ଭାରତର ୫ ବ୍ରହ୍ମାସ୍ତ୍ର: ଜାଣନ୍ତୁ କାହା ପାଇଁ ଖର୍ଚ୍ଚ ହୋଇଛି କେତେ?

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଚୀନ୍ ବାରମ୍ୱାର ଭାରତକୁ ଯୁଦ୍ଧ ଧମକ ଦେଉଛି। ଡୋକଲାମ୍ ସୀମାରୁ ସେନା ପଛକୁ ନ ହଟିଲେ ପରିସ୍ଥିତି ଭୟାବହ ହେବ ବୋଲି ଚୀନ୍ ଭାରତକୁ ଧମକ ଦେଉଛି। ଏଭଳି ପରିସ୍ଥିତିରେ କେଉଁ ମୁହୂର୍ତ୍ତରେ ବି ଯୁଦ୍ଧ ଲାଗି ଯାଇପାରେ। ଦୁଇ ଦେଶ ପରମାଣୁ ଅସ୍ତ୍ରରେ ଆକ୍ରମଣ କରିବାକୁ ସକ୍ଷମ। ରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତ ଉପରେ ଚୀନ୍ ଯଦି ମିଜାଇଲ […]

missile 11

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 06:06 PM IST

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଚୀନ୍ ବାରମ୍ୱାର ଭାରତକୁ ଯୁଦ୍ଧ ଧମକ ଦେଉଛି। ଡୋକଲାମ୍ ସୀମାରୁ ସେନା ପଛକୁ ନ ହଟିଲେ ପରିସ୍ଥିତି ଭୟାବହ ହେବ ବୋଲି ଚୀନ୍ ଭାରତକୁ ଧମକ ଦେଉଛି। ଏଭଳି ପରିସ୍ଥିତିରେ କେଉଁ ମୁହୂର୍ତ୍ତରେ ବି ଯୁଦ୍ଧ ଲାଗି ଯାଇପାରେ। ଦୁଇ ଦେଶ ପରମାଣୁ ଅସ୍ତ୍ରରେ ଆକ୍ରମଣ କରିବାକୁ ସକ୍ଷମ। ରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତ ଉପରେ ଚୀନ୍ ଯଦି ମିଜାଇଲ ଆକ୍ରମଣ କରେ, ତେବେ ଭାରତ ପଛଘୁଞ୍ଚା ଦେବନାହିଁ। କାରଣ ଭାରତ ମଧ୍ୟ ତାର ମିଜାଇଲକୁ ଏପରି ବିକଶିତ କରିଛି ଯାହାର ରାଡାରରେ ସମଗ୍ର ଚୀନ୍ ଆସୁଛି। ଭାରତ ଏହି ଉନ୍ନତମାନର ଦୂରଗାମୀ ମିଜାଇଲକୁ ବିକଶିତ କରିବା ପାଇଁ ହଜାର ହଜାର କୋଟି କୋଟି ଟଙ୍କ। ପାଣି ଭଳି ଖର୍ଚ୍ଚ କରୁଛି। କିନ୍ତୁ ଜାଣିଛନ୍ତି କି ଗୋଟିଏ ମିଜାଇଲ୍ ତିଆରି କରିବା ପାଇଁ କେତେ ଟଙ୍କ। ଖର୍ଚ୍ଚ କରେ ଭାରତ?

ଦୂରଗାମୀ ଓ ସ୍ୱଳ୍ପ ଦୂରଗାମୀ ମିଜାଇଲ ନିର୍ମାଣରେ ହେଉଥିବା ଖର୍ଚ୍ଚ ଭିନ୍ନଭିନ୍ନ ହୋଇଥାଏ। ଇଣ୍ଟର କଣ୍ଟିନେଣ୍ଟାଲ ମିଜାଇଲ ଅଗ୍ନି-୫କୁ ତିଆରି କରିବା ପାଇଁ ସବୁଠୁ ଅଧିକ ଟଙ୍କ। ଖର୍ଚ୍ଚ ହୋଇଥାଏ। ସେହିଭଳି ନାଗ ଓ ପୃଥ୍ୱୀ ଭଳି ମିଜାଇଲ ନିର୍ମାଣରେ ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ।

ଅଗ୍ନି-୫: ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ ମିଜାଇଲ୍ ଅଗ୍ନି-୫। ୮ ହଜାରରୁ ୧୨ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଅଗ୍ନି-୫ ମିଜାଇଲ ନ୍ୟୁକ୍ଲିୟର ଆକ୍ରମଣ ପାଇଁ ସକ୍ଷମ। ୫୦ ଟନ୍ ଓଜନ ବିଶିଷ୍ଟ ଏହି ମିଜାଇଲ୍ ନିର୍ମାଣରେ ୫୦ କୋଟି ଟଙ୍କ। ଖର୍ଚ୍ଚ ହୋଇଥାଏ। ଏହି ମିଜାଇଲ୍ ପରୀକ୍ଷଣ ପରେ ଚୀନ୍ ଆଖିରୁ ନିଦ ହଜି ଯାଇଛି। କାରଣ ଏହି ମିଜାଇଲ୍ ଆକ୍ରମଣରେ ପୂରା ଚୀନ୍ ଧ୍ୱଂସ ପାଇଯିବ। ଭାରତ ଡାୟନାମିକ ଲିମିଟେଡ ଏହାକୁ ପ୍ରସ୍ତୁତ କରିଥିବା ବେଳେ ଏହାକୁ ଡିଜାଇନିଂ କରଛି ଡିଆରଡିଓ।

ନିର୍ଭୟ: ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିଜାଇଲ୍- ନିର୍ଭୟ। ୧ ହଜାର କିଲୋମିଟର ଦୂର ଟାର୍ଟେଟକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ଏହି ମିଜାଇଲ୍। ୧୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି କ୍ରୁଜ୍ ମିଜାଇଲ ନିର୍ମାଣରେ ଖର୍ଚ୍ଚ ହୋଇଥାଏ ୧୦ କୋଟି ଟଙ୍କ।। ଏକାଥରେ ଅନେକ ସ୍ଥାନକୁ ଟାର୍ଟେଟ କରୁଥିବା ଏହି ମିଜାଇଲକୁ ଡିଆରଡିଓ ନିର୍ମାଣ କରିଛି।

ଅଗ୍ନି-୧: ଅଗ୍ନି ସିରିଜର ପ୍ରଥମ କ୍ଷେପଣାସ୍ତ୍ର ହେଉଛି ଅଗ୍ନି-୧। ପାକିସ୍ତାନକୁ ଲକ୍ଷ୍ୟ କରି ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଭାରତ ଡାୟନାମିକ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ୭୫୦ରୁ ୧୨୫୦ କିଲୋମିଟର ରାଡାରରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ। ୧୨ ଟନ୍ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ  ୨୫ରୁ ୩୫ କୋଟି ଟଙ୍କ। ଖର୍ଚ୍ଚ ହୋଇଥାଏ।

ବ୍ରହ୍ମୋସ: ସ୍ୱଳ୍ପ ଦୂରଗାମୀ ସୁପରସୋନିକ କ୍ରୁଜ୍ ମିଜାଇଲ ବ୍ରହ୍ମୋସ। ସ୍ଥଳପଥ, ଜଳପଥ ଓ ଆକାଶପଥରୁ ଟାର୍ଗେଟକୁ ଧ୍ୱଂସ କରିବାରେ ଏହା ମାହିର। ଋଷ ଓ ଭାରତର ମିଳିତ ସହଯୋଗରେ ବ୍ରହ୍ମୋସର ସୃଷ୍ଟି। ୩ ହଜାର କିଲୋଗ୍ରାମ ଓଜନ ବିଶିଷ୍ଟ ଏହି କ୍ରୁଜ୍ ମିଜାଇଲ ୪୫୦ କିଲୋମିଟର ଦୂର ଟାର୍ଗେଟକୁ ବେଶ୍ ଆରାମରେ ଲକ୍ଷ୍ୟଭେଦ କରିପାରିବ। ଏହି ମିଜାଇଲକୁ ନିର୍ମାଣ କରିବାକୁ ୧୮ କୋଟି ଟଙ୍କ। ଖର୍ଚ୍ଚ ହେଉଥିବା ବେଳେ ଏହା ଶବ୍ଦଠାରୁ ମଧ୍ୟ ଅଧିକ ଗତିରେ ଟାର୍ଗେଟକୁ ମାତ୍ ଦେବାରେ ସକ୍ଷମ। ବ୍ରହ୍ମୋସ ଏରୋସ୍ପେଶ ଲିମିଟେଡ ଏହାକୁ ନିର୍ମାଣ କରିଥାଏ।

ଅଗ୍ନି-୩: ମଧ୍ୟମ ଦୂରଗାମୀ ମିଜାଇଲ ଅଗ୍ନି-୩। ଚୀନ୍‌କୁ ଲକ୍ଷ୍ୟ କରି ଏହାକୁ ବିକଶିତ କରାଯାଇଛି। ଏହାର ରାଡାରରେ ପୂରା ଚୀନ୍ ଆସୁନଥିଲେ ମଧ୍ୟ ଚୀନ୍‌ର ପ୍ରମୁଖ ସହରକୁ ନିମିଷକେ ଧ୍ୱଂସ କରିବାକୁ ସକ୍ଷମ ଅଗ୍ନି-୩। ୨୨ ଟନ୍ ଓଜନ ବିଶିଷ୍ଟ ଅଗ୍ନି-୩ ନିର୍ମାଣ ପାଇଁ ୨୫ରୁ ୩୫ କୋଟି ଟଙ୍କ। ଖର୍ଚ୍ଚ ହୋଇଥାଏ। ୩୫୦୦ରୁ ୫୦୦୦ ଦୂରରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଅଗ୍ନି-୩।

Related story