ନକଲି ଅଣ୍ଡା ପରେ ନକଲି ଚାଉଳ ଚଡ଼କ: କେମିତି  ଚିହ୍ନିବେ ପ୍ଲାଷ୍ଟିକ୍‌ ଚାଉଳ, ପଢି ନିଅନ୍ତୁ କିଛି ଉପାୟ

ଭୁବେନେଶ୍ୱର: ରୋଷେଇ ଘରେ ଆତଙ୍କ। ପନିପରିବା ଠାରୁ ଡାଲି ଚାଉଳ ପର୍ଯ୍ୟନ୍ତ ସବୁଥିରେ ଭେଜାଲ। ଦୁଇ ନମ୍ବରୀ କରି ମାଲାମାଲ ହେବା ନିଶାରେ ଲୋକଙ୍କୁ ବେଧଡ଼କ ଲୁଟ୍। ବେପାରୀ ଏବଂ ବିଭନ୍ନ କମ୍ପାନୀମାନେ ଖାଦ୍ୟ ପଦାର୍ଥରେ ଯାବତୀୟ ଅପମିଶ୍ରଣ ଲୋକଙ୍କ ପାଇଁ କାଳ ହୋଇଛି। ଖାଦ୍ୟ ନାମରେ ଭାତ ଥାଳିରେ ବିଷ ଖାଉଛନ୍ତି ଲୋକେ। ଏବେ କିଛି ଦିନ ତଳେ ପ୍ଲାଷ୍ଟିକ୍ ଅଣ୍ଡାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ  ଏବେ ପ୍ଲାଷ୍ଟିକ ଚାଉଳ ଚଡ଼କ। ଗତକାଲି ଆନ୍ଧ୍ରପ୍ରଦେଶ […]

rice-2

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 06:18 PM IST

ଭୁବେନେଶ୍ୱର: ରୋଷେଇ ଘରେ ଆତଙ୍କ। ପନିପରିବା ଠାରୁ ଡାଲି ଚାଉଳ ପର୍ଯ୍ୟନ୍ତ ସବୁଥିରେ ଭେଜାଲ। ଦୁଇ ନମ୍ବରୀ କରି ମାଲାମାଲ ହେବା ନିଶାରେ ଲୋକଙ୍କୁ ବେଧଡ଼କ ଲୁଟ୍। ବେପାରୀ ଏବଂ ବିଭନ୍ନ କମ୍ପାନୀମାନେ ଖାଦ୍ୟ ପଦାର୍ଥରେ ଯାବତୀୟ ଅପମିଶ୍ରଣ ଲୋକଙ୍କ ପାଇଁ କାଳ ହୋଇଛି। ଖାଦ୍ୟ ନାମରେ ଭାତ ଥାଳିରେ ବିଷ ଖାଉଛନ୍ତି ଲୋକେ। ଏବେ କିଛି ଦିନ ତଳେ ପ୍ଲାଷ୍ଟିକ୍ ଅଣ୍ଡାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ  ଏବେ ପ୍ଲାଷ୍ଟିକ ଚାଉଳ ଚଡ଼କ। ଗତକାଲି ଆନ୍ଧ୍ରପ୍ରଦେଶ ଏବଂ  ଆଜି ଓଡ଼ିଶାର ନୂଆପଡ଼ା ଜିଲ୍ଲାରେ ପ୍ଲାଷ୍ଟିକ୍‌ ଚାଉଳ ଆତଙ୍କ ଦେଖିବାକୁ ମିଳିଥିଲା। ତେବେ ପ୍ଲାଷ୍ଟିକ୍‌ ଚାଉଳକୁ ଚିହ୍ନିବେ କେମିତି  ଆସନ୍ତୁ କିଛି ଉପାୟ ଜାଣିବା।

୧- ମୁଠାଏ ଚାଉଳକୁ ନେଇ ଦିଆସିଲି କିମ୍ବା ଲାଇଟରରେ ଜଳାନ୍ତୁ ।

୨- ପ୍ଲାଷ୍ଟିକ ଚାଉଳ ହୋଇଥିଲେ ଏଥିରୁ ପ୍ଲାଷ୍ଟିକ ପୋଡ଼ା ଗନ୍ଧ ବାହାରି॥

୩- ଚାଉଳକୁ ଭାତ କରି ଗୋଟିଏ ବୋତଲରେ ୨-୩ ଦିନ ରଖନ୍ତୁ।

୪- ଯଦି ଚାଉଳରେ ଫିମ୍ପି ନ ହୁଏ ତେବେ ଏହା ପ୍ଲାଷ୍ଟିକ ଚାଉଳ ଅଟେ।

୫- ଗୋଟିଏ ପାତ୍ରରେ କିଛି ଚାଉଳ ନେଇ ସେଥିରେ ଗରମ ତେଲ ଢାଳନ୍ତୁ।

୬- ପ୍ଲାଷ୍ଟିକ ଚାଉଳ ହୋଇଥିଲେ ତାହା ସେହି କ୍ଷଣି ତରଳି ଯିବ ଓ ତଳେ ଲାଗିଯିବ।

୭- ପାତ୍ରରେ ଗୋଟିଏ ବୋତଲ ପାଣି ନେଇ ତା ଉପରେ ଅଳ୍ପ କିଛି ଚାଉଳ ପକାଇ ଗୋଳାନ୍ତୁ।

୮- ଯଦି ଏହା ପାଣିରେ ଭାସିଲା, ତେବେ ଏହା ପ୍ଲାଷ୍ଟିକ ଚାଉଳ।

୯- ନକଲି ଚାଉଳରୁ ଭାତ ରାନ୍ଧିବା ସମୟରେ ହାଣ୍ଡି ଉପରେ ଏକ ବହଳିଆ ଆସ୍ତରଣ ଜମାହୁଏ।

Related story