ମହାଭାରତ ପରେ ଖିନଭିନ୍ ହୋଇଥିଲା ଭାରତ: ପଢିଲେ ମନ ଥରିଯିବ

ପୂର୍ବରୁ  ଆପଣ ପଢିଥିଲେ ଯେ, ମହାଭାରତ ଯୁଦ୍ଧ କିପରି ତିନି ପିଢିକୁ ସମୂଳେ ବିନାଶ କରିଥିଲା। ଯୁବା  ଅବସ୍ଥାରେ ଲକ୍ଷ ଲକ୍ଷ ମହିଳା ବିଧବା ହୋଇଥିଲେ। ଭାରତରେ ପୁରୁଷ ସଙ୍କଟ ଉପୁଜିଥିଲା। ଅର୍ଥାତ ଲକ୍ଷ ଲକ୍ଷ ଯୁବତୀଙ୍କ ବିବାହ ପାଇଁ ସମକକ୍ଷ ବର ମିଳିଲେନି। ଏକ ବଡ ଧର୍ମସଙ୍କଟର ସ୍ଥିତି ଦେଖା ଦେଲା । ସମାଜର ନେତୃତ୍ୱ ନେଲା ଭଳି ସେମିତି କେହି ବୀର ନ ଥିଲେ। ରାଜ୍ୟ ଗୁଡିକ ସବୁ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା।। କୁହାଯାଏ […]

bharat-1

Rakesh Mallick
  • Published: Monday, 05 June 2017
  • , Updated: 06 June 2017, 06:22 PM IST

ପୂର୍ବରୁ  ଆପଣ ପଢିଥିଲେ ଯେ, ମହାଭାରତ ଯୁଦ୍ଧ କିପରି ତିନି ପିଢିକୁ ସମୂଳେ ବିନାଶ କରିଥିଲା। ଯୁବା  ଅବସ୍ଥାରେ ଲକ୍ଷ ଲକ୍ଷ ମହିଳା ବିଧବା ହୋଇଥିଲେ। ଭାରତରେ ପୁରୁଷ ସଙ୍କଟ ଉପୁଜିଥିଲା। ଅର୍ଥାତ ଲକ୍ଷ ଲକ୍ଷ ଯୁବତୀଙ୍କ ବିବାହ ପାଇଁ ସମକକ୍ଷ ବର ମିଳିଲେନି। ଏକ ବଡ ଧର୍ମସଙ୍କଟର ସ୍ଥିତି ଦେଖା ଦେଲା । ସମାଜର ନେତୃତ୍ୱ ନେଲା ଭଳି ସେମିତି କେହି ବୀର ନ ଥିଲେ। ରାଜ୍ୟ ଗୁଡିକ ସବୁ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା।। କୁହାଯାଏ ଏହି ଯୁଦ୍ଧର ପରିମାଣସୂରୁପ ଭାରତରେ ବୈଦିକ ଧର୍ମ, ସମାଜ ଓ ସଂସ୍କୃତି ଏବଂ ସଭ୍ୟତାର  ପତ୍ତନ ହୋଇଗଲା । ଏହି ଯୁଦ୍ଧ ପରେ ଅଖଣ୍ଡ ଭାରତ ବିଖଣ୍ଡିତ ହେବାରେ ଲାଗିଲା।  ବହୁଧର୍ମୀ ଓ ବହୁ ସଂସ୍କୃତି ରାଷ୍ଟ୍ରରେ ପରିଣତ ହେବାକୁ ଲାଗିଲା।  ଏ ସମ୍ପର୍କରେ ଆସନ୍ତୁ କିଛି ତଥ୍ୟ ଜାଣିବା।

୧-ଯୁଦ୍ଧ ପରେ ଯୁଦ୍ଧିଷ୍ଟିର ସମ୍ପୂର୍ଣ୍ଣ ଭାରତର ରାଜା ହୋଇଥିଲେ ସତ ହେଲେ ହାତରେ ଆଉ କିଛି ନ ଥିଲା। ପାଣ୍ଡବମାନଙ୍କର ଆଉ ରାଜ୍ୟ ଶାସନର ଇଚ୍ଛା ରହିଲା ନାହିଁ। ସମସ୍ତଙ୍କ ମନରେ ବୈରାଗ୍ୟ ଭାବ ଆସିଯାଇଥିଲା।  ସେମାନେ ଆଉ  ଶାସନ କରିବାକୁ ଚାହିଁଲେ ନାହିଁ । ଦେଖୁ ଦେଖୁ ଯୁଦ୍ଧିଷ୍ଠିର ପରିକ୍ଷୀତଙ୍କୁ ରାଜ ସିଂହାସନ ସମର୍ପି ଦେଇ ନିଜେ ଅନ୍ତିମ ଯାତ୍ରାରେ ହିମାଳୟ ଆଡକୁ ଚାଲିଯାଇଥିଲେ । ତାଙ୍କ ସହ ୪ ଭାଇ ଓ ଦ୍ରୌପଦି ମଧ୍ୟ ଯାଇଥିଲେ । ତାଙ୍କ ଆଗରୁ ଧୃତରାଷ୍ଟ୍ର  ଏବଂ ଗାନ୍ଧାରୀ ହିମାଳୟ ଚାଲିଯାଇଥିଲେ। ସେଠାରେ ସମସ୍ତଙ୍କର ଅନ୍ତ ହୋଇଥିଲା ।

୨-ମହାଭାରତ ଯୁଦ୍ଧ ପାଇଁ ଦେଶ ବରବାଦ୍ ହୋଇଯାଇଥିଲା । ଏହି ଯୁଦ୍ଧ ପୂରା ଆର୍ଯ୍ୟାବର୍ତ୍ତକୁ ଖଣ୍ଡ ଖଣ୍ଡ କରି ଦେଇଥିଲା। ଦେଶ ଟୁକୁଡା ଟୁକୁଡା ହୋଇ ଗଲା । ଶହଶହ ବର୍ଷ ପାଇଁ  ସବୁଠି ନୀରବ ନିଶ୍ଚଳ ହୋଇଗଲା। ଲୋକମାନେ ନିଜ ନିଜ ଶୈଳୀରେ ଜୀବନ ଜିଇଁବାକୁ ଲାଗିଲେ। ପୌରାଣିକ ଧର୍ମ ସହ ଅନେକ ଧର୍ମର ଉତ୍‌ଥାନ ହେବାକୁ ଲାଗିଲା।

୩-ପରେ ବିଦେଶୀମାନେ ଭାରତକୁ ପ୍ରବେଶ କଲେ। ଆକ୍ରମଣ କଲେ ଲୁଟିଲେ।  ଯବନ, କୁଷାଣ, ଶକ ଏବଂ  ହୁଣଙ୍କ  ଆକ୍ରମଣତ  ବହୁତ ପରେ ହୋଇଥିଲା।  ହେଲେ ତା’ ପୂର୍ବରୁ ଆରବ, ତୁର୍କୀ, ଇଜିପ୍ଟି, ମାଲେସିଆ, ଇଣ୍ଡୋନେସିଆ , ଚୀନ , ଋଷିଆ ଆଦି ରାଷ୍ଟ୍ର ଆସି ଭାରତରେ ଆସି ରହିବାକୁ ଲାଗିଲେ।

ଧର୍ମର ଏକ ନୂଆ  ନୂଆ ମାର୍ଗ ଖୋଲିବାକୁ ଲାଗିଲା।  ନୂଆ ନୂଆ ସଂସ୍କୃତି ଗଢି ଉଠିଲା। ତେବେ ହିନ୍ଦୁ ଏବଂ ଜୈନ ସନ୍ଥମାନେ ୟୁରୋପ, ଋଷିଆ ଏବଂ ଆରବ, ସିରିଆ ଯାଇ କିପରି ଧର୍ମର ପ୍ରଚାର କରିଥିଲେ ସେ ସମ୍ପର୍କରେ  କେଉଁଠି ବର୍ଣ୍ଣନା ନାହିଁ।

୪-ମହାଭାରତ ପରେ ଧର୍ମର କେନ୍ଦ୍ରସ୍ଥଳୀ ତକ୍ଷଶିଳା(ପେଶାୱାର)ରୁ ହଟି ମଗଧର ପାଟଳିପୁତ୍ରକୁ ଚାଲି ଆସିଥିଲା। ଯାହା ପରେ ବିପଦରେ ସମ୍ମୁଖୀନ ହୋଇଥିଲା। ଗର୍ଗ ସହିଂତାରେ ମହାଭାରତର  ପରର ଘଟଣା ଉଲ୍ଲେଖ ରହିଛି। । ଅଯୋଧ୍ୟା କୂଳରେ ମନୁଙ୍କ ୯୪ ପିଢିର ବୃହଦ୍ରଥ ରାଜା ହେଲେ ।  ସେମାନଙ୍କ ବଂଶର ରାଜା କ୍ରମଶଃ ସୋମାଧି, ଶ୍ରୁତଶାବ, ଅୟୁତାୟୁ, ନିର୍ମିତ୍ରା , ବୃହତ୍କର୍ମନ, ସେନାଜିତ, ମହାସେନ, ସୁମତି, ଅଚଳ, ସୁନେତ୍ର ଆଦି ରାଜା ହୋଇଥିଲେ।

୫-ବୃହଦରଥ ( ଜରାସନ୍ଧ) ବଂଶର ରାଜା  ଖ୍ରୀଷ୍ଟପୂର୍ବ ୩୨୩୩ରୁ ଖ୍ରୀଷ୍ଟପୂର୍ବ ୨୦୧୧ ପର୍ଯ୍ୟନ୍ତ ଚାଲିଥିଲା। ଶତ୍ରୁଞ୍ଜୟଙ୍କ ସମୟରେ ଶ୍ରାକୃଷ୍ଣ ବଂଶୀ ବ୍ରଜନାମର ରାଜ୍ୟ ଚାଲିଲା। ପରେ ଯାଦବଙ୍କ ବଂଶ , ମଗଧ, ବିଦର୍ଭ, ଗୌଁଣ୍ଡଲ , ଜୈସଲମେର, କରୌଲି, କାଠିୟାବାଡ, ସତାରା, ଦକ୍ଷିଣ, ମଥୁରା,ପାଣ୍ଡ୍ୟଦେଶ ଆଦି ରାଜ୍ୟ ଆସିଲା।

୬- ମହାଭାରତ  ପରେ କୁରୁବଂଶର ଅନ୍ତିମ ରାଜା ନିଚକ୍ଷୁ ଥିଲେ ।  ପୁରାଣ ଅନୁସାରେ ହସ୍ତିନାପୁର ରାଜା ନିଚକ୍ଷୁ ( ପରିକ୍ଷିତଙ୍କ ବଂଶଧର, ଯୁଧିଷ୍ଠିରଙ୍କ ସପ୍ତମ ପିଢି ଥିଲେ)।  ହସ୍ତିନା ପୁରର ଗଙ୍ଗାରେ ବୋହି ଗଲା ପରେ ନିଜ ରାଜଧାନୀ ବତ୍ସ ଦେଶର କୌଶଂଭୀ ନଗରୀ କୁ ଉଠାଇ ଅଣିଲେ।  ଏହି ବଂଶର ୨୬ ପିଢିର ସମୟରେ କୌଶଂଭୀର ରାଜା ଉଦୟନ ଥିଲେ।  ଏ ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ସୌଜନ୍ୟ: ୱେବ ଦୁନିଆ

Related story