ଗୋଟିଏ ତାରିଖରେ ଜନ୍ମ ହୋଇଛନ୍ତି ସାରା ଗାଁର ଲୋକେ: ସତ ମଣିଷ ମିଛ ତାରିଖକୁ ନେଇ ପଢ଼ନ୍ତୁ ଏହି ରିପୋର୍ଟ

ଆହ୍ଲାବାଦ: ସାରା ଗାଁ ଲୋକଙ୍କ ଜନ୍ମ ନେଇଛନ୍ତି ଗୋଟିଏ ତାରିଖରେ। ପିଲାଠୁ ବୁଢା, ସମସ୍ତେ ଜନ୍ମ ହୋଇଛନ୍ତି ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ ତାରିଖରେ। ଏମିତିକ ଏକ ଖବର ଆସିବା ପରେ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶର କଞ୍ଜସା ଗାଁ।  ଏହି ଗାଁର ସମସ୍ତଙ୍କ ଆଧାରକାର୍ଡରେ ଜନ୍ମ ତାରିଖ ୧ ଜାନୁଆରୀ ଲେଖାଯାଇଛି। ୧୦ ହଜାର ଲୋକଙ୍କୁ ନେଇ ଏହି ଗାଁ।  ଆଧାରକାର୍ଡ ତିଆରି ପାଇଁ ଲାଗିଥିଲା ଲମ୍ବା ଲାଇନ୍‌। ତେବେ ଏହି ଲମ୍ବା ଲାଇନ୍‌ରେ ଲମ୍ବା ଭୂଲ୍‌ […]

adhra

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 01:31 PM IST

ଆହ୍ଲାବାଦ: ସାରା ଗାଁ ଲୋକଙ୍କ ଜନ୍ମ ନେଇଛନ୍ତି ଗୋଟିଏ ତାରିଖରେ। ପିଲାଠୁ ବୁଢା, ସମସ୍ତେ ଜନ୍ମ ହୋଇଛନ୍ତି ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ ତାରିଖରେ। ଏମିତିକ ଏକ ଖବର ଆସିବା ପରେ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶର କଞ୍ଜସା ଗାଁ।  ଏହି ଗାଁର ସମସ୍ତଙ୍କ ଆଧାରକାର୍ଡରେ ଜନ୍ମ ତାରିଖ ୧ ଜାନୁଆରୀ ଲେଖାଯାଇଛି। ୧୦ ହଜାର ଲୋକଙ୍କୁ ନେଇ ଏହି ଗାଁ।  ଆଧାରକାର୍ଡ ତିଆରି ପାଇଁ ଲାଗିଥିଲା ଲମ୍ବା ଲାଇନ୍‌। ତେବେ ଏହି ଲମ୍ବା ଲାଇନ୍‌ରେ ଲମ୍ବା ଭୂଲ୍‌ ବି ହୋଇଗଲା।

ଉତ୍ତରପ୍ରଦେଶ ସରକାର ସ୍କୁଲ ଯାଉଥିବା ପିଲାମାନଙ୍କ ସଂଖ୍ୟା ଜାଣିବା ପାଇଁ ସେମାନଙ୍କ ଆଧାରକାର୍ଡ ନମ୍ୱର ରେଜିଷ୍ଟ୍ରେସନ କରିବାକୁ ନିର୍ଦ୍ଦେଶ ଦେବା ପରେ ଆଧାର କାର୍ଡ ଭୁଲ୍‌ ସମ୍ପର୍କରେ ଜଣାପଡ଼ିଛି।

ଗାଁର ମୁଖିଆ କହିଛନ୍ତି,“ ଆମ ସମସ୍ତଙ୍କ ଆଧାର କାର୍ଡରେ ଭୁଲ ଜନ୍ମ ତାରିଖ ପଞ୍ଜିକରଣ ହୋଇଛି। ଖୁବଶୀଘ୍ର ନୂତନ ଆଧାରକାର୍ଡ କରାଯିବ।”

ରିପୋର୍ଟ ଓ ଫଟୋ- ନବଭାରତ ଟାଇମ୍ସ

Related story