ଦୟନୀୟ ଅବସ୍ଥାରେ ଶୈଶବ: ଭାରତର ଅବହେଳିତ ଭବିଷ୍ୟ ସମ୍ପର୍କରେ ଜାଣିବାକୁ କ୍ଲିକ କରନ୍ତୁ

ଭାରତରେ ଶିଶୁଙ୍କ ସ୍ଥିତି ଅତି ଦୟନୀୟ। ପ୍ରତିବର୍ଷ ଅପପୃଷ୍ଟିରେ ୧୦ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି। ୧୦ କୋଟିରୁ ଅଧିକ ଶିଶୁଙ୍କ ଭାଗ୍ୟରେ ଏବେ ବି ସ୍କୁଲ ଯିବାର ସୌଭାଗ୍ୟ ଜୁଟିନି। ସମାଜିକ ଓ ଅନୈତିକ ସମର୍ଥନ ଅଭାବରୁ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି। ଏହା ଆମେ କହୁନାହୁଁ। ‘ସେଭ୍ ଡି ଚିଲଡ୍ରେନ୍‌’ ଦ୍ୱାରା କରାଯାଇଥିବା ସର୍ଭେର ରିପୋର୍ଟ କହୁଛି। ‘ସେଭ୍ ଡି ଚିଲଡ୍ରେନ୍‌’ ବିଶ୍ୱର କିଛି ଦେଶର ତାଲିକା […]

child

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 12:04 PM IST

ଭାରତରେ ଶିଶୁଙ୍କ ସ୍ଥିତି ଅତି ଦୟନୀୟ। ପ୍ରତିବର୍ଷ ଅପପୃଷ୍ଟିରେ ୧୦ ଲକ୍ଷରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି। ୧୦ କୋଟିରୁ ଅଧିକ ଶିଶୁଙ୍କ ଭାଗ୍ୟରେ ଏବେ ବି ସ୍କୁଲ ଯିବାର ସୌଭାଗ୍ୟ ଜୁଟିନି। ସମାଜିକ ଓ ଅନୈତିକ ସମର୍ଥନ ଅଭାବରୁ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି। ଏହା ଆମେ କହୁନାହୁଁ। ‘ସେଭ୍ ଡି ଚିଲଡ୍ରେନ୍‌’ ଦ୍ୱାରା କରାଯାଇଥିବା ସର୍ଭେର ରିପୋର୍ଟ କହୁଛି।

‘ସେଭ୍ ଡି ଚିଲଡ୍ରେନ୍‌’ ବିଶ୍ୱର କିଛି ଦେଶର ତାଲିକା ପ୍ରକାଶ କରାଯାଇଛି। ଏଥିରେ ଭାରତରେ ଶିଶୁମାନଙ୍କ ସ୍ଥିତିକୁ ଏପରି ଜାହିର କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଡଶୀ ରାଷ୍ଟ୍ର ମିଆଁମାର, ଭୁଟାନ, ଶ୍ରୀଲଙ୍କା ଓ ମାଳଦୀପକୁ ପଛରେ ପକାଇ ଭାରତ ଏହି ତାଲିକାର ୧୧୬ ତମ ସ୍ଥାନରେ ରହିଛି।

ଶିଶୁ ସ୍ୱାସ୍ଥ୍ୟ, ଶିକ୍ଷା, ବାଧ୍ୟବାଧକତା, ବିବାହ, ଜନ୍ମ, ହିଂସା ସହ ଆଠଟି ପ୍ରଦର୍ଶନକୁ ଆଧାର କରି ଏହି ତାଲିକା ପ୍ରକାଶ ପାଇଛି।

ଚୀନରୁ ଆଗରେ ଭାରତ: ଜନସଂଖ୍ୟା ତୁଳନାରେ ପୋଡଶୀ ଚୀନ ଭାରତରୁ ଆଗରେ ରହିଛି। ମାତ୍ର ଶିଶୁସଂଖ୍ୟାରେ ଭାରତ ଚୀନକୁ ପଛରେ ପକାଇ ଦେଇଛି। ଏକ ରିପୋର୍ଟ ଅନୁସାରେ ଗତ ୪ ବର୍ଷ ମଧ୍ୟରେ ବିଶ୍ୱରେ ଥିବା ଶିଶୁଙ୍କ ସଂଖ୍ୟାର ୨୦ ପ୍ରତିଶତ କେବଳ ଭାରତରେ ଅଛନ୍ତି।

୪ରୁ ଜଣଙ୍କ ଭାଗ୍ୟରେ ନାହିଁ ଶିକ୍ଷା: ପ୍ରତି ୪ ଜଣ ପିଲାରେ ଜଣେ ପିଲା ସ୍କୁଲ ଯାଇପାରୁନାହିଁ। ୨୦୧୧ ଜନଗଣନାରେ ଶିଶୁଙ୍କ ସ୍ଥିତି ଯାହା ଥିଲା ସେଥିରେ ସୁଧାର ଆସିବା ବଦଳରେ ଅଧିକ ଜଟିଳ ହୋଇଯାଇଛି। ଦେଶରେ ବହୁତ ଏମିତି ପିଲା ଅଛନ୍ତି ପାରିବାରିକ କାରଣ ଓ ଆର୍ଥିକ ଅନଟନ ପାଇଁ ସ୍କୁଲ ଯାଇ ପାରୁନାହାନ୍ତି। ଏକ କୋଟିରୁ ଅଧିକ ଶିଶୁ ଅଛନ୍ତି ଯେଉଁମାନଙ୍କୁ ସ୍କୁଲ ଯିବା ସହ କାମ କରିବାକୁ ପଡୁଛି। ୨/୩ କୋଟିରୁ ଅଧିକ ୬ବର୍ଷ ପର୍ଯ୍ୟନ୍ତ ଶିଶୁ ଅପପୁଷ୍ଟର  ଓ କମ ଓଜନର ଶିକାର ହୋଇଛନ୍ତି।

ଶିଶୁ ଶ୍ରମିକ ଜଟିଳ ସ୍ଥିତିରେ: ଶିଶୁ ଶ୍ରମିକଙ୍କ କଥା ନ କହିବା ଭଲ। ୨୦୧୧ ଜନଗଣନା ଅନୁସାରେ ଦେଶରେ ୫ରୁ ୧୪ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁ ଶ୍ରମିକଙ୍କ ସଂଖ୍ୟା ୧ କୋଟିରୁ ଅଧିକ ଥିଲା। ଯାହା ଏବେ ଆହୁରି ବଢି ଯାଇଛି। ଦେଶରେ ୫ରୁ ୧୮ବର୍ଷ ମଧ୍ୟରେ ୩ରୁ ୩୦ କୋଟି ପର୍ଯ୍ୟନ୍ତ ପିଲା ମଜୁରୀ କରୁଛନ୍ତି।

ଅପରାଧ: ଦେଶରେ କେବଳ ଶିଶୁମାନେ ଅବହେଳିତ ହୋଇ ରହି ନାହାନ୍ତି। ସେମାନଙ୍କ ଉପରେ ଅତ୍ୟାଚାର ଓ ନିର୍ଯାତନା ମଧ୍ୟ ବଢିବାରେ ଲାଗିଛି। ଶୁଶୁ ଅପହରଣ କଥା ଏଠାରେ ନ କହିବା ଭଲ ପ୍ରତି ୮ ଜଣରେ ଜଣେ ଶିଶୁ ଏଠାରେ ଅପହରଣର ଶିକାର ହୋଇଥାଏ। ସରକାରୀ ତଥ୍ୟ ଅନୁଯାୟୀ ଗତ ଏକ ଦଶନ୍ଧିରେ ଶିଶୁମାନଙ୍କ ପ୍ରତି ଅପରାଧ ୫ଗୁଣ ବୃଦ୍ଧି ପାଇଛି।

Related story