ଜୟପୁର (ଓଡ଼ିଶା ରିପୋର୍ଟର): ନଦୀରୁ ବାଲି ଉଠାଯିବା ପାଇଁ ଲାଇସେନ୍ସ କରିବାକୁ ପଡିଥାଏ। ଏଥିପାଇଁ ତସହିଲ ପକ୍ଷରୁ ନିଲାମ ଡକାଯାଇଥାଏ। ହେଲେ ବହୁ ସ୍ଥାନରେ ବେଆଇନ୍ ଭାବେ ବାଲି ଚାଲଣ ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ସବୁ ଆଇନ୍ କାନୁନ୍କୁ ଜଳାଞ୍ଜଳି ଦେଇ ବାଲି ମାଫିଆ ଲୁଟ୍ କରିଥାନ୍ତି। ଦିନ ଦିପହରରେ ଏମିତି ଚାଲାଣ ହେଉଥିବା କେଳେ ରଜସ୍ୱ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଓ ନିଜ ଆଡୁ କେବେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଦେଖିବାକୁ ମିଳେ ନାହିଁ। ଏପରି ଏକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାରୁ।
କିଛି ଟ୍ରାକ୍ଟର ଡ୍ରାଇଭର କହିଛନ୍ତି, ଏଠାରୁ ବାଲି ଯାଇ ବିଭିନ୍ନ କାମରେ ଲାଗୁଛି। ଘାଟ ନିଲାମ ହୋଇଛି କି ନାହିଁ ଆମେ ଜାଣିନାହୁଁ। ମାଲିକ ଆମକୁ ବାଲି ପାଇଁ ପଠାଉଛନ୍ତି, ସେଥିପାଇଁ ଆମେ ଆସୁଛୁ।
ଏନେଇ କୁନ୍ଦୁରା ତହସିଲଦାର ଭିର ସୋରେଙ୍ଗ କହିଛନ୍ତି- “ଅଭିଯୋଗ ହେବା ପରେ ଯାଞ୍ଚ ପାଇଁ ଘଟକୁ ଆସିଥିଲି। ଏଠାରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଜଣାପଡିଛି। ବାଲି ଉଠାଉ ଥିବା ଟ୍ରାକ୍ଟର ମାଲିକଙ୍କ ପାଖରୁ ଜରିମାନା ଆଦାୟ କରାଯିବ। ଦିନ ବେଳେ ଯେଉଁଠି ବାଲି ଚୋରା ଚାଲାଣ ହେଉଛି, ଚଢାଉ କରି ଜରିମାନା ଆଦାୟ କରାଯାଉଛି। ହେଲେ ରାତିରେ ଜଗିବା ସମ୍ଭବ ହେଉନାହିଁ। ରାତିରେ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆସିଲେ, ପୋଲିସ୍ର ସହାୟତା ନିଆଯାଇ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିବି।”