ଯୁବତୀଙ୍କୁ ବଂଚାଇବାକୁ ଟ୍ରେନ୍‌ ଲାଇନ୍‌ ଉପରକୁ ଡେଇଁ ପଡିଲେ ଯୁବକ :ତା’ପରେ କ’ଣ ହେଲା

ନ୍ୟୁୟର୍କ:  ବିଦେଶରେ ଜଣେ ଭାରତୀୟଙ୍କ ମହାନତା । ନିଜ ଜୀବନକୁ  ବାଜି ଲାଗାଇ ସହଯୋଗୀଙ୍କ ଜୀବନ ବଞ୍ଚାଇଦେଲେ ସେ । ହେଲେ ଅନ୍ୟ ଜଣକ ପାଇଁ ସୌଭାଗ୍ୟର କାରଣ ସାଜିଥିବା ଏହି ଭାରତୀୟ କିନ୍ତୁ ନିଜେ ଦୁର୍ଭାଗ୍ୟ ଜାଲରେ ଛନ୍ଦି ହୋଇ ପଡ଼ିଲେ। ମଉକା ଦେଖି କେହି  ଦୃର୍ବୃତ୍ତ ତାଙ୍କୁ ଲୁଟିଦେଲା । ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଗତ ଶୁକ୍ରବାର ନ୍ୟୁୟର୍କରେ ଘଟିଛି। ଘଟଣାଟି ଏମିତି। ଅନିଲ ଭନ୍‌ଭାଲି ନାମକ ଜଣେ ଭାରତୀୟ ଯୁବକ ନ୍ୟୁୟର୍କରେ […]

usa-1

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 07:13 PM IST

ନ୍ୟୁୟର୍କ:  ବିଦେଶରେ ଜଣେ ଭାରତୀୟଙ୍କ ମହାନତା । ନିଜ ଜୀବନକୁ  ବାଜି ଲାଗାଇ ସହଯୋଗୀଙ୍କ ଜୀବନ ବଞ୍ଚାଇଦେଲେ ସେ । ହେଲେ ଅନ୍ୟ ଜଣକ ପାଇଁ ସୌଭାଗ୍ୟର କାରଣ ସାଜିଥିବା ଏହି ଭାରତୀୟ କିନ୍ତୁ ନିଜେ ଦୁର୍ଭାଗ୍ୟ ଜାଲରେ ଛନ୍ଦି ହୋଇ ପଡ଼ିଲେ। ମଉକା ଦେଖି କେହି  ଦୃର୍ବୃତ୍ତ ତାଙ୍କୁ ଲୁଟିଦେଲା । ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଗତ ଶୁକ୍ରବାର ନ୍ୟୁୟର୍କରେ ଘଟିଛି।

ଘଟଣାଟି ଏମିତି। ଅନିଲ ଭନ୍‌ଭାଲି ନାମକ ଜଣେ ଭାରତୀୟ ଯୁବକ ନ୍ୟୁୟର୍କରେ ଡାଟା ଆଡିମିନିଷ୍ଟ୍ରେଟର ଭାବେ ଚାକିରୀ କରୁଛନ୍ତି। ଗତ ଶୁକ୍ରବାର  ଅନିଲ ମନ୍‌ହାଟ୍ଟନ୍ ଯିବା ପାଇଁ ଏଡିସନ ରେଲୱେ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସାଙ୍ଗରେ ତାଙ୍କ ସହକର୍ମୀ ମାଧୁରୀ ରିଚେରାଲ୍‌ ଥିଲେ।  ହେଲେ କୌଣସି କାରଣରୁ ମାଧୁରୀ ପ୍ଲାଟଫର୍ମ ତଳକୁ ଖସି ପଡ଼ି‌ଥିଲେ।

ସେତେବେଳକୁ ସେହି ଟ୍ରାକ୍‌ରେ ଟ୍ରେନ୍‌ ଆସୁଥିଲା। ଆଉ ମାତ୍ର ଅନିତି ଦୂରରେ ଟ୍ରେନଟି ଥିଲା ବେଳେ ଯୁବତୀ ଜଣଙ୍କୁ  ବଞ୍ଚାଇବା ପାଇଁ ଅନିଲ ଉଦ୍ୟମ କରିଥିଲେ। ସଙ୍ଗେ ସେଙ୍ଗେ ଅନିଲ ତାଙ୍କ କାନ୍ଧରେ  ଥିବା ଲଗେଜ୍‌କୁ ସେଠାରେ  ରଖି ପ୍ଲାଟଫର୍ମ ତଳକୁ ଡେଇଁ ପଡ଼ିଥିଲେ। ଅନିଲଙ୍କ ଯୋଗୁ ଯୁବତୀ ଜଣକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। କିନ୍ତୁ ଅନିଲ ପ୍ଲାଟଫର୍ମରେ ରଖିଥିବା ବ୍ୟାଗ୍‌ଟିକୁ କିଏ ଲୁଟ୍‌ କରି ନେଇଥିଲା। ବ୍ୟାଗ୍‌ରେ ୨୦୦ ଡଲାର କ୍ୟାସ ଥିବା ବେଳେ ଲାପ୍‌ଟପ୍‌ ଏବଂ ହେଡ୍‌ଫୋନ ଆଦି ସାମଗ୍ରୀ ଥିଲା। ଯାହାର ମୂଲ୍ୟ ୭୦୦ ଡଲାର ହେବ ବୋଲି ଅନିଲ କହିଥିଲେ। ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ପୋଲିସ ଅନିଲଙ୍କ ସାହସିକତା ପାଇଁ ପୁରସ୍କାର ଦେଇଥିଲେ।  ଏଡିସନ୍‌ ପୋଲିସ ଅନିଲଙ୍କୁ ୧୦୦୦ ଡଲାର ଦେଇ ସମ୍ମାନିତ କରିଥିଲେ। ଯାହା ଭାରତୀୟ ମୁଦ୍ରାରେ ୬୪୨୨୧.୬୦ ଟଙ୍କା ହେବ। ଅନିଲ ଦଶବର୍ଷ ହେବ ନ୍ୟୁୟର୍କରେ ରହି ଆସୁଛନ୍ତି। ଏହି ଖବରଟି ସ୍ଥାନୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଛି।

Related story