ପ୍ରଧାନମନ୍ତ୍ରୀଙ୍କଠାରୁ ଅଧିକ ଦରମା ପାଆନ୍ତି ସେନାମୁଖ୍ୟ: ଜାଣନ୍ତୁ କେତେ ଟଙ୍କା ପାଆନ୍ତି ଭାରତର ୮ ପ୍ରସିଦ୍ଧ ମୁଖିଆ

ଦେଶର ନାମୀଦାମୀ ବ୍ୟକ୍ତି କହିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବଡବଡ ବିଜନେସ୍ ମ୍ୟାନ ଓ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ବ୍ୟକ୍ତିମାନଙ୍କୁ ବୁଝାଇଥାଏ। ଏଭଳି ବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଥାଏ। ସମସ୍ତଙ୍କର ଇଚ୍ଛା ଥାଏ, ଏମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ। ଆସନ୍ତୁ ଜାଣିବା ଦେଶର ୮ ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କ ମାସିକ ଦରମା କେତେ। ପଢ଼ନ୍ତୁ ଓଡ଼ିଶା ରିପୋର୍ଟର ବିଶେଷ ରିପୋର୍ଟ। ପ୍ରଣବ ମୁଖାର୍ଜୀ: ଦେଶର ପ୍ରଥମ ନାଗରିକ ତଥା ରାଇସିନା […]

ffff

Rakesh Mallick
  • Published: Friday, 16 June 2017
  • , Updated: 16 June 2017, 08:10 PM IST

ଦେଶର ନାମୀଦାମୀ ବ୍ୟକ୍ତି କହିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବଡବଡ ବିଜନେସ୍ ମ୍ୟାନ ଓ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ବ୍ୟକ୍ତିମାନଙ୍କୁ ବୁଝାଇଥାଏ। ଏଭଳି ବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଥାଏ। ସମସ୍ତଙ୍କର ଇଚ୍ଛା ଥାଏ, ଏମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ। ଆସନ୍ତୁ ଜାଣିବା ଦେଶର ୮ ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କ ମାସିକ ଦରମା କେତେ। ପଢ଼ନ୍ତୁ ଓଡ଼ିଶା ରିପୋର୍ଟର ବିଶେଷ ରିପୋର୍ଟ।

ପ୍ରଣବ ମୁଖାର୍ଜୀ: ଦେଶର ପ୍ରଥମ ନାଗରିକ ତଥା ରାଇସିନା ହିଲ୍‌ର ମୁଖ୍ୟ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଜୁଲାଇ ୨୪ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ହେଲେ ଆପଣ ଜାଣିଛନ୍ତି କି ରାଷ୍ଟ୍ରପତି ଭାବେ ମାସିକ କେତେ ଟଙ୍କା ଦରମା ନେଇଥାନ୍ତି ପ୍ରଣବ ମୁଖାର୍ଜୀ। ତାଙ୍କ ଦରମା ପରିମାଣ ହେଲା ମାସିକ ୧ ଲକ୍ଷ ୫୦ ହଜାର ଟଙ୍କା। ରାଜନୀତିକୁ ଆସିବା ପୂର୍ବରୁ ପ୍ରଣବ ରାଜନୀତି ବିଜ୍ଞାନର ଅଧ୍ୟାପକ ଥିଲେ। ପରେ ସେ ସାମ୍ବାଦିକତାକୁ ନିଜ ବୃତ୍ତି ଭାବେ ଆପଣାଇଥିଲେ।

ନରେନ୍ଦ୍ର ମୋଦି: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସକୁ ଦରମା ଆକାରରେ ପାଇଥାନ୍ତି ୧ ଲକ୍ଷ ୬୦ହଜାର ଟଙ୍କା। ବର୍ଷକୁ ଗୋଟିଏ ବି ଦିନ ଛୁଟି ନେଉ ନଥିବା ମୋଦି ନିଜ କାମକୁ ନେଇ ପୂରା ବ୍ୟସ୍ତ ରହିଥାନ୍ତି । ପ୍ରଧାନମନ୍ତ୍ରୀ ଭାବେ ସେ ବର୍ଷକୁ ପ୍ରାୟ ୨୦ ଲକ୍ଷ ଟଙ୍କା ଦରମା ପାଇଥାନ୍ତି।

ମୁକେଶ ଅମ୍ବାନୀ: ରିଲାଏନ୍ସ କମ୍ପାନିର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ କିଏ ବା ନ ଜାଣେ। ୧ ନମ୍ବର ଧନୀ ଭାବେ ସେ ପୂରା ଭାରତରେ ପରିଚିତ। ତେବେ ମାଗଣା ଜିଓ ସେବା ଆରମ୍ଭ କରିବା ପରେ ସେ ସମଗ୍ର ଦେଶବାସୀଙ୍କ ଜନମାନସରେ ରହି ଯାଇଥିଲେ। ମୁକେଶଙ୍କ ମାସିକ ଦରମା ଜାଣିଲେ ଆପଣ ତାଜୁବ ହେବେ ନିଶ୍ଚୟ। ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଭାବେ ମାସକୁ ୧ କୋଟି ୨୫ ଲକ୍ଷ ଟଙ୍କାରୁ ଅଧିକ ଦରମା ନେଇଥାନ୍ତି ସେ। ତେବେ ମୁକେଶ ନାମକୁ ମାତ୍ର ଦରମା ନେଇଥାନ୍ତି। ଗତବର୍ଷ ସେ ୩୦୩ କୋଟି ଟଙ୍କା ଦାନ ଆକାରରେ ଦେଇଥିଲେ। ମୁକେଶ ରହୁଥିବା ଘର ଆଣ୍ଟିଲିଆ, ଲଣ୍ଡନର ମହାରାଣୀ ରହୁଥିବା ବକିଙ୍ଗହାମ ପ୍ୟାଲେସଠାରୁ ମଧ୍ୟ ଅଧିକ ଦାମିକିଆ।

ବିପିନ ରାୱତ: ଭାରତର ସେନା ମୁଖ୍ୟ ମେଜର ଜେନେରାଲ ବିପିନ ରାୱତ। ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ସମଗ୍ର ବିଶ୍ୱରେ ପରିଚିତ ସେ। ଭାରତୀୟ ସେନା ମୁଖ୍ୟ ଭାବେ ସେ ମାସିକ ୨ ଲକ୍ଷ ୫୦ ହଜାର ଟଙ୍କା ଦରମା ପାଇଥାନ୍ତି। ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ନେତୃତ୍ୱ ନେଇ ଚର୍ଚ୍ଚାକୁ ଆସିଥିଲେ ବିପିନ୍‌। ଯୁଦ୍ଧ ଓ ବିଭିନ୍ନ ଲଢୁଆ ଅପରେସନ୍‌ରେ ମହିଳାଙ୍କୁ ସାମିଲ କରିବା ପାଇଁ ସେ ପ୍ରଥମେ ପ୍ରସ୍ତାବ ଦେଇଥିଲେ।

ଚନ୍ଦା କୋଚର: ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚର। ଜଣେ ମହିଳା ଉଦ୍ୟୋଗୀ ଭାବେ ପୂରା ଭାରତରେ ସେ ଜଣାଶୁଣା। ତାଙ୍କର ମାସିକ ଦରମା ହେଉଛି ୫୦ ଲକ୍ଷ ଟଙ୍କା।  ଦୃଢ ନିଷ୍ଠା ଓ କଠିନ ପରିଶ୍ରମ କରି ସେ ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢି ଚାଲିଛନ୍ତି। ଏପରକି ୨୦୦୫ରୁ ଲଗାତାର ସେ ଫୋବର୍ସ ମାଗାଜିନରେ ବିଶ୍ୱର ଶ୍ରେଷ୍ଠ ମହିଳା ତାଲିକାରେ ସ୍ଥାନ ପାଇ ଆସୁଛନ୍ତି।

ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖିଆ ଭାବେ ନିଯୁକ୍ତି ପାଇଛନ୍ତି ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ। ତାଙ୍କର ମାସିକ ଦରମା ହେଉଛି ୨ ଲକ୍ଷ ୫୦ ହଜାର ଟଙ୍କା। କଠିନ ପରିଶ୍ରମ କରି ସେ ଏହି ସଫଳତା ପାଇଛନ୍ତି। ସର୍ବଦା କାମକୁ ପ୍ରାଧାନ୍ୟ ଦେଉଥିବା ଏହି ମହିଳା ନିଜ ଝିଅ ଜନ୍ମ ନେବା ପରେ ମଧ୍ୟ ଚାକିରି ଛାଡ଼ି ନଥିଲେ। ବରଂ ଝିଅର ସଠିକ ଲାଳନପାଳନ ପାଇଁ ଚାକିରି ଛାଡିଥିଲେ ତାଙ୍କ ସ୍ୱାମୀ। ୨୦୧୬ ମସିହାରେ ଫୋବର୍ସ ତାଲିକାରେ ବିଶ୍ୱର ଶ୍ରେଷ୍ଠ ମହିଳାଙ୍କ ମଧ୍ୟରେ ୨୫ତମ ସ୍ଥାନ ଅଧିକାର କରିଥିଲେ ଅରୁନ୍ଧତୀ।

ଅଜିମ୍ ପ୍ରେମ୍‌ଜୀ: ଆଇଟି ଜଗତର ବେତାଜ ବାଦଶାହା କହିଲେ ଅଜିମ ପ୍ରେମଜୀଙ୍କୁ ବୁଝାଏ। ଦେଶର ଅଗ୍ରଣୀ ଆଇଟି କମ୍ପାନି ୱିପ୍ରୋର ମାଲିକ ହେଉଛନ୍ତି ସେ। ତାଙ୍କ କମ୍ପାନି ଏବେ ଦେଶର ଶ୍ରେଷ୍ଠ ଆଇଟି ସେକ୍ଟର ମଧ୍ୟରୁ ଅନ୍ୟତମ। ମାସକୁ ୬ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ଦରମା ନେଇଥାନ୍ତି ପ୍ରେମଜୀ। ଏହିପରି ଭାବେ ଦେଖିବାକୁ ଗଲେ ତାଙ୍କର ବାର୍ଷିକ ଦରମା ପ୍ରାୟ ୭୯ ଲକ୍ଷ ଟଙ୍କା। ପ୍ରଥମେ ୱିପ୍ରୋ କମ୍ପାନି ରୋଷେଇ ପାଇଁ ବ୍ୟବହାର ହେଉଥିବା ତେଲ ବ୍ୟବସାୟରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଏବେ ଭାରତର ଆଇଟି ସେକ୍ଟରରେ ନିଜର ଆସ୍ଥାନ ଜମାଇ ସାରିଛି।

ଉର୍ଜିତ୍‌ ପଟେଲ: ନୂଆ ଭାବେ ବଜାରକୁ ଆସିଥିବା ୫୦୦ ଓ ୨୦୦୦ ଟଙ୍କିଆ ନୋଟରେ ଏହି ବ୍ୟକ୍ତିଙ୍କର ଦସ୍ତଖତ ରହିଛି। ରଘୁରାମ ରାଜନଙ୍କ ପରେ ଉର୍ଜିତ୍‌ ପଟେଲ ରିର୍ଜଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କର ମାସିକ ଦରମା ହେଉଛି ୩ ଲକ୍ଷ ୮୦ ହଜାର ଟଙ୍କା। ଉର୍ଜିତଙ୍କ ବିଷୟରେ ଏମିତି କିଛି ତଥ୍ୟ ଅଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଉରଜିତ୍‌ଙ୍କ ଜନ୍ମ କେନିଆରେ ହୋଇଥିବା ବେଳେ ପାଠପଢା ସରିଛି ବିଦେଶରେ। ୨୦୧୩ରେ ସେ ଭାରତର ଡ଼େପୁଟି ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ। ହେଲେ ଭାରତ ଆସିବାକୁ ମଧ୍ୟ ତାଙ୍କ ପାଖରେ ଭିସା ନଥିଲା। ଉରଜିତଙ୍କୁ ଏହି ପଦରେ ବସାଇବା ପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ମନମୋହନ ସିଂ ସୁପାରିସ କରିଥିଲେ।

Related story