ସ୍ୱାମୀ ଉପରେ ରାଗି ୪ଲକ୍ଷ ଟଙ୍କା ଗିଳି ଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ଛୋଟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ନେଇ ଝଗଡ଼ା ହୁଏ। କିନ୍ତୁ କୋଲୋମ୍ବିଆରେ ଏକ ଦମ୍ପତିଙ୍କ ଝଗଡ଼ା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ଜଣଙ୍କ ରାଗରେ ଘରେ ରଖିଥିବା ୭୦୦୦ ଡଲାର (ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୪ଲକ୍ଷ ଟଙ୍କା) ଗିଳି ଦେଇଥିଲେ। ଫଳରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅପରେସନ୍‌ କରି ତାଙ୍କ ପେଟରୁ ଟଙ୍କା ବାହାର କରିଥିଲେ। ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା। ପ୍ରକୃତ […]

colombian-

Rakesh Mallick
  • Published: Saturday, 06 May 2017
  • , Updated: 06 May 2017, 03:03 PM IST

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ଛୋଟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ନେଇ ଝଗଡ଼ା ହୁଏ। କିନ୍ତୁ କୋଲୋମ୍ବିଆରେ ଏକ ଦମ୍ପତିଙ୍କ ଝଗଡ଼ା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ଜଣଙ୍କ ରାଗରେ ଘରେ ରଖିଥିବା ୭୦୦୦ ଡଲାର (ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୪ଲକ୍ଷ ଟଙ୍କା) ଗିଳି ଦେଇଥିଲେ। ଫଳରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅପରେସନ୍‌ କରି ତାଙ୍କ ପେଟରୁ ଟଙ୍କା ବାହାର କରିଥିଲେ। ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା।

ପ୍ରକୃତ କଥା ହେଲା ମହିଳା ଜଣଙ୍କ ସ୍ୱାମୀଙ୍କ ସହ ଭ୍ରମଣରେ ଯିବା ପାଇଁ ପ୍ରତ୍ୟେକ ମାସରେ ଟଙ୍କା ସଞ୍ଚୟ କରି ରଖୁଥିଲେ। ବୁଲି ଯିବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍‌ ସ୍ତ୍ରୀ ରାଗିଯାଇ ସଞ୍ଚୟ କରିଥିବା ଟଙ୍କା ଖାଇ ଦେଇଥିଲେ।

ସୌଜନ୍ୟ: ଖାସ୍‌ଖବର, ଫଟୋ: ଖାସ୍‌ଖବର

 

Related story