ପାସ୍‌ପୋର୍ଟ ହଜିଯାଇଛି କି? ଘରେ ବସି କେମିତି ରି-ଇଶ୍ୟୁ କରିବେ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ପାସପୋର୍ଟ ହଜିଯାଇଛି କି ? ନା ଏହାର ବୈଧତା ସରିଗଲାଣି । ସେମିତି କିଛି ହୋଇଥିଲେ ଆପଣଙ୍କୁ ଏଇ ଛୋଟିଆ କାମଟି ପାଇଁ ଦିନଟିଏ ବରବାଦ୍‌ କରିବାକୁ ପଡିବ । ଏ କଥା ଆପଣ ଭଲରେ ଜାଣିଥିବେ । ହେଲେ ଏବେ ସେ ସ୍ଥତି ନାହିଁ । ଅତି ଶରଳ ଭାବେ ଏହାର ନବୀକରଣ କରଯିବାର ସୁବିଧା ଅଛି । ଅନ୍‌ଲାଇନ୍‌ରେ ଘରେ ବସି ଆପଣ ପାସ୍‌ପୋର୍ଟ ରି-ଇସ୍ୟୁ କରିପାରିବେ। ତାହାଲେ ଆସନ୍ତୁ ଜାଣିବା କେମିତି […]

passport1

Rakesh Mallick
  • Published: Sunday, 12 November 2017
  • , Updated: 13 November 2017, 09:51 PM IST

ନୂଆଦିଲ୍ଲୀ: ପାସପୋର୍ଟ ହଜିଯାଇଛି କି ? ନା ଏହାର ବୈଧତା ସରିଗଲାଣି । ସେମିତି କିଛି ହୋଇଥିଲେ ଆପଣଙ୍କୁ ଏଇ ଛୋଟିଆ କାମଟି ପାଇଁ ଦିନଟିଏ ବରବାଦ୍‌ କରିବାକୁ ପଡିବ । ଏ କଥା ଆପଣ ଭଲରେ ଜାଣିଥିବେ । ହେଲେ ଏବେ ସେ ସ୍ଥତି ନାହିଁ । ଅତି ଶରଳ ଭାବେ ଏହାର ନବୀକରଣ କରଯିବାର ସୁବିଧା ଅଛି । ଅନ୍‌ଲାଇନ୍‌ରେ ଘରେ ବସି ଆପଣ ପାସ୍‌ପୋର୍ଟ ରି-ଇସ୍ୟୁ କରିପାରିବେ। ତାହାଲେ ଆସନ୍ତୁ ଜାଣିବା କେମିତି କରିବେ ପାସ୍‌ପୋର୍ଟ ରି-ଇସ୍ୟୁ।

ସରକାରୀ ପାସପୋର୍ଟ ସେବା ଆପଣଙ୍କୁ ଅନଲାଇନ୍ ପଦ୍ଧତିରେ ପାସ୍‌ପୋର୍ଟ ରି-ଇଶୁ କରିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଛି। କେତକ ନିର୍ଦ୍ଧିଷ୍ଠ ନିୟାମକ ଅନୁଶରଣ କରି  ଆପଣ ନିଜ ପାସୋପୋର୍ଟକୁ ରି-ଇଶୁ କରିପାରିବେ।

କେମିତି କରିବେ

୧- ପାସପୋର୍ଟ ସେବା ଅନ୍‌ଲାଇନ୍ ପୋର୍ଟାଲରେ ଲଗଇନ କରନ୍ତୁ।

୨- 'Apply for fresh passport / re-issue of passport' ଲିଙ୍କ ଉପରେ କ୍ଲିକ୍ କରନ୍ତୁ।

୩- ଆବଶ୍ୟକୀୟ ଡିଟେଲ୍‌ ଲେଖି ସେଥିରେ ସବ୍‌ମିଟ କରନ୍ତୁ।

୪- 'View Saved / Submitted Applications' କୁ ଯାଇ Appointment ବୁକ୍‌ କରାନ୍ତୁ।

୫-ଏଥିରେ ଥିବା 'Pay and Schedule Appointment'ର ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ।

୫- ପାସପୋର୍ଟ ସେବା କେନ୍ଦ୍ର କିମ୍ବ ଅଫିସରେ ଆପଏଣ୍ଟମେଣ୍ଟ ବୁକ୍ କରିବାକୁ ହେଲେ ଅନଲାଇନ୍‌ରେ ପେମେଣ୍ଟ କରିବାକୁ ପଡ଼ିଥାଏ। ଏଥିପାଇଁ ଆପଣ କ୍ରେଡିଟ୍ କାର୍ଡ ଓ ଡେବିଟ୍‌ କାର୍ଡ(ଭିସା ଓ ମାଷ୍ଟର କାର୍ଡ) ମାଧ୍ୟମରେ ଷ୍ଟେଟ୍‌ ବ୍ୟାଙ୍କ ଚାଲାଣ କାଟି ଆନଲାଇନ୍‌ ପେମେଣ୍ଟ କରିପାରିବେ।

୬- ପେମେଣ୍ଟ କରିସାରିବା ପରେ 'Print applications ଲିଙ୍କ ଉପରେ କ୍ଲିକ୍‌ କରି ଏହାର ପ୍ରିଣ୍ଟ ବାହାର କରନ୍ତୁ।
୭- ସେଥିରେ ଥିବା ଆପ୍ଲିକେଶନ୍ ରେଫରେନ୍‌ସ ନମ୍ବର(ARN) ନମ୍ବର ନେଇ ଆପଏଣ୍ଟମେଣ୍ଟ ବୁକିଂ କରୁଥିବା ପାସପୋର୍ଟ ସେବା କେନ୍ଦ୍ର କିମ୍ବା ଆଞ୍ଚଳିକ ପାସ୍‌ପୋର୍ଟ ଅଫିସ ଯାଆନ୍ତୁ। ସେଠାରେ ଆପଣଙ୍କ ପାସପୋର୍ଟ ରି-ଇଶୁ ହୋଇଯିବ।

ଆହୁରି ମଧ୍ୟ ପଢନ୍ତୁ: ଘରେ ବସି ନିଜ ମୋବାଇଲ ନମ୍ବରକୁ କେମିତି କରିବେ ଆଧାର ଲିଙ୍କ

ଇ-ଫର୍ମ ମାଧ୍ୟମରେ ମଧ୍ୟ କରାଇପାରିବେ

ଏହାଛଡ଼ା ଅଫ୍‌ଲାଇନ୍‌ରେ ପାସପୋର୍ଟ ଫର୍ମ ଡାଉନଲୋଡ଼ କରି ସେଥିରେ ଦିଆଯାଇଥିବା ଡିଟେଲ୍‌ ଭରି ପାସ୍‌ପୋର୍ଟ ରି-ଇଶୁ ହୋଇପାରିବ। ସେଥିପାଇଁ ପାସପୋର୍ଟ ଅନ୍‌ଲାଇନ୍‌ ସେବାକୁ ଯାଇ Download e-Formsରୁ ଫର୍ମ ଡାଉନଲୋଡ କରିବାକୁ ପଡିବ। ଏହାକୁ ପୂରଣ କରିସାରିବା ପରେ Validate and Save button ଉପରେ କ୍ଲିକ୍ କରନ୍ତୁ। ଏକ XML ଫାଇଲ୍ ଜେନେରେଟ ହୋଇସାରିବା ପରେ ଫର୍ମକୁ ଏହି ଫର୍ମାଟ୍‌ରେ ଅପଲୋଡ କରିବାକୁ ପଡ଼ିବ।  ଏହାପରେ ପାସପୋର୍ଟ ସେବା ପୋର୍ଟାଲ ଉପରେ କ୍ଲିକ୍‌ କରି Upload e-Forms କ୍ଲିକ୍‌ କରି ଫାଇଲ୍‌ ଅପୋଲଡ କରନ୍ତୁ। Pay and Schedule Appointment ଉପରେ କ୍ଲିକ୍ କରି ଆପଏଣ୍ଟମେଣ୍ଟ ବୁକ୍ କରି ପେମେଣ୍ଟ କରନ୍ତୁ। ଏଥିରେ ମଧ୍ୟ ଆପ୍ଲିକେସନ ରିସିଦର ପ୍ରଣ୍ଟ ବାହାର କରି ଆପଣ୍ଟମେଣ୍ଟ ବୁକିଂ କରୁଥିବା ପାସପୋର୍ଟ ସେବା କେନ୍ଦ୍ର କିମ୍ବା ଆଞ୍ଚଳିକ ପାସ୍‌ପୋର୍ଟ ଅଫିସ ଯିବାକୁ ପଡ଼ିବ।

Related story