ବଢୁଛି Sarahah ଆପ୍‌ର ବ୍ୟବହାର, ଜଣନ୍ତୁ କେତେ ଭଲ, କେତେ ଖରାପ

ବର୍ତ୍ତମାନ ଦେଶର ବହୁ ଲୋକ Sarahah ଆପ୍ ବ୍ୟବହାର କରୁଛନ୍ତି। ଫେସ୍‌ବୁକ୍‌ ପାଇଁ ଏହାକୁ ବ୍ୟବହାର କରାଯାଉଛି। ଏହାର ବ୍ୟବହାର ଧିରେ ଧିରେ ବଢିବାର ଲାଗିଛି। ଏକ ଖବର ଅନୁଯାୟୀ ୩୦୦ ମିଲିୟନରୁ ଅଧିକ ଲୋକ ଏହି ଆପ୍‌କୁ ବ୍ୟବହାର କରୁଛନ୍ତି। ତେବେ ଏହି ଆପ କେଉଁଠି ଆସିଛି ଓ ଏହା କିପରି ବ୍ୟବହାର କରାଯାଏ ଅନେକ ହୁଏତ ଜାଣି ନଥିବେ। ଆସନ୍ତୁ ଜାଣିବା ଏହି ଆପ୍‌ ବିଷୟରେ। Sarahah ଆପ୍‌ର ବ୍ୟବହାର ୧.ଏହି ଆପ୍‌ ସଉଦି […]

sarahah-app

Rakesh Mallick
  • Published: Monday, 14 August 2017
  • , Updated: 16 August 2017, 11:48 AM IST

ବର୍ତ୍ତମାନ ଦେଶର ବହୁ ଲୋକ Sarahah ଆପ୍ ବ୍ୟବହାର କରୁଛନ୍ତି। ଫେସ୍‌ବୁକ୍‌ ପାଇଁ ଏହାକୁ ବ୍ୟବହାର କରାଯାଉଛି। ଏହାର ବ୍ୟବହାର ଧିରେ ଧିରେ ବଢିବାର ଲାଗିଛି। ଏକ ଖବର ଅନୁଯାୟୀ ୩୦୦ ମିଲିୟନରୁ ଅଧିକ ଲୋକ ଏହି ଆପ୍‌କୁ ବ୍ୟବହାର କରୁଛନ୍ତି। ତେବେ ଏହି ଆପ କେଉଁଠି ଆସିଛି ଓ ଏହା କିପରି ବ୍ୟବହାର କରାଯାଏ ଅନେକ ହୁଏତ ଜାଣି ନଥିବେ। ଆସନ୍ତୁ ଜାଣିବା ଏହି ଆପ୍‌ ବିଷୟରେ।

Sarahah ଆପ୍‌ର ବ୍ୟବହାର

୧.ଏହି ଆପ୍‌ ସଉଦି ଆରବ ତିଆରି କରାଯାଇଛି। ଆପ୍‌ ବ୍ୟବହାରକାରୀ ନିଜର ପରିଚୟ ନଦେଇ ଯେକୌଣସି ବ୍ୟକ୍ତିଙ୍କ ପାଖକୁ ମେସେଜ ପଠାଇ ପାରିବେ। ଆପ୍‌ରେ କୌଣସି ବ୍ୟକ୍ତିଙ୍କୁ ସର୍ଚ୍ଚ କରି ଖୋଜି ହେବ। ବ୍ୟବହାରକାରୀ ଚାହିଁଲେ ଯେ କୌଣସି ବ୍ୟକ୍ତିଙ୍କର ମେସେଜ କିମ୍ବା କମେଣ୍ଟ ପଢି ପାରିବେ। ଯଦି ବ୍ୟବହାରକାରୀଙ୍କ Sarahah ଆକାଉଣ୍ଟ ଥିବ ତେବେ ଏଥିରେ ଥିବା ସର୍ଚ୍ଚ ଅପସନରୁ ନିଜ ନାଁ ରିମୁଭ କରିପାରିବା ସହିତ ଲିଙ୍କକୁ ବନ୍ଧୁମାନଙ୍କ ସହିତ ସେୟାର କରିପାରିବେ।

୨. କଲ ସୁବିଧା Sarahah ଆପରେ କେବଳ ରିସିଭ, ସେଣ୍ଟ, ଫେବରେଟ ଅପସନ୍‌ ମିଳିବ। ଯଦି ଆପଣ ବ୍ୟବହାରକାରୀଙ୍କୁ ବାରମ୍ବାର ଫିଡବ୍ୟାକ ଦେବାକୁ ଚାହୁଁଛନ୍ତି ତାହାଲେ ଏଥିରେ ଆପଣଙ୍କୁ ଫଲୋ ଅପସନ ବି ମିଳିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମେସେଜର ଉତ୍ତର ଦେବାକୁ କୌଣସି ଅପସନ ଦିଆଯାଇନାହିଁ।

୩. ଏହି ଆପ ସୋସିଆଲ ନେଟୱାର୍କିଂ ସାଇଟକୁ ଫଲୋ କରି କାମ କରିଥାଏ। ବ୍ୟବହାରକାରୀଙ୍କୁ କମେଣ୍ଟ ଓ ପ୍ରଶ୍ନ ପଚାରିବାକୁ ଅନୁମତି ଦେଇଥାଏ।

୪. ଏହା ଏକ ମଜାଳିଆ (ଫନ) ଆପ ବୋଲି କୁହାଯାଉଛି। ଏହାଦ୍ୱାରା ବ୍ୟବାହାରକାରୀ ସାଙ୍ଗମାନଙ୍କୁ ମେସେଜ ପଠାଇ ମଜା ନିଅନ୍ତି। କିନ୍ତୁ ଏହି ଆପରେ ମେସେଜ ପଠାଉଥିବା ଲୋକର ପରିଚୟ ଦିଆଯାଉ ନଥିବାରୁ କେତେକ ଲୋକ ଏହାର ଅପବ୍ୟବହାର କରି ଅଶ୍ଲୀଳ ମେସେଜ ପଠାଇଥନ୍ତି। ଯାହା ସାଇବର ଅପରାଧ।ତେଣୁ ଏଭଳି ଆପ ବ୍ୟବହାରକାରୀଙ୍କୁ ଅଡୁଆରେ ପକାଇ ପାରେ।

Related story