ବାହୁବଳୀର ଅର୍ଥନୀତି: ପ୍ରଯୋଜକଙ୍କ ରାଜକୋଷରୁ କିଏ ନେଇଛନ୍ତି କେତେ ?

ସାରା ଦେଶରେ ଧୁମ୍ ମଚାଉଛି ବାହୁବଳୀ। ବଲିଉଡ଼ର ତିନି ଖାନ୍‌ଙ୍କ ରେକର୍ଡ଼ ଭାଙ୍ଗି ବକ୍ସ ଅଫିସରେ ଚହଳ ପକାଇଛି ଏହି ଫିଲ୍ମ। କିନ୍ତୁ ଜାଣିଛନ୍ତି କି ବାହୁବଳୀ ଫିଲ୍ମର ଷ୍ଟାରକାଷ୍ଟ ପାଉଣା ବାବଦରେ କେତେ ଟଙ୍କା ନେଉଛନ୍ତି। ବାହୁବଳୀ-ପ୍ରଭାସ: ବାହୁବଳୀ ସିରିଜରେ ବାହୁବଳୀ ଭୂମିକାରେ ଅଭିନୟ କରିଥିବା ପ୍ରଭାସଙ୍କ ଫିସ୍ ଜାଣିଲେ ଆପଣ ଚକିତ ହୋଇଯିବେ।  ସାଉଥର ଏହି ହ୍ୟାଣ୍ଡସମ୍‌ ଷ୍ଟାର ବାହୁବଳୀ ଫିଲ୍ମ ବାବଦକୁ ପ୍ରାୟ ୨୫ କୋଟି ଟଙ୍କା ନେଇଛନ୍ତି। ଯାହାକି କୌଣସି ବଲିଉଡ଼ […]

bahubali

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 10:09 PM IST

ସାରା ଦେଶରେ ଧୁମ୍ ମଚାଉଛି ବାହୁବଳୀ। ବଲିଉଡ଼ର ତିନି ଖାନ୍‌ଙ୍କ ରେକର୍ଡ଼ ଭାଙ୍ଗି ବକ୍ସ ଅଫିସରେ ଚହଳ ପକାଇଛି ଏହି ଫିଲ୍ମ। କିନ୍ତୁ ଜାଣିଛନ୍ତି କି ବାହୁବଳୀ ଫିଲ୍ମର ଷ୍ଟାରକାଷ୍ଟ ପାଉଣା ବାବଦରେ କେତେ ଟଙ୍କା ନେଉଛନ୍ତି।

ବାହୁବଳୀ-ପ୍ରଭାସ: ବାହୁବଳୀ ସିରିଜରେ ବାହୁବଳୀ ଭୂମିକାରେ ଅଭିନୟ କରିଥିବା ପ୍ରଭାସଙ୍କ ଫିସ୍ ଜାଣିଲେ ଆପଣ ଚକିତ ହୋଇଯିବେ।  ସାଉଥର ଏହି ହ୍ୟାଣ୍ଡସମ୍‌ ଷ୍ଟାର ବାହୁବଳୀ ଫିଲ୍ମ ବାବଦକୁ ପ୍ରାୟ ୨୫ କୋଟି ଟଙ୍କା ନେଇଛନ୍ତି। ଯାହାକି କୌଣସି ବଲିଉଡ଼ ଅଭିନେତାଙ୍କ ଫିସ୍‌ ଠାରୁ ଢେର ଅଧିକ।

ଭଲ୍ଲାଲଦେବ-ରାଣା: ବାହୁବଳୀ ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ରାଣା ଫିଲ୍ମଟିରେ ଜବରଦସ୍ତ ଅଭିନୟ କରିଛନ୍ତି। ବାହୁବଳୀ ଫିଲ୍ମରେ ଅଭିନୟ କରିବା ବାବଦକୁ ସେ ୧୫ କୋଟି ଟଙ୍କା ପାଉଣା ନେଇଛନ୍ତି।

ଦେବସେନା-ଅନୁଷ୍କା: ବାହୁବଳୀର ପ୍ରଥମ ଭାଗରେ କମ ସମୟ ପାଇଁ ନଜରକୁ ଆସିଥିବା ଅନୁଷ୍କା କିନ୍ତୁ ଦ୍ୱିତୀୟ ଭାଗରେ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କ ମନ ମୋହିଛନ୍ତି। ଏଥିରେ ଅମରେନ୍ଦ୍ର ବାହୁବଳୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିବା ଅନୁଷ୍କା ପାଉଣା ବାବଦକୁ ୫କୋଟି ଟଙ୍କା ନେଇଛନ୍ତି।

କଟ୍ଟପା-ସତ୍ୟରାଜ: କଟ୍ଟପା ବାହୁବଳୀକୁ କାହିଁକି ମାରିଲା। ବାହୁବଳୀର-୨ ରିଲିଜ୍ ହେବା ଯାଏଁ ଏହି ପ୍ରଶ୍ନ କଟ୍ଟପାର ନାଁ କୁ ଦର୍ଶକଙ୍କ ମନରୁ ଲିଭିବାକୁ ଦେଇ ନଥିଲା। ପୂର୍ବରୁ ବଲିଉଡ଼ରେ ମଧ୍ୟ ଅଭିନୟ କରିଥିବା ଏହି ତେଲୁଗୁ ଷ୍ଟାର ବାହୁବଳୀ ଫିଲ୍ମ ବାବଦକୁ ୨କୋଟି ଟଙ୍କା ନେଇଛନ୍ତି।

ଅବନ୍ତିକା-ତମନ୍ନା: ବାହୁବଳୀର ପ୍ରଥମ ଭାଗରେ ଚତ୍ମକାର ଅଭିନୟ କରିଥିବା ତମନ୍ନା ନିଜ ରୂପ ଯାଦୁରେ ଦର୍ଶକଙ୍କ ବେଶ ମନୋରଞ୍ଜନ କରିଥିଲେ। ଦ୍ୱିତୀୟ ଭାଗରେ ତମନ୍ନାଙ୍କ ବେଶି ରୋଲ ନଥିଲେ ମଧ୍ୟ ଦୁଇଟି ଫିଲ୍ମ ବାବଦକୁ ସେ ନେଇଛନ୍ତି ୫କୋଟି ଟଙ୍କା।

ଶିବଗାମୀ ଦେବୀ-ରମ୍ୟା କୃଷ୍ଣା: ଫିଲ୍ମ ବାହୁବଳୀରେ ରାଜମାତା ରୋଲ କରି ଦର୍ଶକଙ୍କ ମନକୁ ଛୁଇଁଥିବା କୃଷ୍ଣା ୨.୫ କୋଟି ଟଙ୍କା ନେଇଛନ୍ତି ଫିଲ୍ମ ପାଇଁ।

Related story