ଭୁବନେଶ୍ୱର: ସେହି ମୁହଁ ସେହି ଚାହାଣୀ। ପୁରା ଅବିକଳ ପ୍ରତିଛବି । ମୁଖମଣ୍ଡଳ ବି ମିଶିଯାଉଛି। ବିଶେଷକରି ତାଙ୍କ ଦାଢୀ ଏବଂ ଓଠ ସହ ଅନେକ ସାମଞ୍ଜସ୍ୟ ଆସୁଛି। ଏମିତି ଏକ ପଥରମୂର୍ତ୍ତିକୁ ନେଇ ର୍ଚଚ୍ଚା। ଭଗ୍ନ ଅବସ୍ଥାରେ ଦୃଶ୍ୟମାନ ହେଉଥିବା ପଥର ମୂର୍ତ୍ତିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହରା ସହ କିଛିଟା ଖାପ ଖାଇଯାଉଛି। ଏହି ପ୍ରତିମୂର୍ତ୍ତିଟିକୁ ନେଇ କେତେ କଥା କେତେ ଆଲୋଚନା। କେତେ ଗୁଲିଗପ ମଧ୍ୟ ହେଉଛି।
କେହି କେହି କହୁଛନ୍ତି ଏହି ପ୍ରତି ମୂର୍ତ୍ତିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର। ଖାଲି ସେତିକି ନୁହଁ ଏହି ମୂର୍ତ୍ତିଟିକୁ ଆଉ କେହି ହରପ୍ପା ସଭ୍ୟତା ଅମଳର ବୋଲି ଚିତ୍ରଣ କରୁଛନ୍ତି। କିଛି ଲୋକଙ୍କ ଅନୁମାନ ହୁଏତ କୌଣସି ମୋଦି ପ୍ରେମୀ ଭାଷ୍କର୍ଯ୍ୟ ଶିଳ୍ପୀ ମୋଦିଙ୍କ ମୁହଁ ଭଳି ଦିଶୁଥିବା ଏକ ପୁରାତନ ମୂର୍ତ୍ତି ତିଆରି କରିଥାଇ ପାରନ୍ତି। ତେବେ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେୟାର ବି ହେଉଛି ଆଉ କମେଣ୍ଟବି ଆସୁଛି।