜ୍ଞପ୍ତିରେ ୨୦୧୦ର ଅଫିସ ବିଜ୍ଞପ୍ତି ସଂପର୍କରେ ପୁଣି ଥରେ କେନ୍ଦ୍ର ସଚିବମାନଙ୍କୁ ଅବଗତ କରାଇଥିଲା କାର୍ମିକ ମନ୍ତ୍ରଣାଳୟ।

ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ରାଜ୍ୟ ସରକାର ସେଭଳି ନିୟମ କାହିଁକି ରଖିନାହାନ୍ତି? ଏନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କୁହନ୍ତି- ‘ଉଚ୍ଚ ପଦରେ ଥିବା ଲୋକଙ୍କର ନିୟମିତ ବ୍ୟବଧାନରେ ବଦଳି ହେବା ଆବଶ୍ୟକ। ନେହେଲେ ଘରୋଇ ଅଫିସରଙ୍କ ଦ୍ୱାରା ନ୍ୟସ୍ତ ସ୍ୱାର୍ଥ ତିଆରି ହୋଇପାରେ। ଯେଉଁଠି ମୁଖ୍ୟମନ୍ତ୍ରୀ ବିବେକବାନ ହୋଇଥିବେ ସେ ଘରୋଇ ସଚିବଙ୍କୁ ବଦଳାଇବା ଉଚିତ। ଅବଶ୍ୟ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଘରୋଇ ଅଧିକାରୀଙ୍କ କାର୍ଯ୍ୟକାଳ ନେଇ ସେଭଳି ସିଲିଂ ନାହିଁ। ସେଥିପାଇଁ ଲୋକେ ମଝିରେ ମଝିରେ ସରକାର ପରିବର୍ତନ କରିବା ଉଚିତ ବୋଲି ମୋର ମତ।’

Advertisment

Letterପୂର୍ବତନ କେନ୍ଦ୍ର ସଚିବ ପ୍ରସନ୍ନ କୁମାର ମିଶ୍ର କୁହନ୍ତି, ‘ମୋ ମତରେ ଯଦି ଜଣେ ଅଧିକାରୀ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସଭାଜନ ଅଛନ୍ତି, ତେବେ ଘରୋଇ ସଚିବ ଭାବେ କାର୍ଯ୍ୟ କରିବାର ସୀମା ନରହିବା ଉଚିତ। ଥରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଶାସନିକ କାରଣ ପାଇଁ ତାଙ୍କ ଘରୋଇ ସଚିବଙ୍କ ବଦଳି ହେଲା। ମୋତେ ପଚାରିବାରୁ ମୁଁ ହାଲୁକା ଭାବେ କହିଲି- ଆପଣଙ୍କର କଣ ଘରୋଇ ସଚିବ ଆବଶ୍ୟକ? ଆମେ ସବୁ ଅଛୁ। ବିଜୁ ବାବୁ କହିଲେ- ‘ହଁ ବାସ୍ତବିକ ମୋର ଜଣେ ଜୁନିଅର ଅଫିସର ହେଲେ ଚଳିବ। କେବଳ ଫାଇଲ ଦବା କଥା।’ ମୁଖ୍ୟମନ୍ତ୍ରୀ ଯଦି ଅତ୍ୟନ୍ତ ଦକ୍ଷ ହେବେ ତେବେ ତାଙ୍କର ଘରୋଇ ସଚିବ ଉପରେ ଅତି ବେଶୀ ନିର୍ଭରଶୀଳ ହେବା ଦରକାର ନାହିଁ। ଆଉ ପରିସ୍ଥିତି ଯଦି ଏମିତି ଜଣେ ଛାଇ ଭଳି ନରହିଲେ ଅବସ୍ଥା ଅସମ୍ଭାଳ ହେବ, ତା’ହେଲେ ଅଲଗା କଥା।

ଏହି ପ୍ରସଙ୍ଗରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଛନ୍ତି, ଘରୋଇ ସଚିବଙ୍କ କାର୍ଯ୍ୟକାଳ ନେଇ ଓଡ଼ିଶାରେ କେନ୍ଦ୍ର ଭଳି ନିୟମ ଥିବା କଥା ମୁଁ ଜାଣିନାହିଁ। ଜଣେ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବ ଦୀର୍ଘ ବର୍ଷ ରହିବା ବେଆଇନ ନହୋଇପାରେ, ମାତ୍ର ନିଶ୍ଚିତ ରୂପେ ସ୍ପୃହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଆଖିକାନ ହେଲେ ଘରୋଇ ସଚିବ। ସେ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ଅନେକ ଭିତିରି କଥା ଜାଣନ୍ତି। ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦ୍ବାରପାଳ ଭାବେ କାମ କରନ୍ତି। କେନ୍ଦ୍ର ନିୟମର ଭାବାର୍ଥ (ସ୍ପିରିଟ)କୁ ଦେଖିଲେ ଔଚିତ୍ୟ (ପ୍ରୋପ୍ରାଇଟି) ଦୃଷ୍ଟିରୁ ଓ ସାଧାରଣରେ ବିଶ୍ୱସନୀୟତା ଦୃଷ୍ଟିରୁ ଜଣେ ଘରୋଇ ସଚିବ ଦୀର୍ଘ ବର୍ଷ ରହିବା ଠିକ୍ ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe