ଏହି ସବୁ ଦେଶରେ ଖୋଲାଖୋଲି ଚାଲେ ବେଶ୍ୟାବୃତ୍ତି; କୋଟି କୋଟି ଟଙ୍କାର ହୁଏ ବ୍ୟବସାୟ

ବେଶ୍ୟାବୃତ୍ତି ପ୍ରାଚୀନ ଯୁଗରୁ ରହିଆସିଛି। କିନ୍ତୁ ଆଜି ବି ଏହି ପେସା ବିଷୟରେ କେହି ଖୋଲାଖୋଲି ସମସ୍ତଙ୍କ ସମ୍ମୁଖରେ  ଆଲୋଚନା କରିବାକୁ ପସନ୍ଦ କରିନ୍ତି ନାହିଁ। ପ୍ରାୟ ସମସ୍ତେ ଜାଣନ୍ତି ଯେ କୌଣସି ଝିଅ ନିଜ ଇଚ୍ଛାରେ ଏହି ପେସାକୁ ଆସନ୍ତି ନାହିଁ। ପରିସ୍ଥିତିରେ ପଡ଼ି ସେମାନେ ଏହି ପେସାକୁ ଆପଣାଇ ନିଅନ୍ତି। ଆମ ଦେଶରେ ମଧ୍ୟ ବେଶ୍ୟାବୃତ୍ତିକୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ବେଶ୍ୟାବୃତ୍ତିରେ ଥିବା ମହିଳାମାନଙ୍କୁ ଅଧିକାଂଶ ଲୋକ ସମାଜର ଅଂଶ ବୋଲି ବିବେଚନା କରନ୍ତି […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 12:21 AM IST

ବେଶ୍ୟାବୃତ୍ତି ପ୍ରାଚୀନ ଯୁଗରୁ ରହିଆସିଛି। କିନ୍ତୁ ଆଜି ବି ଏହି ପେସା ବିଷୟରେ କେହି ଖୋଲାଖୋଲି ସମସ୍ତଙ୍କ ସମ୍ମୁଖରେ  ଆଲୋଚନା କରିବାକୁ ପସନ୍ଦ କରିନ୍ତି ନାହିଁ। ପ୍ରାୟ ସମସ୍ତେ ଜାଣନ୍ତି ଯେ କୌଣସି ଝିଅ ନିଜ ଇଚ୍ଛାରେ ଏହି ପେସାକୁ ଆସନ୍ତି ନାହିଁ। ପରିସ୍ଥିତିରେ ପଡ଼ି ସେମାନେ ଏହି ପେସାକୁ ଆପଣାଇ ନିଅନ୍ତି। ଆମ ଦେଶରେ ମଧ୍ୟ ବେଶ୍ୟାବୃତ୍ତିକୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ। ବେଶ୍ୟାବୃତ୍ତିରେ ଥିବା ମହିଳାମାନଙ୍କୁ ଅଧିକାଂଶ ଲୋକ ସମାଜର ଅଂଶ ବୋଲି ବିବେଚନା କରନ୍ତି ନାହିଁ। ଭାରତରେ ବେଶ୍ୟାବୃତ୍ତି ଉପରେ କଟକଣା ଲାଗିଛି। କିନ୍ତୁ ବିଶ୍ୱରେ ଏମିତି ଅନେକ ଦେଶ ଅଛନ୍ତି ଯେଉଁଠାରେ ‘ଦେହ ବ୍ୟବସାୟ’ ଖୋଲାଖୋଲି ଭାବେ ଚାଲେ। ଏମିତି କି ବେଶ୍ୟାବୃତ୍ତିର ଧନ୍ଦା ଚଲାଉଥିବା ଲୋକେ ଏଥିପାଇଁ ସେଠାକାର ସରକାରଙ୍କୁ ଟିକସ ମଧ୍ୟ ଦିଅନ୍ତି। ଏମିତି କିଛି ଦେଶ ବିଷୟରେ ଜାଣନ୍ତୁ।

netherland

ନେଦରଲ୍ୟାଣ୍ଡ: ନେଦରଲ୍ୟାଣ୍ଡର ରାଜଧାନୀ ଏମ୍‌ସ୍ଟର୍ଡମ୍‌ ରେଡ୍‌ ଲାଇଟ୍ ଏରିଆ ଭାବେ ଜଣାଶୁଣା। ଏଠାରେ ୧୦୦୦ରୁ ଅଧିକ ଯୁବତୀ ବେଶ୍ୟାବୃତ୍ତିରେ ଲିପ୍ତ ଅଛନ୍ତି। ନେଦରଲ୍ୟାଣ୍ଡରେ ଏହାକୁ ଆଇନର ସମ୍ମତି ମିଳିଛି।

କମ୍ବୋଡିଆ: ବେଶ୍ୟାବୃତ୍ତି ମାମଲାରେ କମ୍ବୋଡିଆକୁ ସବୁଠୁ ଆଗୁଆ ଦେଶ ବୋଲି କୁହାଯାଏ। ଏଠାରେ ଏଚ୍‌ଆଇଭି ଓ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢୁଛି।

କେନିଆ: ଏଠାରେ ବେଶ୍ୟାବୃତ୍ତି ଉପରେ କଟକଣା ରହିଛି। ଖୋଲାଖୋଲି ଭାବେ କେହି ଏହା କରିପାରିବେ ନାହିଁ। କିନ୍ତୁ ଏହାକୁ କେହି ମାନନ୍ତି ନାହିଁ। ଏଠାରେ ହଜାର ହଜାର ମହିଳା ଓ ଯୁବତୀ ଏହି ଧନ୍ଦାରେ ଅଛନ୍ତି। ଦେଶର ପୋଲିସ୍ ବି ଏକଥା ଜାଣିଛି। କିନ୍ତୁ ବେଶ୍ୟାବୃତ୍ତି ଧନ୍ଦାରେ ଥିବା ମହିଳା ପୋଲିସ୍‌କୁ ପଇସା ଦେଇ ସେମାନଙ୍କ ପାଟି ଚୁପ୍ କରି ଦିଅନ୍ତି।

philipines

ଫିଲିପାଇନ୍ସ: ଏହି ଦେଶ ସେକ୍ସ ଟୁରିଜିମ୍ ପାଇଁ ବେଶ୍ ଜଣାଶୁଣା। ବେଶ୍ୟାବୃତ୍ତି ଏଠାରେ ବେଆଇନ। କିନ୍ତୁ ଏହାକୁ ରୋକିବା ପାଇଁ ଏଠାରେ ସେମିତି କିଛି କଡ଼ା ଆଇନର ବ୍ୟବସ୍ଥା ନାହିଁ।

ସ୍ପେନ୍: ଏଠାରେ ଦେହ ବେପାର ଉପରେ କୌଣସି କଟକଣା ନାହିଁ। ଯେକୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଏହି ପେସାରେ ସାମିଲ ହୋଇପାରିବ। କିନ୍ତୁ ଯଦି କେହି କାହାକୁ ଜୋର କରି ଏଥିରେ ସାମିଲ  କରିବାକୁ ଚାହୁଁଥାଏ, ତା’ହେଲେ ତାଙ୍କୁ ଅପରାଧୀ ଭାବେ ଗଣନା କରାଯିବ।

ଥାଇଲାଣ୍ଡ: ସେକ୍ସ ଟୁରିଜିମ୍ ଭାବେ ଥାଇଲାଣ୍ଡ ବେଶ୍ ଜଣାଶୁଣା। ଭିଏତନାମ ଯୁଦ୍ଧ ପରେ ହିଁ ଥାଇଲାଣ୍ଡ ସେକ୍ସ ଟୁରିଜିମ୍‌ ପାଇଁ ପ୍ରସିଦ୍ଧ ହୋଇଗଲା। ଏଠାରେ ଦେହ ବ୍ୟବସାୟକୁ ସରକାର ଅନୁମତି ଦେଇଛନ୍ତି।

ବ୍ରାଜିଲ: ବ୍ରାଜିଲ ଓ ମେକ୍ସକୋ ଭଳି ଆମେରିକୀୟ ଦେଶଗୁଡ଼ିକରେ ଦେହ ବ୍ୟବସାୟକୁ ଅନୁମତି ମିଳିଛି। ତେବେ କେହି ଏଠାରେ ସେକ୍ସ ରାକେଟ୍ ଚଲାଇ ପାରିବେ ନାହିଁ।

china

ଚୀନ: ଏଠାରେ ଦେହ ବ୍ୟବସାୟ ବେଆଇନ। ଏହା ସତ୍ତ୍ୱେ ଦୁନିଆର ସବୁଠୁ ବଡ଼ ଦେହ ବଜାର ଏଠାରେ ରହିଛି। ଏଠାକାର ମସାଜ୍ ପାର୍ଲୋର, ବାର୍ ଓ ନାଇଟ୍ କ୍ଲବ୍‌ଗୁଡ଼ିକରେ ଦେହ ବ୍ୟବସାୟ ବେଧଡ଼କ ଚାଲେ।

ଦକ୍ଷିଣ କୋରିଆ: କଟକଣା ଓ କଡ଼ା ଆଇନ ସତ୍ତ୍ୱେ ଏଠାରେ ବେଧଡ଼କ ଦେହ ବ୍ୟବସାୟ ଚାଲେ। ସୂଚନା ମୁତାବକ ଦକ୍ଷିଣ କୋରିଆରେ ବର୍ଷକୁ ପ୍ରାୟ ୧୨-୧୩ ଆରବ ଡଲାରର ଦେହ ବେପାର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story