୯୧ରେ ବ୍ରିଟେନ ରାଣୀ, ଭାରତ ସହ ଐତିହାସିକ ସମ୍ପର୍କର କିଛି ଝଲକ

ବ୍ରିଟେନ୍‌ ରାଣୀ କୁଇନ ଏଲିଜା ବେଥ୍ (୨)ଗତ ଶୁକ୍ରବାର ୯୧ ବର୍ଷରେ  ପଦାର୍ପଣ କରିଛନ୍ତି। ଏନେଇ ସେ ତାଙ୍କ ରାଜମହଲରେ (ବକିଙ୍ଗହାମ ପ୍ୟାଲେସ) ଜନ୍ମଦିନ ପାଳିଛନ୍ତି। ସେଠାକାର ରାଜକୀୟ ପରମ୍ପରା ଅନୁଯାୟୀ ତାଙ୍କୁ ୪୧ଟି ତୋପ ସଲାମି ଦିଆଯାଇଥିଲା। ହେଲେ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଗୋପନୀୟ ଥିଲା।  ତେବେ ରାଣୀ ଏଲିଜା ବେଥ୍‌ଙ୍କ ସହ ଭାରତ ମଧ୍ୟରେ ଅନେକ ଐତିହାସିକ ସମ୍ପର୍କ ଯୋଡ଼ି ହୋଇଛି। ଏହି ଅବସରରେ ସେହି କିଛି ସ୍ମରଣୀୟ ମୂହୁର୍ତ୍ତକୁ ନେଇ କିଛି ଝଲକ। ୧୯୮୩ […]

queen-p1

Rakesh Mallick
  • Published: Sunday, 23 April 2017
  • , Updated: 23 April 2017, 09:39 PM IST

ବ୍ରିଟେନ୍‌ ରାଣୀ କୁଇନ ଏଲିଜା ବେଥ୍ (୨)ଗତ ଶୁକ୍ରବାର ୯୧ ବର୍ଷରେ  ପଦାର୍ପଣ କରିଛନ୍ତି। ଏନେଇ ସେ ତାଙ୍କ ରାଜମହଲରେ (ବକିଙ୍ଗହାମ ପ୍ୟାଲେସ) ଜନ୍ମଦିନ ପାଳିଛନ୍ତି। ସେଠାକାର ରାଜକୀୟ ପରମ୍ପରା ଅନୁଯାୟୀ ତାଙ୍କୁ ୪୧ଟି ତୋପ ସଲାମି ଦିଆଯାଇଥିଲା। ହେଲେ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଗୋପନୀୟ ଥିଲା।  ତେବେ ରାଣୀ ଏଲିଜା ବେଥ୍‌ଙ୍କ ସହ ଭାରତ ମଧ୍ୟରେ ଅନେକ ଐତିହାସିକ ସମ୍ପର୍କ ଯୋଡ଼ି ହୋଇଛି। ଏହି ଅବସରରେ ସେହି କିଛି ସ୍ମରଣୀୟ ମୂହୁର୍ତ୍ତକୁ ନେଇ କିଛି ଝଲକ। ୧୯୮୩ ନଭେମ୍ବର ୭ ତାରିଖରେ ସେ ଭାରତ ଆସିଥିଲେ। ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥିଲେ। ରାଣୀ ତାଙ୍କ ତାଙ୍କ ସହ  କିଛି ଫଟୋ ଉଠାଇଥିଲେ।

 

ସେହି ନଭେମ୍ବର ୧୫ରେ ରାଷ୍ଟ୍ରପତି ଭବନରେ ଇନ୍ଦିରା ଗାନ୍ଧୀଙ୍କ ସହ ବାର୍ତ୍ତାଳାପର ଫଟୋ ମଧ୍ୟ ଏବେ ବି ତାଜା ହୋଇ ରହିଛି। ସେହିପରି ନେପାଳ ଗସ୍ତ ବେଳେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ତାଙ୍କୁ ପାଲାମ ବିମାନବନ୍ଦରରେ ସ୍ୱାଗତ କରୁଥିବାର ଦୃଶ୍ୟ ଏବେବି ହିନ୍ଦୁସ୍ଥାନ ଟାଇମ୍‌ସ ଗ୍ୟାଲେରିରେ ତାଜା ହୋଇ ରହିଛି। ୧୯୯୭ରେ ପୁଣି ଥରେ ରାଣୀ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ ନୂଆଦିଲ୍ଲୀର ରାଜଘାଟରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏପରି ସେ କେତେବେଳେ ମଦର ତେରେଷାତ’ କେକେତେବେଳେ ପୂର୍ବତନ ରାଷ୍ଟ୍ରପତି କେ.ଆର. ନାରାୟନନଙ୍କୁ ଭେଟିବାର ଦୃଶ୍ୟ କ୍ୟାମେରାରେ କୟେଦ ହୋଇ ରହିଛି।

ସୌଜନ୍ୟ ହିନ୍ଦୁସ୍ତାନ ଟାଇମ୍‌ସ

Related story