ଭଙ୍ଗା ଗଛରେ ୪୦ ଫୁଟ୍‌ର ପୋଲ ତିଆରି କରି ହୃଦୟ ଜିତିଥିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ସୀମାରେ ସୁରକ୍ଷା ହେଉ ଅବା ଦେଶ ପାଇଁ ଜୀବନ ଦେବା, ସବୁଠି ଭାରତୀୟ ଯବାନ ଉଦାହରଣ ସୃଷ୍ଟି କରିଛନ୍ତି। ବହୁ ସମୟରେ ଭାରତୀୟ ଯବାନମାନେ ଏମିତି କାମ କରି ଦେଖାଇଛନ୍ତି ଯାହାକୁ ସାରା ବିଶ୍ୱ ସାଲ୍ୟୁଟ୍‌ ମାରିଛି। ୧୯୨୪ ମସିହାରେ କେରଳରେ ହୋଇଥିବା ବଡ଼ ଧରଣର ବନ୍ୟାରେ ଭାରତୀୟ ଯବାନମାନେ ଏପରି କିଛି କାମ କରି ଦେଖାଇଥିଲେ, ଯାହା ସମସ୍ତଙ୍କୁ ଗର୍ବିତ କରିଥିଲା। ଏହି ବନ୍ୟାରେ ବହୁ ଲୋକ ନିଜ ସମ୍ପର୍କୀୟଙ୍କୁ ହରାଇ ଥିଲେ। ହଜାର […]

bridge

Ordigital Desk
  • Published: Tuesday, 14 August 2018
  • , Updated: 14 August 2018, 02:13 PM IST

ନୂଆଦିଲ୍ଲୀ: ସୀମାରେ ସୁରକ୍ଷା ହେଉ ଅବା ଦେଶ ପାଇଁ ଜୀବନ ଦେବା, ସବୁଠି ଭାରତୀୟ ଯବାନ ଉଦାହରଣ ସୃଷ୍ଟି କରିଛନ୍ତି। ବହୁ ସମୟରେ ଭାରତୀୟ ଯବାନମାନେ ଏମିତି କାମ କରି ଦେଖାଇଛନ୍ତି ଯାହାକୁ ସାରା ବିଶ୍ୱ ସାଲ୍ୟୁଟ୍‌ ମାରିଛି।

୧୯୨୪ ମସିହାରେ କେରଳରେ ହୋଇଥିବା ବଡ଼ ଧରଣର ବନ୍ୟାରେ ଭାରତୀୟ ଯବାନମାନେ ଏପରି କିଛି କାମ କରି ଦେଖାଇଥିଲେ, ଯାହା ସମସ୍ତଙ୍କୁ ଗର୍ବିତ କରିଥିଲା।

ଏହି ବନ୍ୟାରେ ବହୁ ଲୋକ ନିଜ ସମ୍ପର୍କୀୟଙ୍କୁ ହରାଇ ଥିଲେ। ହଜାର ହଜାର ଘର ଭାଙ୍ଗି ଯାଇଥିଲା। ଏହି ସମୟରେ କେରଳରେ ପହଞ୍ଚିଥିଲେ ଭାରତୀୟ ଯବାନ। କାଳ ବିଳମ୍ବ ନକରି ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।

ଯବାନମାନେ ଯେତେବେଳେ ମଲାପୁରମ୍‌ ଜିଲ୍ଲାରେ ପହଞ୍ଚି ଥିଲେ, ଦେଖିଥିଲେ ବନ୍ୟା ଯୋଗୁ ଏକ ରାସ୍ତା ଧୋଇ ଯାଇଥିଲା। ରାସ୍ତା ଆରପଟେ ଥିବା ଲୋକମାନେ ଜଳବନ୍ଦୀ ଭାବେ ଜୀବନ ବିତାଉଥିଲେ।

ଏହି ସମୟରେ ଯବାନମାନେ ବନ୍ୟାରେ ଭାଙ୍ଗି ଯାଇଥିବା ଗଛ ଏକାଠି କରିବାକୁ ଲାଗିଥିଲେ। ଏହାପରେ ସେନାର ଇଂଜିନିୟରଙ୍କ ନିର୍ଦ୍ଦେଶ ଅନୁସାରେ ଉକ୍ତ ଗଛକୁ ପକାଯାଇ ଲୋକମାନଙ୍କ ପାଇଁ ପୋଲ ତିଆରି କରାଯାଇଥିଲା।

ଯବାନମାନଙ୍କ ସହ ବାୟୁ ସେନା ଓ ଏନଡିଆରଏଫ୍‌ ଯବାନମାନେ କେରଳରେ ପହଞ୍ଚି ଲୋକମାନଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ।

Related story