ପ୍ରାଣୀ ଚିକିତ୍ସକ କେମିତି ହେଲେ ‘ମହାଭାରତ’ର ଶ୍ରୀକୃଷ୍ଣ     

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): କଳି ଯୁଗରେ ଭଗବାନ  ଶ୍ରୀକୃଷ୍ଣଙ୍କୁ ସ୍ୱଚକ୍ଷୁରେ କେହି ଦେଖି ନାହାଁନ୍ତି ସତ।  କିନ୍ତୁ କୃଷ୍ଣଙ୍କ କଥା ଭାବିଲେ ଆଖି ସାମ୍ନାକୁ  ଆପେ ଆପେ ଚାଲି ଆସେ ମହାଭାରତ ଧାରାବାହିକରେ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତୀଶ ଭରଦ୍ୱାଜଙ୍କ  ଛବି।   ଭଗବାନ ଶ୍ରୀକୃଷ୍ଣଙ୍କୁ  ପରଦା ଉପରେ ଯଦି କେହି ଜୀବନ୍ତ କରିଛନ୍ତି ତେବେ ସେ ହେଉଛନ୍ତି ନୀତୀଶ ଭରଦ୍ୱାଜ। ତେବେ ପରଦା ଉପରକୁ ଆସିବା ପୂର୍ବରୁ ନୀତୀଶ ଜଣେ ପ୍ରାଣୀ ଚିକିତ୍ସକ ଡାକ୍ତର ଥିଲେ।   ତାଙ୍କ […]

Rakesh Mallick
  • Published: Sunday, 27 August 2017
  • , Updated: 27 August 2017, 10:27 PM IST

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): କଳି ଯୁଗରେ ଭଗବାନ  ଶ୍ରୀକୃଷ୍ଣଙ୍କୁ ସ୍ୱଚକ୍ଷୁରେ କେହି ଦେଖି ନାହାଁନ୍ତି ସତ।  କିନ୍ତୁ କୃଷ୍ଣଙ୍କ କଥା ଭାବିଲେ ଆଖି ସାମ୍ନାକୁ  ଆପେ ଆପେ ଚାଲି ଆସେ ମହାଭାରତ ଧାରାବାହିକରେ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତୀଶ ଭରଦ୍ୱାଜଙ୍କ  ଛବି।   ଭଗବାନ ଶ୍ରୀକୃଷ୍ଣଙ୍କୁ  ପରଦା ଉପରେ ଯଦି କେହି ଜୀବନ୍ତ କରିଛନ୍ତି ତେବେ ସେ ହେଉଛନ୍ତି ନୀତୀଶ ଭରଦ୍ୱାଜ।

ତେବେ ପରଦା ଉପରକୁ ଆସିବା ପୂର୍ବରୁ ନୀତୀଶ ଜଣେ ପ୍ରାଣୀ ଚିକିତ୍ସକ ଡାକ୍ତର ଥିଲେ।   ତାଙ୍କ ପରିବାର ଲୋକେ ଚାହୁଁଥିଲେ ନୀତୀଶ ଜଣେ ଡାକ୍ତର ହୁଅନ୍ତୁ।   କିନ୍ତୁ  ସେ ମାନବ ଚିକିତ୍ସକ ନ ହୋଇ ପଶୁ ଚିକିତ୍ସକ  ହେବାକୁ ଚାହୁଁଥିଲେ। କାରଣ ସେ ସିଂହ ଓ ଘୋଡ଼ାକୁ ଖୁବ୍‌ ପସନ୍ଦ କରୁଥିଲେ। ସେଥିପାଇଁ ସେ ସହଯୋଗୀ ପ୍ରାଣୀ  ଚିକିତ୍ସକ ଭାବେ ରେସକୋର୍ସରେ ଯୋଗ ଦେଇଥିଲେ। ଏହାର କିଛି ଦିନ ପରେ ଏହି କାମ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଲା ନାହିଁ। ପରେ ନୀତୀଶ ଖୁବ ହତାଶା ଓ  ନିରାଶା ଦେଇ  ଗତି କଲେ। କିନ୍ତୁ  ପିଲାବେଳୁ ତାଙ୍କ ଭିତରେ ଅଭିନୟ କଳାଟି ବେଶ ପ୍ରସ୍ଫୁଟିତ ହୋଇଥିଲା। ତେଣୁ  ସେ ବାରମ୍ବାର ଅଭିନୟ ଜଗତ ପ୍ରତି ଟାଣି ହୋଇଯାଉଥିଲେ। କଲେଜ ପଢିବା ସମୟରେ ସେ ଅନେକ ନାଟକର ଅଭିନୟ କରିଥିଲେ। ସେହି ଦିନ ଗୁଡ଼ିକ ନୀତୀଶଙ୍କର ଖୁବ ମନେପଡ଼ୁଥିଲା । କଲେଜ ସମୟରେ  ପ୍ରତ୍ୟେକ ନାଟକରେ ଅଭିନୟ କରିବା ସମୟରେ ସେ ନିଜକୁ ଅଧିକ ଚିହ୍ନି ପାରି ଥିବା ଅନୁଭବ କରୁଥିଲେ।

ଶେଷରେ ସେଇ ଇଚ୍ଛା ପୂରଣ ହେଲା। ଚାକିରି ଛାଡ଼ି ଜୀବନ ବ୍ୟାପି ଅଭିନୟକୁ ଆପଣାଇବାକୁ ନିଷ୍ପତ୍ତି ନେଲେ ନୀତୀଶ । ପ୍ରଥମେ ନୀତୀଶ ମରାଠି ଥିଏଟରରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ବଲିଉଡ୍‌ର ପ୍ରସିଦ୍ଧ କଳାକାର  ରବି ବାସ୍ୱନି ତାଙ୍କୁ ହୀନ୍ଦି ଥୀଏଟର ଜଗତରେ ସୁଯୋଗ ଦେଇଥିଲେ। ନୀତୀ ଶ ଆଁଖ ନାମକ ଥିଏଟର ଗୃପରେ ଯୋଗଦେବା ସହିତ ଦୂରଦର୍ଶନରେ ଆଙ୍କର ଓ ଖବର ଉପସ୍ଥାପକ ଭାବରେ କାମ କଲେ। ୧୯୫୭ ମସିହାରେ ତାଙ୍କର ପ୍ରଥମ ମରାଠି ଫିଚର  ଫିଲ୍ମ (କାତ୍ୟାଲ ଶାସୁ ନଶାଲ ସନରେ) ଅଭିନୟ କଲେ।

ପରେ  ହୀନ୍ଦି ଫିଲ୍ମ ‘ତ୍ରିଶଙ୍କୁ’ର ନିଜ ଅଭିନୟର ଯାଦୁ ଦର୍ଶକଙ୍କ  ହୃଦୟକୁ ବେଶ ଛୁଇଁପାରିଲା।  ପରେ ଫିଲ୍ମ ଜଗତରେ ଧିରେ ଧିରେ ପରିଚିତ ହେବାକୁ ଲାଗିଲେ। ଶେଷରେ ବଲିଉଡ ଜଗତର ଖ୍ୟାତନାମା ପ୍ରଯୋଜକ ତଥା ନିର୍ଦ୍ଦେଶକ ବି.ଆର. ଚୋପ୍ରାଙ୍କ ଧାରାବାହିକ ମହାଭାରତରେ ଅଭିନୟ କରିବାକୁ ତାଙ୍କୁ ସୁଯୋଗ ମିଳିଲା।  ପ୍ରଥମେ ସେ ବିଦୁର ଭୂମିକାରେ ଅଭିନୟ କରିବାକୁ ଅଡିସନ ଦେଇଥିଲେ। ସେତେବେଳେ ତାଙ୍କୁ  ୨୩ ବର୍ଷ ହୋଇଥିବାରୁ ଏହି ଚରିତ୍ର ପାଇଁ ତାଙ୍କୁ ନିଆଗଲା ନାହିଁ  ।

ଆଉ ନକୁଳ ସହଦେବ ଚରିତ୍ରରେ ଅଭିନୟ କରିବାକୁ ନୀତୀଶ ମନା କରିଦେଲେ। କୃଷ୍ଣଙ୍କ ଚରିତ୍ର ପ୍ରତି ତାଙ୍କର ବିଶେଷ ଦୁର୍ବଳତା ଥିଲା। କୃଷ୍ଣ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ଅଡିସନ ଦେବା ପାଇଁ କହିବାରୁ ସେ  ମନା କରିଦେଇଥିଲେ।   କାରଣ ସେ ଚାହୁଁଥିଲେ ତାଙ୍କୁ ସିଧାସଳଖ ଏହି ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ  ମିଳୁ। କାରଣ ସେ ବହି ପଢ଼ି କୃଷ୍ଣଙ୍କ ବିଷୟରେ ଅନେକ କିଛି ଜ୍ଞାନ ଆହରଣ କରିଥିଲେ। ପରିଶେଷରେ ତାହା ହିଁ ହେଲା। ମହାଭାରତ  ଧାରାବାହିକରେ ତାଙ୍କୁ କୃଷ୍ଣ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଲା।

ସୌଜନ୍ୟ: ଆଜ୍‌ତକ

Related story