‘ସୌଭାଗ୍ୟ’ ଆଣିଲା ଦୁର୍ଭାଗ୍ୟ!

କାମାକ୍ଷାନଗର (ବିଦ୍ୟାଧର ବରାଳ): ସବୁ ପରିବାରକୁ ବିଜୁଳି ଆଲୁଅ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ‘ସୌଭାଗ୍ୟ ଯୋଜନା’। ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ଝରଣବାହାଳ ଓ ରଘୁନାଥପୁର ଗାଁର ଲୋକମାନଙ୍କ ପାଇଁ ଏହି ଯୋଜନା ଦୁର୍ଭାଗ୍ୟ ପାଲଟିଛି। ବିଦ୍ୟୁତ୍‌ ସଂଯୋଗ ନ ହୋଇ ଆସୁଛି ମୋଟା ଅଙ୍କର ବିଲ୍‌। ଏହି ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଗ୍ରାମବାସୀ। ଝରଣବାହାଳ ଓ ରଘୁନାଥପୁର ଦୁଇଟି ଗାଁର ୩୦୦ ପରିବାର ବସବାସ କରନ୍ତି। […]

444444999999999

Tapaswini Nayak
  • Published: Friday, 20 March 2020
  • , Updated: 20 March 2020, 02:50 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ସବୁ ପରିବାରକୁ ବିଜୁଳି ଆଲୁଅ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ‘ସୌଭାଗ୍ୟ ଯୋଜନା’। ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ଝରଣବାହାଳ ଓ ରଘୁନାଥପୁର ଗାଁର ଲୋକମାନଙ୍କ ପାଇଁ ଏହି ଯୋଜନା ଦୁର୍ଭାଗ୍ୟ ପାଲଟିଛି। ବିଦ୍ୟୁତ୍‌ ସଂଯୋଗ ନ ହୋଇ ଆସୁଛି ମୋଟା ଅଙ୍କର ବିଲ୍‌। ଏହି ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଗ୍ରାମବାସୀ।

ଝରଣବାହାଳ ଓ ରଘୁନାଥପୁର ଦୁଇଟି ଗାଁର ୩୦୦ ପରିବାର ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଟି ପରିବାର ଏହି ଯୋଜନାରେ ସାମିଲ ହୋଇଥିଲେ। ଗ୍ରାମବାସୀଙ୍କ ଆଶା ଥିଲା ଏହି ଯୋଜନାରେ ସାମିଲ ହୋଇଗଲେ ଅଳ୍ପ ଦିନରେ ସେମାନଙ୍କ ଘରେ ବିଦ୍ୟୁତ୍ ସଂଯୋଗ ହୋଇଯିବ ଓ ଆଗକୁ ଖରା ଦିନ ଆସୁଥିବାରୁ ଟିକେ ଆରାମରେ କଟିବ। ହେଲେ ସେମିତି କିଛି ହେଲାନି। ଏହି ଯୋଜନାରେ ସେମାନେ ସାମିଲ ହେବା ପରେ ଗାଁରେ ଟ୍ରାନ୍ସଫର୍ମର ବସିଲା, ବିଦ୍ୟୁତ୍ ଖୁଣ୍ଟ ବସି ତାର ଟଣା ହେଲା। ଲଲେକ୍ଟ୍ରି ବୋର୍ଡ ଓ ବଲ୍‌ବ ଘରେ ଲାଗିଲା। ହେଲେ ଘରକୁ ବିଦ୍ୟୁତ୍ ସଂଯୋଗ ହେଲା ନାହିଁ।

ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଠିକାଦାର ଗ୍ରାମବାସୀଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ନେଇଗଲା। ହେଲେ ଆଜି ହେବ, କାଲି ହେବ ବୋଲି ଚାହୁଁ ଚାହୁଁ ଚାରିମାସ ବିତିଗଲାଣି। ମୂଳରୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ବେଳେ ଏହି ଯୋଜନାରେ ସାମିଲ ହୋଇଥିବା ଗାଁର ପ୍ରତ୍ୟେକଙ୍କ ଘରକୁ ଆସୁଛି ମୋଟା ଅଙ୍କର ବିଦ୍ୟୁତ୍ ବିଲ୍। ୧୫ ଦିନ ତଳେ ଲୋକଙ୍କ ପାଖକୁ ଆସିଛି ଚାରି ହଜାର ଟଙ୍କା ଓ ପାଞ୍ଚ ହଜାର ଟଙ୍କାର ବିଲ୍। ଏହି ବିଦ୍ୟୁତ୍ ବିଲ୍ ଶୀଘ୍ର ପୈଠ କରିବାକୁ ଠିକାଦାର ଗ୍ରାମବାସୀଙ୍କୁ କହୁଥିବା ବେଳେ ନ ଦେଲେ ସେମାନଙ୍କୁ ଜେଲରେ ପୁରାଇ ଦେବ ବୋଲି ଧମକ  ଦେଉଛି। ଏନେଇ ଗ୍ରାମବାସୀ ସହକାରୀ ଯନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଝରଣବାହାଳର ଗ୍ରାମବାସୀ ମଞ୍ଜୁଳା ବେହେରା କହିଛନ୍ତି, “ଆମ ଘରକୁ ଲାଇନ ଯାଇ ନାହିଁ। ହେଲେ ବିଦ୍ୟୁତ୍ ବିଲ୍‌ ଛଅ ହଜାର ଟଙ୍କା ଆସିଛି। ଠିକାଦାର ବିଲ୍ ପୈଠ କରିବାକୁ କହୁଛି, ନହେଲେ ଜେଲରେ ପୁରାଇ ଦେବ ବୋଲି ଧମକ ଦେଉଛି।”

ରଘୁନାଥପୁର ବାସିନ୍ଦା ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି, “ଠିକାଦାର ଘରକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଆମ ପାଖରୁ ୫୦୦ ଟଙ୍କା ନେଇଗଲା। ସମସ୍ତଙ୍କ ଘରେ ବିଦ୍ୟୁତ୍ ବୋର୍ଡ ବସାଇଦେଲା। ହେଲେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହେଲା ନାହିଁ। ହେଲେ କିଛି ଦିନ ପରେ ଲୋକଙ୍କ ପାଖରୁ ମୋଟା ଅଙ୍କର ବିଲ ଆସିଲା।”

ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି, “ଏନେନେଇ ମୋ ନିକଟକୁ କୌଣସି ଅଭିଯୋଗ ଆସି ନାହିଁ। ଯଦି ସେମିତି କିଛି ହୋଇଛି ତେବେ ସେସୁରେ ସେମାନେ ଅଭିଯୋଗ କରନ୍ତୁ। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ।”

Related story