କ'ଣ ଏହି ପାନାମା ପେପର୍ ? ଏଥିରେ କେମିତି ଫସିଲେ ନୱାଜ ସରିଫ୍?

ଲାହୋର: ପାକିସ୍ତାନରେ ନୱାଜ ସରିଫ ଶାସନର ପରିସମାପ୍ତି ଘଟିଛି। ପାନାମା ପେପର ଲିକ୍ ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରଧାନମନ୍ତ୍ରୀ ପଦରୁ ସରିଫ ଇସ୍ତଫା ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ନୱାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଅଯୋଗ୍ୟ ଘୋଷଣା କରି ତୁରନ୍ତ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ପାକିସ୍ତାନ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ନୱାଜଙ୍କ ବିରୋଧରେ ଆଜି ଏହି ରାୟ ଦେଇଛନ୍ତି। ଏହାସହ ଦୁର୍ନୀତିରେ ସଂପୃକ୍ତ ଥିବା ସରିଫ ଓ ତାଙ୍କ […]

panam1

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 06:53 PM IST

ଲାହୋର: ପାକିସ୍ତାନରେ ନୱାଜ ସରିଫ ଶାସନର ପରିସମାପ୍ତି ଘଟିଛି। ପାନାମା ପେପର ଲିକ୍ ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରଧାନମନ୍ତ୍ରୀ ପଦରୁ ସରିଫ ଇସ୍ତଫା ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ନୱାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଅଯୋଗ୍ୟ ଘୋଷଣା କରି ତୁରନ୍ତ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ପାକିସ୍ତାନ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ନୱାଜଙ୍କ ବିରୋଧରେ ଆଜି ଏହି ରାୟ ଦେଇଛନ୍ତି। ଏହାସହ ଦୁର୍ନୀତିରେ ସଂପୃକ୍ତ ଥିବା ସରିଫ ଓ ତାଙ୍କ ପରିବାର ବିରୋଧରେ ୬ ସପ୍ତାହ ମଧ୍ୟରେ ମାମଲା ରୁଜୁ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି।

କେମିତି ହୋଇଥିଲା ଖୁଲାସା:

ପାନାମା ପେପର ହେଉଛି ଦକ୍ଷିଣ ଆମେରିକୀୟ ଦେଶ ପାନାମାର ‘ଲ’ ଫାର୍ମ ଓ କର୍ପୋରେଟ୍ ସର୍ଭିସ ଦେଉଥିବା ସଂସ୍ଥା ମୋଜାକ୍ ଫୋନ୍ସେକାର ଆର୍ଥିକ କାରବାର ସଂପର୍କିତ ଦସ୍ତାବିଜ୍ । ବିଶ୍ୱର ୨ ଲକ୍ଷରୁ ଅଧିକ ବିତ୍ତଶାଳୀ ବ୍ୟକ୍ତି ବିଶେଷ ଓ ଫାର୍ମଙ୍କ ଆର୍ଥିକ କାରବାରର ସମସ୍ତ ତଥ୍ୟ ଏଥିରେ ରହିଛି । ତେବେ କେହି ଅଜ୍ଞାତ ବ୍ୟକ୍ତି ୨୦୧୫ ମସିହାରେ ୧୧୫ ଲକ୍ଷରୁ ଅଧିକ ଗୁପ୍ତ ଦସ୍ତାବିଜକୁ ପ୍ରଘଟ କରିଦେଇଥିଲେ । ଫଳରେ ବେନାମୀ ସଂପତ୍ତି ରଖିବା ଓ ଟିକସ ଫାଙ୍କିଥିବା ବିତ୍ତଶାଳୀ ଲୋକଙ୍କ କାରସାଦି ପଦାରେ ପଡିଯାଇଥିଲା।

୨୦୧୩ରେ ଆଇ.ସି.ଆଇ.ଜେ. ପାନାମା ପେପର୍ସର କିଛି ତଥ୍ୟ ସାମ୍ନାକୁ ଆଣିଥିଲା। ପାନାମାର ମୋସାକ୍ ଫେ।ନେସ୍କା ନାମକ କମ୍ପାନୀର ସର୍ଭର ହ୍ୟାକ ହେବା ପରେ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ବିଭିନ୍ନ ନକଲି କମ୍ପାନୀ ଓ ମନି ଲଣ୍ଡରିଂ ଜରିଆରେ କୋଟି କୋଟି ଟଙ୍କ। ବିଦେଶୀ ବ୍ୟାଙ୍କରେ ଜମା ହୋଇଥିବାର ଜଣା ପଡିଥିଲା। ଏପରିକି ବିଭିନ୍ନ ଦେଶର ନେତା ଓ ନାମୀଦାମୀ ବ୍ୟକ୍ତି ଏଭଳି କାର୍ଯ୍ୟକଳାପ ସହ ଜଡ଼ିତ ଥିବାର ପ୍ରମାଣ ସାମ୍ନାକୁ ଆସିଥିଲା। ସେଥିମଧ୍ୟରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ପ୍ରସିଦ୍ଧ ଫୁଟବଲ ଖେଳାଳୀ ମେସି, ଚୀନ୍‌ ରାଷ୍ଟ୍ରପତି,  ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ଏହି ଖୁଲାସା ହେବା ପରେ ସରିଫଙ୍କ ପୂରା ପରିବାର ତଦନ୍ତ ପରିସରକୁ ଆସିଥିଲେ।

କିପରି ସରିଫଙ୍କ ପରିବାର ଏହି ମାମଲାରେ ଜଡିତ ଥିଲେ:

ପାନାମା ପେପର୍ସ ଲିକ୍ ହେବା ପରେ ସରିଫଙ୍କ ପୂରା ପରିବାର ଦୁର୍ନୀତି ସହ ଜଡ଼ିତ ଥିବା କଥା ସାମ୍ନାକୁ ଆସିଥିଲା। ୧୯୯୦ ଦଶକରେ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁର୍ନୀତି ମାଧ୍ୟମରେ ଉର୍ପାଜନ କରିଥିବା ଟଙ୍କ।ରେ ଲଣ୍ଡନରେ ୪ଟି ଫ୍ଲ।ଟ୍ କଣିଥିବା ନେଇ ଅଭିଯୋଗ ହୋଇଥିଲା। ପାନାମା ପେପର ଲିକ୍ ହେବାପରେ ସରିଫଙ୍କ ପରିବାର ମନି ଲଣ୍ଡରିଂ ଜରିଆରେ ବିଦେଶକୁ ଟଙ୍କ। ପଠାଇବା ଭଳି ଘଟଣା ସାମ୍ନାକୁ ଆସିଥିଲା। କେବଳ ଏତିକି ନୁହେଁ ସରିଫଙ୍କ ପୁଅ ଓ ଝିଅଙ୍କ ନାଁରେ ବିଦେଶରେ ବିଭିନ୍ନ କମ୍ପାନୀ ରହିଥିବା ମଧ୍ୟ ଜଣାପଡିଥିଲା। ଯାହା ତାଙ୍କ ପୂରା ପରିବାରକୁ ତଦନ୍ତ ପରିସରକୁ ଟାଣି ଆଣିଥିଲା।

ଏହି ମାମଲାରେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାଁ ସାମ୍ନାକୁ ଆସିବା ପରେ, ପାକିସ୍ତାନ ବିରୋଧୀ ଦଳ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ଦାଏର କରିଥିଲେ। ପରେ ପାକିସ୍ତାନ ସୁପ୍ରିମକୋର୍ଟ ଏହି ମାମଲାର ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିଥିଲେ। ଯାଞ୍ଚ ପରେ କମିଟି ତା ରିପୋର୍ଟରେ କହିଥିଲା, ସରିଫ ଓ ତାଙ୍କ ପରିବାରର ଆୟ ଅନୁସାରେ, ତାଙ୍କର ଥିବା ସଂପତ୍ତି ଅଧିକ। କେବଳ ସେତିକି ନୁହେଁ, ପୂରା ପରିବାର ଉପରେ ମନି ଲଣ୍ଡରିଂର ଆରୋପ ମଧ୍ୟ ଲାଗିଛି। କମିଟିର ଏହି ରିପୋର୍ଟକୁ ଆଧାର କରି ପାକିସ୍ତାନ ସୁପ୍ରିମକୋର୍ଟ ନୱାଜ ଓ ତାଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯାହା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡିଛି।

ସରିଫ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫ। ଦେବାପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବାଛିବାକୁ ଆରମ୍ଭ ହୋଇଛି ଅଙ୍କକଷା। ସରିଫ ତାଙ୍କ ଭାଇ ଶାହାବାଜ ସରିଫ କିମ୍ୱା ପାର୍ଟିର ଅନ୍ୟ କୌଣସି ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବା ନେଇ ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ଦେଶର ଶାସନ ଭାର ପୁଣି ସେନା ହାତକୁ ମଧ୍ୟ ଚାଲିଯିବାର ଆଶଙ୍କ। ରହିଛି। କାରଣ ପୂର୍ବରୁ ମଧ୍ୟ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖା ଦେଇଥିବା ବେଳେ ସେନା ଏହାର ପୂରା ଫାଇଦା ଉଠାଇ ଶାସନ ଭାର ନିଜ ହାତକୁ ନେଇଥିଲା। ସରିଫ ବିଦା ହେବାପରେ ପାକିସ୍ତାନ ଉପରେ ବିଶ୍ୱବାସୀଙ୍କ ନଜର ରହିଛି।

Related story