ସାପ କାମୁଡ଼ିଲେ କ’ଣ କରିବେ: ଘରୋଇ ଉପଚାର ମାଧ୍ୟମରେ ବଞ୍ଚାନ୍ତୁ ଜୀବନ

ବର୍ଷାଦିନ ଆରମ୍ଭ ହୋଇଗଲାଣି , ଏହି ସମୟରେ ବାହାରକୁ ବାହାରିଲେ ମନରେ ଭୟ ଥାଏ। ତେବେ ଅଧିକ ଡର ଥାଏ ସାପକୁ। ଏଥିପାଇଁ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ହଠାତ୍‌ ସାପ କାମୁଡିଲେ ଯଦି ଘର ଡାକ୍ତରଖାନାରୁ ଦୂରରେ ଅଛି କିମ୍ବା ଡାକ୍ତରଙ୍କୁ ପହଁଞ୍ଚିବାରେ ବିଳମ୍ବ ହେଉଛି ତେବେ ଆପଣ କିଛି ଘରୋଇ ଉପଚାର ମାଧ୍ୟମରେ ବିଷକୁ ଶରୀରରେ ପହଞ୍ଚିବାକୁ କିଛି ସମୟ ଅଟକାଇ ପାରିବେ। ତେବେ ଜାଣି ରଖନ୍ତୁ କିଛି ଘରୋଇ ଉପଚାର ବିଷୟରେ। […]

snake bite1

snake bite1

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 06:10 PM IST

Sports

Latest News

ବର୍ଷାଦିନ ଆରମ୍ଭ ହୋଇଗଲାଣି , ଏହି ସମୟରେ ବାହାରକୁ ବାହାରିଲେ ମନରେ ଭୟ ଥାଏ। ତେବେ ଅଧିକ ଡର ଥାଏ ସାପକୁ। ଏଥିପାଇଁ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ହଠାତ୍‌ ସାପ କାମୁଡିଲେ ଯଦି ଘର ଡାକ୍ତରଖାନାରୁ ଦୂରରେ ଅଛି କିମ୍ବା ଡାକ୍ତରଙ୍କୁ ପହଁଞ୍ଚିବାରେ ବିଳମ୍ବ ହେଉଛି ତେବେ ଆପଣ କିଛି ଘରୋଇ ଉପଚାର ମାଧ୍ୟମରେ ବିଷକୁ ଶରୀରରେ ପହଞ୍ଚିବାକୁ କିଛି ସମୟ ଅଟକାଇ ପାରିବେ। ତେବେ ଜାଣି ରଖନ୍ତୁ କିଛି ଘରୋଇ ଉପଚାର ବିଷୟରେ।

1, ସାପ ଦଂଶିଥିବା ସ୍ଥାନରେ ବିନା ଛୁଞ୍ଚିଥିବା ସିରିଞ୍ଜକୁ ନେଇ ସେଠାରୁ ରକ୍ତ କାଢିବାକୁ ଚେଷ୍ଟା କରନ୍ତୁ,ଏମିତି 5ରୁ 7ଥର କରନ୍ତୁ।

2, ସାପ ଦଂଶିଥିବା ସ୍ଥାନକୁ ଥଣ୍ଡା ପାଣିରେ ଧୁଅନ୍ତୁ।

3, ସାପ ଦଂଶିଥିବା ସ୍ଥାନକୁ ଲେମ୍ବୁ ପାଣିରେ ଧୁଅନ୍ତୁ ଏହା ଦ୍ୱାରା ଇନ୍ଫେକ୍ସନ ହବନାହିଁ।

4, ଓଦା ମାଟିର ପରସ୍ତ କରନ୍ତୁ  ଓ ତାକୁ ସାପ ଦଂଶିଥିବା ଜାଗାରେ ଲଗାନ୍ତୁ। ଏହାକୁ ପ୍ରତି 10ମିନିଟରେ ଥରେ ବଦଳାନ୍ତୁ।

5,ରୋଗୀକୁ ଶୋଇବାକୁ ଦିଅନ୍ତୁ ନାହିଁ, ଖୀରରେ ଦେଶୀ ଘିଅ ମିଶାଇ ପିଇବାକୁ ଦିଅନ୍ତୁ।

6,ରସୁଣ ଓ ମହୁ ମିଶାଇ ଖାଇବାକୁ ଦିଅନ୍ତୁ, ଏହା ଦ୍ୱାରା ଇନ୍ଫେକ୍ସନ ହବନାହିଁ।

7, ହରଡ ଡାଲିକୁ ଖାଆନ୍ତୁ , ଏହାକୁ ଖାଇବା ଦ୍ୱାରା ଇନ୍ଫେକ୍ସନ ହବନାହିଁ, ଏହା ସହ ବିଷ ମଧ୍ୟ ଶରୀରରେ ଶୀଘ୍ର ଭେଦକରିବନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos