ଆଶ୍ଚର୍ଯ୍ୟ! ଏ ମନ୍ଦିରରେ ପାଣିରେ ଜଳୁଛି ଦୀପ

ବିଶ୍ୱାସ ଓ ଅନ୍ଧବିଶ୍ୱାସ ନେଇ ସବୁବେଳେ ଯୁକ୍ତିତର୍କ ହୋଇଥାଏ। କିଏ କହେ ଭଗବାନ ଅଛନ୍ତି, କିଏ କହେ ଭଗବାନ ନାହାନ୍ତି। କିନ୍ତୁ ଯେବେ ଆଖି ଆଗରେ ଆଶ୍ଚର୍ଯ୍ୟ ହେଲା ଭଳି ଘଟଣା ଘଟିଥାଏ ସେତେବେଳେ ଭାବିବା ପାଇଁ ବାଧ୍ୟ ହୋଇଥାନ୍ତି ସମସ୍ତେ। ସେତେବେଳେ ଯୁକ୍ତି କିଛି କାମ କରେ ନାହିଁ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶର ଏକ ମନ୍ଦିରରେ ଦେଖିବାକୁ ମିଳିଛି। ମନ୍ଦିରଟି ଶାଜାପୁର ଜିଲ୍ଲା କାଳୀସିନ୍ଧ ନଦୀ କୂଳରେ ନଲଖେଡ଼ ଗାଁରେ ଅଛି।  ମନ୍ଦିରଟି […]

Gadiyaghat-mandir,,,

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 01:05 PM IST

ବିଶ୍ୱାସ ଓ ଅନ୍ଧବିଶ୍ୱାସ ନେଇ ସବୁବେଳେ ଯୁକ୍ତିତର୍କ ହୋଇଥାଏ। କିଏ କହେ ଭଗବାନ ଅଛନ୍ତି, କିଏ କହେ ଭଗବାନ ନାହାନ୍ତି। କିନ୍ତୁ ଯେବେ ଆଖି ଆଗରେ ଆଶ୍ଚର୍ଯ୍ୟ ହେଲା ଭଳି ଘଟଣା ଘଟିଥାଏ ସେତେବେଳେ ଭାବିବା ପାଇଁ ବାଧ୍ୟ ହୋଇଥାନ୍ତି ସମସ୍ତେ। ସେତେବେଳେ ଯୁକ୍ତି କିଛି କାମ କରେ ନାହିଁ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶର ଏକ ମନ୍ଦିରରେ ଦେଖିବାକୁ ମିଳିଛି। ମନ୍ଦିରଟି ଶାଜାପୁର ଜିଲ୍ଲା କାଳୀସିନ୍ଧ ନଦୀ କୂଳରେ ନଲଖେଡ଼ ଗାଁରେ ଅଛି।  ମନ୍ଦିରଟି ଗାଡ଼ିଆଘାଟ ମାତା ନାମରେ ଜଣାଶୁଣା। ଏହି ମନ୍ଦିରରେ ମା’ଙ୍କ ନିକଟରେ ଲଗୁଥିବା ଦୀପ ଘିଅରେ ଜଳେ ନାହିଁ, ପାଣିରେ ଜଳେ।  ଆପଣକୁ ଏହା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟା  ଶହେ ପ୍ରତିଶତ ସତ। ଏହି ମନ୍ଦିରରେ ଦୀପ ଜାଳିବାକୁ ଘିଅ ଓ ତେଲର ଆବଶ୍ୟକତା ପଡ଼େ ନାହିଁ। ପାଣିରେ ହିଁ କାମ ଚଳିଯାଇଥାଏ। ଏହି ଚମତ୍କାର ଏବର ନୁହେଁ। ପାଞ୍ଚ ବର୍ଷ ହେଲାଣି ଏଠାରେ ପାଣିରେ ଦୀପ ଜଳୁଛି।  ଏହି ଚମତ୍କାରକୁ ଦେଖିବା ପାଇଁ  ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସିଥାନ୍ତି।

ମନ୍ଦିରର ପୂଜକ ସିଧୁ ସିଂହ କହିଛନ୍ତି,‘ପୂର୍ବରୁ ମନ୍ଦିରର ଦୀପ ଘିଅରେ ଜଳୁଥିଲା। କିନ୍ତୁ  ୫ ବର୍ଷ ହେବ ଏହା ପାଣିରେ ଜଳୁଛି।’

Related story