ଅଜବ ଗଜବ ଜନ୍ମଚିହ୍ନ: କିଏ ଦେଖିବାକୁ ଭାଲୁ ପରି ତ କାହା ପିଠିରେ କଇଁଛ ରୂପ

ପିଲା ଜନ୍ମ ହେବା ପରେ ବିଭିନ୍ନ ପ୍ରକାର ଚିହ୍ନ ରହିଥାଏ। ଏହାକୁ ଜନ୍ମଚିହ୍ନ କୁହାଯାଇଥାଏ। ବିଶେଷ କରି କଳାଯାଇ ଅଧିକ ଦେଖିବାକୁ ମିଳିଥାଏ। ହେଳେ ବେଳେବେଳେ ଏମିତି କିଛି ଚିହ୍ନ ନେଇ ପିଲା ଜନ୍ମ ହୋଇଥାନ୍ତି, ଯାହା କଳ୍ପନା କରିବା ଅସମ୍ଭବ। ଆଜି ଆମେ ଏପରି କିଛି ଜନ୍ମଚିହ୍ନ ବିଷୟରେ କହିବାକୁ ଯାଉଛି, ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧. କଲମ୍ବିଆର ଏକ ପିଲାର ପିଠିକୁ ଦେଖିଲେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବା […]

barthmark

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 02:34 PM IST

ପିଲା ଜନ୍ମ ହେବା ପରେ ବିଭିନ୍ନ ପ୍ରକାର ଚିହ୍ନ ରହିଥାଏ। ଏହାକୁ ଜନ୍ମଚିହ୍ନ କୁହାଯାଇଥାଏ। ବିଶେଷ କରି କଳାଯାଇ ଅଧିକ ଦେଖିବାକୁ ମିଳିଥାଏ। ହେଳେ ବେଳେବେଳେ ଏମିତି କିଛି ଚିହ୍ନ ନେଇ ପିଲା ଜନ୍ମ ହୋଇଥାନ୍ତି, ଯାହା କଳ୍ପନା କରିବା ଅସମ୍ଭବ। ଆଜି ଆମେ ଏପରି କିଛି ଜନ୍ମଚିହ୍ନ ବିଷୟରେ କହିବାକୁ ଯାଉଛି, ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

୧. କଲମ୍ବିଆର ଏକ ପିଲାର ପିଠିକୁ ଦେଖିଲେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବା ପରି ଲାଗିବ। କାରଣ ପିଲାର ପିଠିରେ ରହିଥିବା ଜନ୍ମଚିହ୍ନ ବହୁତ ଭୟଙ୍କର। ଏହା ଦେଖିବାକୁ କଇଁଛ ପରି। ଯାହା ଦେଖିଲେ ଯେ କେହି ବି ଡରି ଯିବେ। ତେବେ ବ୍ରିଟେନ୍‌ର ଜଣେ ଡାକ୍ତର ପିଲାଟିର ଅପରେସନ କରିଥିଲେ। ଅପରେସନ ସମ୍ପୂର୍ଣ୍ଣ ସଫଳ ହୋଇଛି ଓ ପିଲାର ପିଠି ସାଧାରଣ ଅବସ୍ଥାକୁ ଆସିଯାଇଛି।

୨. ଝାଙ୍ଗ ହୋଙ୍ଗମିଙ୍ଗ ଜନ୍ମ ବେଳେ ଦେହରେ ଏକ ଛୋଟ ଦାଗ ଥିଲା। ବୟସ ବଢିବା ସହ ଏହି ଦାଗ ବଢିବାରେ ଲାଗିଛି। ତାଙ୍କ ଦେହ ସାରା ୱେରଉଲ୍ଫ (ଅଧିଆ) ପରି ରୁମ୍‌ ହୋଇଯାଉଛି। ବର୍ତ୍ତମାନ ସୁଦ୍ଧା ଏପରି ଅବସ୍ଥା କୌଣସି ମଣିଷଠାରେ ଦେଖିବାକୁ ମିଳିନାହିଁ।

୩. କୋନି ନାମକ ଏକ ପିଲା ଜନ୍ମ ହେବା ପରେ ତା’ ନାକରେ ଜୋକର ଭଳି ଏକ ଲାଲ ଚିହ୍ନ ଥିଲା। ପରିବାର ଲୋକେ ଏହାକୁ ଜନ୍ମଚିହ୍ନ ବୋଲି ଭାବୁଥିଲେ। ହେଲେ କୋନି ବଢିବା ସହ ଏହି ଲାଲ ରଙ୍ଗର ଚିହ୍ନଟି ମଧ୍ୟ ବଢିଥିଲା। ପରେ ଜଣାପଡିଥିଲା ଏହି ଚିହ୍ନ ପାଖରେ ଏକ ଟ୍ୟୁମର ମଧ୍ୟ ବୃଦ୍ଧି ପାଉଛି। ଶେଷରେ ଅପରେସନ କରାଯାଇ ଟ୍ୟୁମରକୁ ବାହାର କରିଦିଆଯାଇଛି। କୋନି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

୪. କାନାଡ଼ାର ନୃତ୍ୟାଙ୍ଗନା କେସାଣ୍ଡ୍ରାଙ୍କ ଡାହାଣ ଆଖି ପତା ତଳେ ରହିଛି ଏକ ଜନ୍ମଚିହ୍ନ। ଦେଖିଲେ ଲାଗିବ ଯେମିତି ଆଖିପତା ତଳ ପୋଡ଼ି ଯାଇଛି। ଏତେ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ କେସାଣ୍ଡ୍ରା ଏହି ଚିହ୍ନକୁ ଲୁଚାଇ ନଥାନ୍ତି କି କୌଣସି ଶୋ’ କରିବା ବେଳେ ଏହା ଉପରେ ମେକ୍‌ଅପ୍‌ ନେଇ ନଥାନ୍ତି।

୫. ଲି ଜିୟାଓ ୟୁଆନଙ୍କୁ ‘କ୍ୟାଟ୍‌ ଲେଡି’ ବୋଲି କୁହାଯାଇଥାଏ। କାରଣ ତାଙ୍କ ଶରୀରର ଅଧାରୁ ଅଧିକ ଅଂଶ ବିଲେଇ ରୁମ୍‌ ପରି ରୁମରେ ଆଚ୍ଛାଦିତ ହୋଇ ରହିଛି। ଲି’ ଜନ୍ମ ହେବା ବେଳେ ଏକ ଛୋଟ ଜନ୍ମଚିହ୍ନ ଥିଲା। ସେ ବଢିବା ସହ ଏହା ବଢି ପୂରା ଦେହକୁ ଆବୋରିବାକୁ ବସିଲାଣି।

୬. ଏର୍ନ ଯେତେବେଳେ ଜନ୍ମ ହୋଇଥିଲେ ତାଙ୍କ ମୁହଁରେ କଳା ବାଳ ଓ ଜନ୍ମଚିହ୍ନ ଥିଲା। ବୟସ ବଢିବା ସହ ଏହି ଚିହ୍ନ ବଢିବାରେ ଲାଗିଛି। ଏବେ ଏହା ତାଙ୍କ ଅଧା ମୁହଁକୁ ଆଚ୍ଛାଦିତ କରି ସାରିଲାଣି।

୭. ନୋନିଆନଙ୍କ ଶରୀରରେ ରହିଛି ଅଜବ ଚିହ୍ନ। ସାରା ଦେହରେ ରହିଛି ଏହି ଜନ୍ମଚିହ୍ନ। ଏହାକୁ ସେ କଳା ରଙ୍ଗରେ ରଙ୍ଗେଇଛନ୍ତି। ଏହା ଦେଖିବାକୁ ବିଶ୍ୱ ମାନଚିତ୍ର ପରି ଦିଶୁଛି।

Related story