ଆସନ୍ତୁ ଜାଣିବା କେଉଁ ଦେଶରେ କିପରି ଅତିଥିଙ୍କୁ କରାଯାଏ ସ୍ୱାଗତ

ନୂଆଦିଲ୍ଲୀ: ସବୁ ଦେଶର ନିଜସ୍ୱ ପରମ୍ପରା ଓ ସଂସ୍କୃତି ରହିଛି। ଭାରତରେ ସାଧାରଣତଃ ନମସ୍କାର କରାଯାଇ ଅତିଥିଙ୍କୁ ସ୍ୱାଗତ କରାଯାଏ। ସାନମାନେ ବଡ଼ମାନଙ୍କୁ ହାତଯୋଡ଼ି ନମସ୍କାର କରି ଅବା ପାଦ ସ୍ପର୍ଶ କରି ସ୍ୱାଗତ କରନ୍ତି। ସମବୟସ୍କମାନେ ପରସ୍ପରକୁ ହାତଯୋଡ଼ି ସ୍ୱାଗତ କରନ୍ତି। ବେଲଜିୟମ୍‌ରେ ଗାଲରେ ଚୁମ୍ବନ ଦେଇ ଅତିଥିଙ୍କୁ ସ୍ୱାଗତ କରାଯାଏ। ଚୀନର ଲୋକେ ସେମାନଙ୍କ ଅତିଥିକୁ ମୁଣ୍ଡ ହଲାଇ ସ୍ୱାଗତ କରିଥାଆନ୍ତି। ସେହିପରି ତିବ୍ଦତୀୟମାନେ ଜିଭକୁ ଅଳ୍ପ ବାହାର କରି ଅତିଥିଙ୍କୁ ସ୍ୱାଗତ କରନ୍ତି। […]

namaskar

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 12:09 PM IST

ନୂଆଦିଲ୍ଲୀ: ସବୁ ଦେଶର ନିଜସ୍ୱ ପରମ୍ପରା ଓ ସଂସ୍କୃତି ରହିଛି। ଭାରତରେ ସାଧାରଣତଃ ନମସ୍କାର କରାଯାଇ ଅତିଥିଙ୍କୁ ସ୍ୱାଗତ କରାଯାଏ। ସାନମାନେ ବଡ଼ମାନଙ୍କୁ ହାତଯୋଡ଼ି ନମସ୍କାର କରି ଅବା ପାଦ ସ୍ପର୍ଶ କରି ସ୍ୱାଗତ କରନ୍ତି। ସମବୟସ୍କମାନେ ପରସ୍ପରକୁ ହାତଯୋଡ଼ି ସ୍ୱାଗତ କରନ୍ତି।

ବେଲଜିୟମ୍‌ରେ ଗାଲରେ ଚୁମ୍ବନ ଦେଇ ଅତିଥିଙ୍କୁ ସ୍ୱାଗତ କରାଯାଏ। ଚୀନର ଲୋକେ ସେମାନଙ୍କ ଅତିଥିକୁ ମୁଣ୍ଡ ହଲାଇ ସ୍ୱାଗତ କରିଥାଆନ୍ତି। ସେହିପରି ତିବ୍ଦତୀୟମାନେ ଜିଭକୁ ଅଳ୍ପ ବାହାର କରି ଅତିଥିଙ୍କୁ ସ୍ୱାଗତ କରନ୍ତି।

ନ୍ୟୁଜିଲ୍ୟାଣ୍ଡରେ ଜଣେ ଅନ୍ୟଜଣଙ୍କୁ ସ୍ୱାଗତ କରିବାର ଷ୍ଟାଇଲ୍‌ ଭିନ୍ନ। ସେମାନେ ନାକ ଓ ମୁଣ୍ଡକୁ ଦବାଇ ଅତିଥିଙ୍କୁ ସ୍ୱାଗତ କରନ୍ତି।

ଗ୍ରୀକ୍‌ରେ ଜଣେ ପୁରୁଷ ଆଉ ଜଣେ ପୁରୁଷଙ୍କ କାନ୍ଧରେ ହାତ ପକାଇ ସ୍ୱାଗତ କରିଥାଏ। ସେହିପରି ଥାଇଲାଣ୍ଡର ଲୋକେ ହାତ ଯୋଡ଼ି ପ୍ରାର୍ଥନା କରିବା ଷ୍ଟାଇଲ୍‌ରେ ଅତିଥିଙ୍କୁ ସ୍ୱାଗତ କରନ୍ତି।  ଏହାକୁ ସେଠାରେ Wai କୁହାଯାଇଥାଏ। ମାଲେସିଆରେ ଲୋକେ ହାଲ୍‌କାରେ ହାତ ମିଳାଇ ଅତିଥିଙ୍କୁ ସ୍ୱାଗତ କରନ୍ତି ଓ ପରେ ହାତକୁ ହୃଦୟ ନିକଟରେ ରଖନ୍ତି।

Related story