ସ୍ୱାଇନ୍‌ ଫ୍ଲୁ ହୋଇଥିଲେ ଚୁମ୍ବନ ଓ ହ୍ୟାଣ୍ଡସେକ୍‌ରୁ ଦୂରେଇ ରୁହନ୍ତୁ, ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ଭୁବନେଶ୍ୱର:ସ୍ୱାଇନ୍‌ ଫ୍ଲୁ ବା H1N1 ଇନ୍‌ଫ୍ଲୁଏନ୍‌ଜା। ଇଏ ଏକପ୍ରକାର ଭାଇରସ। ଯାହାକୁ ଏକ ସଂକ୍ରମାକ ରୋଗ ବୋଲି କୁହାଯାଉଛି। ୨୦୦୯ ଏପ୍ରିଲରେ  ସ୍ୱାଇନ୍ ଫ୍ଲୁ କୁ ଚିହ୍ନଟ କରାଯାଇଛି।  ଏହି ରୋଗରେ ଅନେକଙ୍କ ମୃତ୍ୟୁ ଘଟିଲାଣି।  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟଟିଓ) ଏହି ରୋଗକୁ ଜୁନ୍‌ ୨୦୦୯ରେ ମହାମାରୀ ଘୋଷଣା କରିଥିଲା। ସାଧାରଣ ଏହି ରୋଗ  ବର୍ଷା ଏବଂ ଶୀତଦିନେ ଏହି ରୋଗ ବ୍ୟାପିଥାଏ। ଏହି  ରୋଗ ଯେ, କେବଳ ପଶୁ ପାଇଁ ନୁହେଁ  ମଣିଷ ପାଇଁ ମଧ୍ୟ […]

swine

Rakesh Mallick
  • Published: Wednesday, 02 August 2017
  • , Updated: 03 August 2017, 07:39 AM IST

ଭୁବନେଶ୍ୱର:ସ୍ୱାଇନ୍‌ ଫ୍ଲୁ ବା H1N1 ଇନ୍‌ଫ୍ଲୁଏନ୍‌ଜା। ଇଏ ଏକପ୍ରକାର ଭାଇରସ। ଯାହାକୁ ଏକ ସଂକ୍ରମାକ ରୋଗ ବୋଲି କୁହାଯାଉଛି। ୨୦୦୯ ଏପ୍ରିଲରେ  ସ୍ୱାଇନ୍ ଫ୍ଲୁ କୁ ଚିହ୍ନଟ କରାଯାଇଛି।  ଏହି ରୋଗରେ ଅନେକଙ୍କ ମୃତ୍ୟୁ ଘଟିଲାଣି।  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟଟିଓ) ଏହି ରୋଗକୁ ଜୁନ୍‌ ୨୦୦୯ରେ ମହାମାରୀ ଘୋଷଣା କରିଥିଲା। ସାଧାରଣ ଏହି ରୋଗ  ବର୍ଷା ଏବଂ ଶୀତଦିନେ ଏହି ରୋଗ ବ୍ୟାପିଥାଏ। ଏହି  ରୋଗ ଯେ, କେବଳ ପଶୁ ପାଇଁ ନୁହେଁ  ମଣିଷ ପାଇଁ ମଧ୍ୟ ବିପଦ ସାଜିଛି। ଏହି ଭାଇରସ୍‌ ଘୁଷୁରୀ, ପକ୍ଷୀ ଏବଂ ମଣିଷକୁ ଆକ୍ରମଣ କରିପାରେ। ଏହି ରୋଗ ଜଣକୁ ହେଲେ ଅନ୍ୟଜଣକୁ ସଂକ୍ରମିତ କରିପାରେ। ଯଦି କୌଣସି ସ୍ୱାଇନ ଫ୍ଲୁ ରୋଗୀ କାଶେ ବା ଛିଙ୍କେ ଆଉ ସେହି ଛୁଟିଆ ବୁନ୍ଦାରେ ଭାଇରସ ବାହାରକୁ ଆସିଥାଏ। ଫଳରେ ଏହି ଭାଇରସ ବାୟୁମଣ୍ଡଳରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରେ। ଆଉ ଏହି ଭାଇରସ ଅନ୍ୟର ଶ୍ୱାସକ୍ରିୟାରେ ଯାଇ ସଂକ୍ରମିତ ହୋଇପାରେ।

ରୋଗର ଲକ୍ଷଣ

ଦେହରେ ଜ୍ୱର ଲାଗି ରହିବା, ଅତ୍ୟଧିକ କାଶ ହେବା, ଭୋକ ନଲାଗିବା, ଗଳା ବସିଯିବା, କଫ ଜମି ରହିବା  ଏବଂ ଶରୀର ଦୁର୍ବଳ ଲାଗି ରହିବା ହେଉଛି ସ୍ୱାଇନ-ଫ୍ଲୁର ଲକ୍ଷଣ।

କ’ଣ କରିବା ଏବଂ ନ କରିବା ଉଚିତ

-ଯଦି ଉପରୋକ୍ତ ଲକ୍ଷଣ ଦେଖାଯାଏ। ତେବେ ଡାକ୍ତରୀ ପରୀକ୍ଷା କରନ୍ତୁ।ଯଦି ପଜିଟିଭ୍‌ ଆସେ ତେବେ ଅନ୍ୟମାନଙ୍କଠାରୁ ଦୂରେଇ ରୁହନ୍ତୁ

-କାହା ଶହ ହାତ ମିଳାନ୍ତୁ ନାହିଁ କି କାହାକୁ ଚୁମ୍ବନ ଦିଅନ୍ତୁ ନାହିଁ।

-ଖାଉଥିବା ଖାଦ୍ୟ ସେୟାର କରନ୍ତୁ ନାହିଁ।

-ସେହିପରି ଟେଲିଫୋନ, ଖେଳନାକୁ ସ୍ପର୍ଷ କରନ୍ତୁ ନାହିଁ

-ସି ଭିଟାମିନ ଥିବା ଖାଦ୍ୟ ସେବନ କରନ୍ତୁ । ଯଥା  ମୂଳା, ପପେୟା, କମଳା,ଲେମ୍ବୁ,ସପୁରୀ ଖାଆନ୍ତୁ।

-ନିୟମିତ ପରିସ୍କାର ରୁହନ୍ତୁ ଏବଂ ହାତ ଧୁଅନ୍ତୁ

-ଡାକ୍ତରଙ୍କ ସହ ପରମର୍ଷ କରି ଗାରଲିକ୍‌( Garlic capsules) କ୍ୟାପସୁଲ ଖାଆନ୍ତୁ । ଏହି ଔଷଧ ରୋଗକୁ ନିରସ୍ତ୍ର କରିବାର ଶକ୍ତି ରହିଛି।

-ସେହିପରି ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଭେକ୍ସିନ୍‌ ସେବନ କରିବେ।

ପ୍ରତିଶେଧକ ବ୍ୟବସ୍ଥା

୧-ପ୍ରତିଦିନ ୫ଟି ତୁଳସୀକୁ ବାଟି ରସକୁ ଗରମ କରି ସେବନ କରନ୍ତୁ । ଏହା ଆପଣଙ୍କ ଇମିନ୍ୟୁ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।  ଏହାକୁ ପାନ କଲେ ଆପଣଙ୍କୁ ରୋଗ ଛୁଇଁପାରିବ ନାହିଁ।

୨-ସକାଳୁ ଉଠି ପ୍ରାଣାୟମାମ କରନ୍ତୁ। ଯୋଗ କରିବା ଦ୍ୱାରା ଆପଣଙ୍କ ଶ୍ୱାସ କ୍ରିୟା ସ୍ୱାଭାବିକ୍‌ ରହିଥାଏ।

୩-ବିଶେଷ କରି ଭିଟାମିନ୍ ସି ଜାତିର ତଥା ଆମ୍ଲାକୁ ଖାଦ୍ୟ ଭାବେ ସେବନ କରିପାରିବେ

୪-ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ।

୪-ରାତିର ପ୍ରତିଦିନ କିଛି ହଳଦୀ ମିଶ୍ରଣ କରି ଉଷୁମ କ୍ଷୀର ପାନ କରୁନ୍ତୁ।

Related story