Advertisment

ଭାରତୀୟ ମୁଦ୍ରାରେ କିପରି ଆସିଲେ ବାପୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କାଲିଥିଲା ଗାନ୍ଧି ଜୟନ୍ତୀ। ଅର୍ଥାତ୍ ଆମ ଜାତିର ପିତା(Father Of Nation) ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ। ସେ ୧୮୬୯ ଅକ୍ଟୋବର୍‌ ୨ରେ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନଠୁ ନେଇ ପରାଧୀନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ କରିଥିଲେ ଗାନ୍ଧୀ। ତାଙ୍କୁ ଆଦରରେ ବାପୁ ଓ ବାପୁଜୀ ବୋଲି କୁହାଯାଏ। ତେବେ  ଆସନ୍ତୁ ଆଜି ଆମେ ଜାଣିବା ବାପୁ କିପରି ଭାରତୀୟ ମୁଦ୍ରାରେ ଆସିଲେ। କିପରି […]

ଅଦ୍ୟତନ ହୋଇଛି
ଭାରତୀୟ ମୁଦ୍ରାରେ କିପରି ଆସିଲେ ବାପୁ

gandhi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କାଲିଥିଲା ଗାନ୍ଧି ଜୟନ୍ତୀ। ଅର୍ଥାତ୍ ଆମ ଜାତିର ପିତା(Father Of Nation) ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ। ସେ ୧୮୬୯ ଅକ୍ଟୋବର୍‌ ୨ରେ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନଠୁ ନେଇ ପରାଧୀନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ କରିଥିଲେ ଗାନ୍ଧୀ। ତାଙ୍କୁ ଆଦରରେ ବାପୁ ଓ ବାପୁଜୀ ବୋଲି କୁହାଯାଏ। ତେବେ  ଆସନ୍ତୁ ଆଜି ଆମେ ଜାଣିବା ବାପୁ କିପରି ଭାରତୀୟ ମୁଦ୍ରାରେ ଆସିଲେ। କିପରି ତାଙ୍କ ଫଟୋ ଭାରତୀୟ ନୋଟ୍‌ରେ ଛପାହେଲା।

Advertisment

ସୂଚନା ଅନୁସାରେ, ନୋଟ୍‌ରେ ଥିବା ବାପୁଙ୍କର ହସହସ ଫଟୋଟି ପ୍ରଥମଥର ପାଇଁ ୧୯୬୯ ମସିହାରେ ୫ ଟଙ୍କିଆ ଓ ୧୦ ଟଙ୍କିଆ ନୋଟ୍‌ରେ ଛପାଯାଇଥିଲା। ଏହି ବର୍ଷ ବାପୁଙ୍କ ଜନ୍ମ ଶତବାର୍ଷିକୀ ଥିବାରୁ ଏହି ଅବସରରେ ନୋଟ୍‌ରେ ତାଙ୍କ ଫଟୋ ଛପାଯାଇଥିଲା। ନୋଟ୍‌ରେ ଗାନ୍ଧୀଜୀଙ୍କ ଫଟୋ ପଛରେ ଥିଲା ତାଙ୍କର ସେବାଗ୍ରାମ।(ଏହା ମହାରାଷ୍ଟ୍ରର ଏକ ସହର। ଏଇଠି ୧୯୩୬ରୁ ୧୯୪୮ ମସିହା ପର୍ଯ୍ୟନ୍ତ ଗାନ୍ଧୀଜୀ ରହିଥିଲେ)।

publive-imageତେବେ ଆପଣ ଜାଣନ୍ତି କି ନୋଟ୍‌ ଉପରେ ଆମେ ଦେଖୁଥିବା ବାପୁଙ୍କର ହସହସ ମୁହଁଥିବା ଫଟୋଟି ସେତେବେଳର ଭାଇସ୍‌ରାୟ ହାଉସ୍(ଏବେ ରାଷ୍ଟ୍ରପତି ଭବନ)ରେ ୧୯୪୬ରେ ଉଠାଯାଇଥିଲା। ସେତେବେଳେ ଫ୍ରେଡେରିକ୍ ପେଥିକ ଲରେନ୍ସ ମ୍ୟାଁମାର୍ ରାଷ୍ଟ୍ରପତି ଓ ଭାରତରେ ବ୍ରିଟିଶ୍‌ ସେକ୍ରେଟାରୀ ଭାବରେ କାର୍ଯ୍ୟ କରୁଥିଲେ। ଆଉ ତାଙ୍କୁ ହିଁ ଭେଟିବାକୁ ମହାତ୍ମା ଗାନ୍ଧୀ ଦିଲ୍ଲୀରେ ଥିବା ଭାଇସ୍‌ରାୟ ହାଉସ୍‌କୁ ଯାଇଥିଲେ। ସେତେବେଳେ ଏହି ଫଟୋଟି ଉଠାଯାଇଥିଲା। କିନ୍ତୁ ଅବଶୋଷ ଯେ ଏହି ଫଟୋଟିକୁ କିଏ ଉଠାଇଥିଲେ ସେ ନେଇ କୌଣିସ ଖବର ନାହିଁ।

Advertisment

publive-imagepublive-imageପ୍ରଥମେ ଭାରତୀୟ ନୋଟ୍‌ରେ ବ୍ରିଟିଶ୍‌ ରାଜା ଜର୍ଜଙ୍କ ଫଟୋ ଛପାଯାଉଥିଲା। ଆଉ ଏହା ୧୯୪୯ ପର୍ଯ୍ୟନ୍ତ ଭାରତରେ ଚାଲୁଥିଲା। ଏହାପରେ ଅଶୋକ ସ୍ତମ୍ଭ ଥିବା ନୋଟ୍‌ ଆସିଥିଲା। କିନ୍ତୁ ୧୯୬୯ରେ ଆର୍‌ବିଆଇ(ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ) ଭାରତୀୟ ନୋଟ୍‌ର ଡିଜାଇନ୍‌ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇ ପ୍ରଥମଥର ପାଇଁ ଗାନ୍ଧୀଜୀଙ୍କ ଫଟୋ ଥିବା ନୋଟ୍‌ର ଏକ ସିରିଜ୍‌ ଜାରୀ କଲା। ଏହାପରେ ନୋଟ୍‌ରେ ଅଶୋକ ସ୍ତମ୍ଭ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଗଲା। ଆଉ ନୋଟ୍‌ର ତଳ ଭାଗରେ ବାମ ପଟକୁ ଅଶୋକ ସ୍ତମ୍ଭକୁ ସ୍ଥାନ ଦିଆଗଲା। କିନ୍ତୁ ଏହି ଅଶୋକ ସ୍ତମ୍ଭ ଏବେ ନୋଟ୍‌ର ଡାହାଣ ପଟରେ ଦେଖିବାକୁ ମିଳୁଛି।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe