Advertisment

୧୧ ବର୍ଷ ବୟସରେ ପଢ଼ାଉଛନ୍ତି ଇଞ୍ଜିନିୟରିଂ ପାଠ

ହାଇଦ୍ରାବାଦ: ଅନ୍ୟ ଛାତ୍ରଙ୍କ ପରି ମହମ୍ମଦ୍‌ ହସନ୍‌ ମଧ୍ୟ ସକାଳୁ ଉଠି ସ୍କୁଲ୍‌ ଯାଇଥାନ୍ତି। ପଢ଼ା ସାରି ସ୍କୁଲରୁ ସେ ୩.୩୦ ମିନିଟ୍‌ରେ ଘରକୁ ଫେରନ୍ତି। କିନ୍ତୁ ଘରକୁ ଫେରି ଖେଳକୁଦ, ଟିଭିରେ କାର୍ଟୁନ୍‌ ଦେଖିବା ପରିବର୍ତ୍ତେ ମହମ୍ମଦ୍‌ ଅନ୍ୟମାନଙ୍କୁ ପାଠ ପଢ଼ାଇବାକୁ ଯାଇଥାନ୍ତି। ସେ ପୁଣି ଇଞ୍ଜିନିୟରିଂ ପିଲାଙ୍କୁ। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଘଟଣାଟି ସତ। ମହମ୍ମଦ୍‌ ହସନ୍‌। ବୟସ ମାତ୍ର ୧୧। ହାଇଦ୍ରାବାଦ୍‌ରେ ରହୁଥିବା ମହମ୍ମଦ ହେଉଛନ୍ତି ସପ୍ତମ ଶ୍ରେଣୀର […]

୧୧ ବର୍ଷ ବୟସରେ ପଢ଼ାଉଛନ୍ତି ଇଞ୍ଜିନିୟରିଂ ପାଠ

se

Advertisment

ହାଇଦ୍ରାବାଦ: ଅନ୍ୟ ଛାତ୍ରଙ୍କ ପରି ମହମ୍ମଦ୍‌ ହସନ୍‌ ମଧ୍ୟ ସକାଳୁ ଉଠି ସ୍କୁଲ୍‌ ଯାଇଥାନ୍ତି। ପଢ଼ା ସାରି ସ୍କୁଲରୁ ସେ ୩.୩୦ ମିନିଟ୍‌ରେ ଘରକୁ ଫେରନ୍ତି। କିନ୍ତୁ ଘରକୁ ଫେରି ଖେଳକୁଦ, ଟିଭିରେ କାର୍ଟୁନ୍‌ ଦେଖିବା ପରିବର୍ତ୍ତେ ମହମ୍ମଦ୍‌ ଅନ୍ୟମାନଙ୍କୁ ପାଠ ପଢ଼ାଇବାକୁ ଯାଇଥାନ୍ତି। ସେ ପୁଣି ଇଞ୍ଜିନିୟରିଂ ପିଲାଙ୍କୁ। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଘଟଣାଟି ସତ।

Advertisment

ମହମ୍ମଦ୍‌ ହସନ୍‌। ବୟସ ମାତ୍ର ୧୧। ହାଇଦ୍ରାବାଦ୍‌ରେ ରହୁଥିବା ମହମ୍ମଦ ହେଉଛନ୍ତି ସପ୍ତମ ଶ୍ରେଣୀର ଛାତ୍ର। ଏତେ କମ୍‌ ବର୍ଷ ବୟସରୁ ସେ ଇଞ୍ଜିନିୟରିଂ ପିଲାଙ୍କୁ ‘ଡିଜାଇନ୍‌ ଓ ଡ୍ରାଫଟିଂ’ର ପାଠ ପଢ଼ାଇଥାନ୍ତି।

ମହମ୍ମଦ୍‌ ଇଞ୍ଜିନିୟରିଂ ପିଲାଙ୍କୁ ପାଠ ପଢ଼ାଇବା ପଛରେ ଏକ ଉଦ୍ଦେଶ୍ୟ ରହିଛି।  ତାଙ୍କର କହିବା ଅନୁସାରେ, ସେ ୟୁଟ୍ୟୁବ୍‌ରେ ଥରେ ଏକ ଭିଡିଓ ଦେଖିବାକୁ ପାଇଥିଲେ। ଯେଉଁଥିରେ ସେ ଦେଖିଥିଲେ, ଭାରତରେ ଶିକ୍ଷା ଲାଭ କରି ଅନେକ ଛାତ୍ର ଆମେରିକାକୁ ଚାକିରି କରିବାକୁ ଯାଉଛନ୍ତି ଏବଂ ସେଠାରେ ଖରାପ ଚାକିରି ମିଳିଲେ ମଧ୍ୟ କରିବାକୁ ବାଧ୍ୟ ହେଉଛନ୍ତି।

Advertisment

ଏହି କଥାକୁ ନେଇ ମହମ୍ମଦ ଚିନ୍ତା କରିଥିଲେ ଏବଂ ଭାରତୀୟ ଇଞ୍ଜିନିୟର୍‌ଙ୍କ ପାଖରେ ଟେକ୍‌ନିକାଲ୍‌ ଓ କମ୍ୟୁନିକେସନ୍‌ ସ୍କିଲ୍‌ର ଅଭାବ ରହିଛି ବୋଲି ଅନୁଭବ କରିଥିଲେ।
ସେବେଠାରୁ ତାଙ୍କର ଡିଜାଇନିଂ ପ୍ରତି ରୁଚି ବଢିଥିଲା। ଫାଙ୍କା ସମୟରେ ସେ ଡିଜାଇନିଂ ପାଠକୁ ଶିଖିବା ଆରମ୍ଭ କଲେ। କେବଳ ନେଟ୍‌ରୁ ପଢି ଏ ସବୁ ସେ ଶିକ୍ଷା କଲେ।

ସେ ଆହୁରି ମଧ୍ୟ କହିଛନ୍ତି, “ଆମ ଦେଶରେ ଇଞ୍ଜିନିୟର୍‌ମାନେ ସମସ୍ତ ଟେକ୍‌ନିକାଲ୍‌ ସ୍କିଲ୍‌ ହାସଲ କରିବା ପରେ ତାଙ୍କୁ ବିଦେଶକୁ ଯିବା ଆବଶ୍ୟକ ପଡ଼ିବ ନାହିଁ। ମହମ୍ମଦଙ୍କ ଏହି କାର୍ଯ୍ୟରେ ତାଙ୍କର ପରିବାର ଲୋକ ପୂର୍ଣ୍ଣ ସହଯୋଗ କରୁଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା ତାଙ୍କ ରକ୍ତରେ ରହିଛି। ତାଙ୍କ ପରିବାରର ସମସ୍ତ ଲୋକ ଏହି ବୃତ୍ତିରେ ଅଛନ୍ତି ବୋଲି ସେ କହିଛନ୍ତି। ଯାହା ତାଙ୍କୁ ଏହି ଡିଜାଇନିଙ୍ଗ ପାଠ ଶିଖିବା ପାଇଁ ପ୍ରେରଣା ଦେଇଛି।

ମହମ୍ମଦଙ୍କଠାରୁ ଶିକ୍ଷା ଲାଭ କରୁଥିବା ଇଞ୍ଜିନିୟର୍‌ ମଧ୍ୟ ତାଙ୍କର ପ୍ରଶଂସା କରିଥାନ୍ତି। ୨୦୨୦ ମଧ୍ୟରେ ୧ ହଜାର ଛାତ୍ରଙ୍କୁ ପଢ଼ାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ମହମ୍ମଦ ସକାଳ ୫:୩୦ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏଥିପାଇଁ ପରିଶ୍ରମ କରିଥାନ୍ତି। ଏହାପରେ ସେ ନିଜର ହୋମୱାର୍କ କରି ଶୋଇବାକୁ ଯାଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe