ଶହେରେ ବି ଶତସିଂହର ବଳ: ୟୁଟ୍ୟୁବ୍‌ରେ ରୋଷେଇ ଟିପ୍‌ସ୍‌ ଦେଇ ଚର୍ଚ୍ଚାରେ ଶତାୟୁ

ହାଇଦ୍ରାବାଦ: ନା’ ବଳବୟସ ଅଛି। ନା’ ଶାରିରୀକ ଶକ୍ତି ।  ତଥାପି ସେ ଥକିପଡ଼ି ନାହାନ୍ତି।  ଶହେରେ ବି ତାଙ୍କ ମନରେ ଶତସିଂହର ବଳ। ସେମିତି ଜଣେ ମହିଳା ହେଉଛନ୍ତି ମସ୍ତନମା । ଘର ତାଙ୍କର ଆନ୍ଧ୍ରପ୍ରଦେଶର  କ୍ରିଷ୍ଣା ଜିଲ୍ଲାର ଗୁଡି ୱାଡ଼ା ଅଞ୍ଚଳର । ୧୦୬  ବର୍ଷରେ ପଦାର୍ପଣ  କରିଥିବା ଏହି ମହଳା ଜଣକୁ ନେଇ ଏବେ ଇଣ୍ଟରନେଟରେ ଖୁବ୍‌ ଚର୍ଚ୍ଚା।  ବୟସର ସାୟାହ୍ନରେ ଉପନୀତ ଏହି ମହିଳାଙ୍କ କାର୍ଯ୍ୟ ଶୈଳୀ  କିନ୍ତୁ ମଧ୍ୟାହ୍ନର ସୂର୍ଯ୍ୟ […]

mastnamma-1

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 03:44 PM IST

ହାଇଦ୍ରାବାଦ: ନା’ ବଳବୟସ ଅଛି। ନା’ ଶାରିରୀକ ଶକ୍ତି ।  ତଥାପି ସେ ଥକିପଡ଼ି ନାହାନ୍ତି।  ଶହେରେ ବି ତାଙ୍କ ମନରେ ଶତସିଂହର ବଳ। ସେମିତି ଜଣେ ମହିଳା ହେଉଛନ୍ତି ମସ୍ତନମା । ଘର ତାଙ୍କର ଆନ୍ଧ୍ରପ୍ରଦେଶର  କ୍ରିଷ୍ଣା ଜିଲ୍ଲାର ଗୁଡି ୱାଡ଼ା ଅଞ୍ଚଳର । ୧୦୬  ବର୍ଷରେ ପଦାର୍ପଣ  କରିଥିବା ଏହି ମହଳା ଜଣକୁ ନେଇ ଏବେ ଇଣ୍ଟରନେଟରେ ଖୁବ୍‌ ଚର୍ଚ୍ଚା।  ବୟସର ସାୟାହ୍ନରେ ଉପନୀତ ଏହି ମହିଳାଙ୍କ କାର୍ଯ୍ୟ ଶୈଳୀ  କିନ୍ତୁ ମଧ୍ୟାହ୍ନର ସୂର୍ଯ୍ୟ ପରି ଝଟକୁଛି।  ବୃଦ୍ଧା  ବୟସରେ ବି ସେ ଡିଜିଟାଲ ଇଣ୍ଡିଆର ମହତକୁ ବୁଝିଛନ୍ତି। ବିଭିନ୍ନ ପ୍ରକାର ରୋଷେଇ ଜାଣିଥିବା  ଏହି ମହିଳା ଜଣକ ନିଜ ଜ୍ଞାନକୁ  ଇଣ୍ଟରନେଟ ମାଧ୍ୟମରେ ଉପଯୋଗ କରିଛନ୍ତି।  ରୋଷେଇ କଳା ସମ୍ପର୍କରେ ଇଣ୍ଟରନେଟରେ ଟିପସ୍ ଦେଇ ଚଚ୍ଚାକୁ ଆସିଛନ୍ତି ଏହି ମହିଳା।

https://www.youtube.com/watch?v=A_ldRUrLPFk

ଏବେ ସେ ୟୁଟ୍ୟୁବ୍‌ରେ ବେଶ ଲୋକପ୍ରିୟ ।  ୟୁଟ୍ୟୁବରେ ସେ ନିଜର ଏକ ଚାନେଲ ଖୋଲିଛନ୍ତି। ଭଳିକି ଭଳି ଆଇଟମର ରୋଷେଇ କରିବାର ପ୍ରଣାଳୀ ଗୁଡ଼ିକୁ ସୁଟିଂ କରି ୟୁଟ୍ୟୁବ୍‌ରେ ଅପଲୋର୍ଡ଼ କରୁଛନ୍ତି।  ଏବେ ତାଙ୍କ ଚାନେଲର ୨୫୦,୦୦୦ ଜଣ ସବ୍‌ସ୍କ୍ରାଇବର ଅଛନ୍ତି।  ସାଉଧ୍‌ ଇଣ୍ଡିଆନ ଠାରୁ ଆରମ୍ଭ କରି ଚାଇନିଜ୍‌  ପର୍ଯ୍ୟନ୍ତ ସବୁପ୍ରକାର ଖାଦ୍ୟ ତିଆରି କରିବାର କୌଶଳ ତାଙ୍କୁ ବେଶ ଜଣା।  ତେବେ ୟୁଟ୍ୟୁବ୍‌ରେ ଭିଡିଓ ଅପଲୋଡିଂ କରିବାର ଆଇଡିଆ ସେ ତାଙ୍କ ନାତିଙ୍କ ଠାରୁ ପାଇଥିବା କହିଛନ୍ତି। ଏବେ ଏହି ଚାନେଲକୁ ତାଙ୍କ ନାତି ଚଳାଉଛନ୍ତି।

Related story