କେମିତି ସନ୍ତୁଷ୍ଟ ହେବେ ଶନି ମହାଗ୍ରହ: ଜାଣନ୍ତୁ ଲକ୍ଷଣ, ନିରାକରଣ ଓ ପୂଜାର୍ଚ୍ଚନାର ଉପାୟ

ଜ୍ୟୋତିଷ ଶାସ୍ତ୍ରର ନବଗ୍ରହଙ୍କ ମଧ୍ୟରେ ଶନି ମହାଗ୍ରହଙ୍କର ସ୍ଥାନ ସପ୍ତମ। ବାର ମଧ୍ୟରେ ଏହାଙ୍କର ଶନିବାର ଓ ରଙ୍ଗ ନୀଳ ଅଟେ। ମକର ଓ କୁମ୍ଭ ତାଙ୍କର ସ୍ୱଗୃହ ହୋଇଥିବା ବେଳେ ତୁଳାରାଶି ହେଉଛି ଉଚ୍ଚସ୍ଥାନ। ମେଷରାଶି ଶନିମହାଗ୍ରହଙ୍କର ନିଚ୍ଚସ୍ଥାନ ହୋଇଥାଏ। ସମସ୍ତ ଗ୍ରହ ତୁଳନାରେ ଶନି ମହାଗ୍ରହଙ୍କର ୧୯ ବର୍ଷ ମହାଦଶାକୁ ଅନେକ ବ୍ୟକ୍ତି ଭୟ କରୁଥିବା ବେଳେ ଅନ୍ତର ଓ ପ୍ରତ୍ୟନ୍ତର ଦଶାରେ ବ୍ୟକ୍ତି ପୀଡ଼ା ଭୋଗ କରିଥାନ୍ତି। ଋଣୀ, ଜେଲଦଣ୍ଡ ଭୋଗ, ସନ୍ନ୍ୟାସୀ […]

Shani

Rakesh Mallick
  • Published: Saturday, 12 August 2017
  • , Updated: 13 August 2017, 09:49 AM IST

[caption id="attachment_157558" align="alignleft" width="182"] ଡ. ଚନ୍ଦ୍ରଶେଖର ଦାଶ[/caption]

ଜ୍ୟୋତିଷ ଶାସ୍ତ୍ରର ନବଗ୍ରହଙ୍କ ମଧ୍ୟରେ ଶନି ମହାଗ୍ରହଙ୍କର ସ୍ଥାନ ସପ୍ତମ। ବାର ମଧ୍ୟରେ ଏହାଙ୍କର ଶନିବାର ଓ ରଙ୍ଗ ନୀଳ ଅଟେ। ମକର ଓ କୁମ୍ଭ ତାଙ୍କର ସ୍ୱଗୃହ ହୋଇଥିବା ବେଳେ ତୁଳାରାଶି ହେଉଛି ଉଚ୍ଚସ୍ଥାନ। ମେଷରାଶି ଶନିମହାଗ୍ରହଙ୍କର ନିଚ୍ଚସ୍ଥାନ ହୋଇଥାଏ। ସମସ୍ତ ଗ୍ରହ ତୁଳନାରେ ଶନି ମହାଗ୍ରହଙ୍କର ୧୯ ବର୍ଷ ମହାଦଶାକୁ ଅନେକ ବ୍ୟକ୍ତି ଭୟ କରୁଥିବା ବେଳେ ଅନ୍ତର ଓ ପ୍ରତ୍ୟନ୍ତର ଦଶାରେ ବ୍ୟକ୍ତି ପୀଡ଼ା ଭୋଗ କରିଥାନ୍ତି। ଋଣୀ, ଜେଲଦଣ୍ଡ ଭୋଗ, ସନ୍ନ୍ୟାସୀ ହେବା, ଭୟଙ୍କର ଶାରିରୀକ ପିଡ଼ା, ଅସ୍ଥିଭଗ୍ନ, ମିଥ୍ୟା ଅପବାଦ, ଧନକ୍ଷୟ, ଗୋତ୍ରରେ କଳହ, ବିରୁଦ୍ଧ ବୁଦ୍ଧି, ହତ୍ୟା, ଆତ୍ମହତ୍ୟା, ଚିନ୍ତାଗ୍ରସ୍ତ, ଲାଞ୍ଚ ଓ କଳାଧନ ଠୁଳ ପ୍ରଭୃତି ଅଶୁଭଫଳ ଶନି ମହାଦଶା ବେଳେ ବ୍ୟକ୍ତି ଭୋଗ କରିଥାଏ। ଶନି ନପୁଂସକ ଗ୍ରହ, ଏହାର କାରକ ଭାବ ୮ମ ଓ ୧୦ମ ଅଟେ। ଶନି ଅଶୁଭ ହେଲେ ପୈତୃକ ଘର ଭାଙ୍ଗିଯାଏ କିମ୍ୱା ପରିତ୍ୟାଗ କରି ଦୂରକୁ ଯିବାକୁ ପଡେ଼। ମୁଣ୍ଡରୁ କେଶ ଝଡ଼ିଯାଏ; ମସ୍ତିଷ୍କରେ ବିକୃତି ଘଟେ। ଯାନବାହାନ ଅଚଳ ହୁଏ ଏପରିକି ଦୁରାରୋଗ୍ୟ ବ୍ୟାଧିହୁଏ।

ନପୁଂସକ ଗ୍ରହ ଶନି, ପ୍ରାତଃ ଓ ସାୟଂକାଳରେ ବିଶେଷ ପ୍ରଭାବଶାଳୀ ହୋଇଥାଏ। ଶନି ମହାଗ୍ରହ ଅଶୁଭ ହେଲେ ଗୃହପାଳିତ ପଶୁ ମରିଯାଆନ୍ତି। ପରିବାରରେ ଅପମୃତ୍ୟୁ ହୁଏ। ନିଜ ଜାତକର ଦୁର୍ଘଟଣା ଓ ଅର୍ଥହାନୀ ହୁଏ। ଶନି ମହାଦଶାର ଶେଷରେ ଶୁଭରେ ଥିଲେ ଶୁଭଫଳ ବହୁତ ମିଳିଥାଏ।

ଶନି ମହାଗ୍ରହଙ୍କର ଧ୍ୟାନ:

ନୀଳାମ୍ୱର ଶୂଳଧର କିରାଟୀ

ଗୃଧ୍ରସ୍ଥିତଃ ତ୍ରାସକର ଧନୁଷ୍ମାନ୍।

ଚତୁର୍ଭୁଜଃ ସୂର୍ଯ୍ୟତନୟଃ ପ୍ରଶାନ୍ତଃ

ସଦାସ୍ତୁ ମହ୍ୟଂ ବରୋଦ ଶନୈଃଗାମୀ।।

ପୁରାଣୋକ୍ତ ମନ୍ତ୍ର:

ନୀଳାଞ୍ଜନ ସମାଭାସଂ ସୂର୍ଯ୍ୟପୁତ୍ରଂ ଯମାଗ୍ରଜଂ।

ଚ୍ଛାୟା ମାର୍ତ୍ତଣ୍ଡଂ ସଂଭୂତଂ ତଂ ନମାମି ଶନୈଶ୍ଚରମ୍।।

ବୈଦିକ ମନ୍ତ୍ର:

ଓଁ ଶନ୍ନୋ ଦେବୀରଭିଷ୍ଟୟ ଅପଃ ଭବନ୍ତୁ।

ପ୍ରୀତୟେ ସଯୋରଭି ସ୍ରବନ୍ତୁ ନଃ।।

ତନ୍ତ୍ରୋକ୍ତ ମନ୍ତ୍ର:

ଓଁ ପ୍ରାଂ ପ୍ରାଂ ପ୍ରୌ ଶନୟେ ନମଃ

ଶନି ଗାୟତ୍ରୀ ମନ୍ତ୍ର:

ଓଁ ଭଗଭବାୟ ବିଦମହେ ମୃତ୍ୟୁରୂପାୟ ଧୀମହି

ତନ୍ନୋ ସୌରିଃ ପ୍ରଚୋଦୟାତ୍।।

ଯନ୍ତ୍ର:

୧. ଏହି ଯନ୍ତ୍ରକୁ କୌଣସି କୃଷ୍ଣପକ୍ଷ ଶନିବାର ଦିନ ଡାଳିମ୍ୱ କାଠିରେ ପ୍ରସ୍ତୁତ କଲମରେ ଅଷ୍ଟଗନ୍ଧ ସ୍ୟାହିରେ ଭୁଜପତ୍ରରେ ଲେଖି ପୂଜନ କରିବା ପରେ ଲୌହ ତାବିଜରେ ରଖି ଗଳାରେ ବା ହାତରେ ଧାରଣ କଲେ ଶନିପୀଡ଼ା ଲାଘବ ହୋଇଥାଏ।

୨. ଏହାଛଡ଼ା ଶନିବାର ଦିନ କଳାବସ୍ତ୍ର, କଳାପୁଷ୍ପ, ମଇଁଷି, କଳାଗାଈ, ରାଶିତେଲ, ସ୍ୱର୍ଣ୍ଣ, ଲୌହ ଉପକରଣ, ନୀଳା ଦାନ କରିବା ଉଚିତ୍।

୩. ଧାରଣୀୟ ରତ୍ନ ନୀଳା ଏବଂ ବାଡ଼ିଅଁଳା (ମତାନ୍ତରେ ଶମୀ) ବୃକ୍ଷର ଚେର ଅଭିମନ୍ତ୍ରିତ କରି ଧାରଣ କଲେ ଶନି ମହାଗ୍ରହଙ୍କର କୋପ ଶାନ୍ତ ହୋଇଥାଏ।

ଶନିଶ୍ଚର ସ୍ତୋତ୍ରମ‌

ଓଁ ଅସ୍ୟ ଶ୍ରୀଶନୈଶ୍ଚର ମହାଗ୍ରହ ସ୍ତୋତ୍ରସ୍ୟ, ଶ୍ରୀ ଦଶରଥ ଋଷି ଶ୍ରୀ ଶନିଶ୍ଚର ଦେବତା, ତ୍ରିଷ୍ଟୁପ୍ ଛନ୍ଦଃ, ଶ୍ରୀ ଶନୈଶ୍ଚର ପ୍ରୀତି ସିଦ୍ଧ୍ୟର୍ଥେ ବିନିଯୋଗଃ।।

ଓଁ କୋଣୋନ୍ତକୋ ରୌଦ୍ରଯମଃଥ ବିଭୂତ

କୃଷ୍ଣଃ ଶନିଃ ପିଙ୍ଗଳ ମନ୍ଦ ସୌରିଃ।

ନିତ୍ୟ ସ୍ମୃତୋ ଯେ ହରତେ ଚ ...

ତସ୍ମୈ ନମଃ ଶ୍ରୀ ରବନନ୍ଦନାୟ।।୧।

ସୁରାସୁରାଃ କିଂ ପୁରୁଷୋତ୍ତଗେନ୍ଦ୍ରା

ଗନ୍ଧର୍ବ ବିଦ୍ୟାଧର ...

ପୀଡ଼୍ୟନ୍ତି ସର୍ବେ ବିଷମସ୍ଥିତେନ

ତସ୍ମୈ ନମଃ ଶ୍ରୀ ରବିନନ୍ଦନାୟ।୨।

ନରା ନରେନ୍ଦ୍ରାଃ ପଶବୋ ମୃଗେନ୍ଦ୍ରା

ବନ୍ୟାଶ୍ଚ ଯେ କୀଟ ପତଙ୍ଗ ତୃଙ୍ଗାଃ

ପୀଡ଼୍ୟନ୍ତି ସର୍ବେ...

ତସ୍ମୈ ନମଃ...।୩।

ଦେଶଶ୍ଚ ଦୁର୍ଗାଣି ବନାନି ଯତ୍ର

ସେନାନିଦେଶାଃ ...

ପୀଡ଼୍ୟନ୍ତି ସର୍ବେ ବିଷବ ସ୍ଥିତେନ

ତସ୍ମେ ନମଃ ଶ୍ରୀ ରବିନନ୍ଦନାୟ।।୪।

ତିଳୈର୍ଯବୈର୍ମାଷଗୁଡ଼ାନ୍ନଦାନୈ

ଲୌହେନ ନୀଳାମ୍ୱର ପାନବୋ ବା।।

ପ୍ରୀଣାତି ମନ୍ତ୍ରୈର୍ନିଜବାସରେତ୍

ତସ୍ମୈ ନମଃ ଶ୍ରୀ ରବିନନ୍ଦନାୟ।।୫।

ପ୍ରୟାଗକୁଳେ ଯମୁନା ତଟେ ଚ

ସରସ୍ୱତୀ ପୂଜ୍ୟଜତକ ଗୃହାୟାମ୍।

ଯୋ ଯୋଗିନାଂ ଧ୍ୟାନଗତୋଃପି ସୂକ୍ଷ୍ମନ

ତସ୍ମୈ ନମଃ ଶ୍ରୀ ରବିନନ୍ଦନାୟ।।୬।

ଅନ୍ୟ ପ୍ରଦେଶସ୍ତ୍ୱଗୃହଂ ପ୍ରବିଷ୍ଟ

ସ୍ତଦୀୟନାରେ ସନରତି ସୁଖ୍ୟଂ ସ୍ୟାତ୍।

ଗୃହାଙ୍ଗତୋ ଯୋ ନ ପୁନଃ ପ୍ରୟାତ

ତସ୍ମୈ ନମଃ ଶ୍ରୀ ରବିନନ୍ଦନାୟ।।୭।

ସ୍ରଷ୍ଟା ସ୍ୱୟଂମ୍ଭୂଃ ଭୂବନ ତ୍ରୟସୀ

ତ୍ରାଣ ହରିଗୋ ହରତେ ପିନାକୀ।

ଏକଃତ୍ରିଧା ଋକ୍ ଜଜୁଃ ସାମ ମୂର୍ତ୍ତିଃ

ତସ୍ମୈ ନମଃ ଶ୍ରୀ ରବିନନ୍ଦନାୟ।।୮।

ଶନ୍ୟାଷ୍ଟକଂ ଯଃ ପ୍ରୟତଃ ପ୍ରଭାତେ

ନିତ୍ୟଂ ସୁପୁତ୍ରୈଃ ପଶୁବାନ୍ଧବୈଶ୍ଚ।

ପଠେତୁ ସୌଖ୍ୟଂ ଭୁବି ଭୋଗଯୁକ୍ତଃ

ପ୍ରାପ୍ନୋତି ନିର୍ବାଣ ପଦଂ ତଦନ୍ତେ।।୯।

କୋଣସ୍ଥ ପିଙ୍ଗଳୋ ବଭ୍ରୁ, କୃଷ୍ଣୋ ରୌହାନ୍ତିକା ଯମଃ

ସୌରୀ ଶନୈଶ୍ଚରୋ ମନ୍ଦଃ ପିପ୍ପଳାଦେନ ସଂସ୍ତୁତଃ।।୧୦।

ଏତାନି ଦଶନାମାନି ପ୍ରାତଋଧାୟ ଯଃ ପଠେତ୍।

ଶନୈଶ୍ଚରକୃତା ପୀଡ଼ା ନ କଦାଚିଦ୍ ଭବିଷତି।।୧୧।

।। ଇତି ଶ୍ରୀ ଦଶରଥ ପ୍ରୋକ୍ତ ଶନିଶ୍ଚର ସ୍ତୋତ୍ର ସମାପ୍ତଂ।।

ଲାଲ କିତାବ ଅନୁଯାୟୀ ସାମାନ୍ୟ ଉପାୟ:

୧- କାଉଙ୍କୁ ପ୍ରତିଦିନ ଖାଇବାକୁ ଦେବ।

୨- ଲୁହା ବା କଳାବିରି ଦାନ ଦେବ।

୩- ଶନିବାର ଦିନ ରାଶି ତେଲରେ ନିଜ ଛାୟା ଦର୍ଶନ କରି ଦାନ କରିଦେବ।

୪- ସୋରିଷ ତେଲ ପକାଇ ରୁଟି ତିଆରି କରି କୁକୁରଙ୍କୁ ଖାଇବାକୁ ଦେବ।

୫- ଘୋଡ଼ାନାଲ ମୁଦି ଦକ୍ଷିଣହସ୍ତ ମଧ୍ୟମାଙ୍ଗୁଳିରେ ପିନ୍ଧିବ।

 

ଓଡିଆ ପ୍ରାଧ୍ୟାପକ, ଜନତା ମହାବିଦ୍ୟାଳୟ, କୁହୁଡ଼ି,

ଖୋର୍ଦ୍ଧା-୭୫୨୦୨୭, ମୋ- ୯୪୩୭୧୦୯୭୬୧

Related story