ଏମିତି ଆମ ଦେଶପ୍ରେମ: ଭାରତ-ପାକ୍ ସୀମାରେ ୩ ମାସ ହେଲାଣି ଛିଣ୍ଡିଲାଣି ସବୁଠୁ ବଡ଼ ଜାତୀୟ ପତାକା, କିନ୍ତୁ ନୂଆ ଲାଗୁନି

ଅମୃତସର: ଆଗକୁ ଆସୁଛି ଅଗଷ୍ଟ ୧୫। ଦେଶର ପ୍ରତ୍ୟେକ ସରକାରୀ ଓ ବେସରକାରୀ ସଂସ୍ଥାରେ ପାଳନ ହେବ ସ୍ୱାଧୀନତା ଦିବସ। ପ୍ରତି ସରକାରୀ, ବେସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। କିନ୍ତୁ କିଛିଦିନ ପୂର୍ବେ ଯେଉଁ ସ୍ଥାନରେ ଦେଶର ସବୁଠାରୁ ବଡ଼ ଜାତୀୟ ପତାକା ଫରଫର ହୋଇ ଉଡୁଥିଲା, ଆଜି ସେହି ଖମ୍ବ ଖାଁ ଖାଁ ଲାଗୁଛି। ଜାତୀୟ ପତାକା ବିନା ଯେପରି ଶ୍ରୀହୀନ ଲାଗୁଛି ୩୬୦ ଫୁଟ୍‌ ଉଚ୍ଚ ଖମ୍ବ। ଗତ […]

indian flag

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 07:34 PM IST

ଅମୃତସର: ଆଗକୁ ଆସୁଛି ଅଗଷ୍ଟ ୧୫। ଦେଶର ପ୍ରତ୍ୟେକ ସରକାରୀ ଓ ବେସରକାରୀ ସଂସ୍ଥାରେ ପାଳନ ହେବ ସ୍ୱାଧୀନତା ଦିବସ। ପ୍ରତି ସରକାରୀ, ବେସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। କିନ୍ତୁ କିଛିଦିନ ପୂର୍ବେ ଯେଉଁ ସ୍ଥାନରେ ଦେଶର ସବୁଠାରୁ ବଡ଼ ଜାତୀୟ ପତାକା ଫରଫର ହୋଇ ଉଡୁଥିଲା, ଆଜି ସେହି ଖମ୍ବ ଖାଁ ଖାଁ ଲାଗୁଛି। ଜାତୀୟ ପତାକା ବିନା ଯେପରି ଶ୍ରୀହୀନ ଲାଗୁଛି ୩୬୦ ଫୁଟ୍‌ ଉଚ୍ଚ ଖମ୍ବ। ଗତ ତିନିମାସ ଧରି ଖାଲି ପଡିଛି ୩୬୦ ଫୁଟ୍‌ ଉଚ୍ଚର ଖମ୍ବ।

ଭାରତ-ପାକ ସୀମା ଅଟ୍ରିଠାରେ ଗତ ମାର୍ଚ୍ଚ ୫ରେ ଦେଶର ସବୁଠାରୁ ବଡ଼ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ୩୬୦ ଫୁଟ୍‌ ଉଚ୍ଚ ଖମ୍ବରେ ୧୨୦ ଫୁଟ୍‌ ଲମ୍ବ ଓ ୮୦ ଫୁଟ୍‌ ଚଉଡ଼ା ତ୍ରିରଙ୍ଗା ଫରଫର ଉଡୁଥିଲା ନୀଳ ଆକାଶରେ। ତ୍ରିରଙ୍ଗାକୁ ନିର୍ମାଣ କରିବାକୁ ପ୍ରାୟ ୩.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା କିନ୍ତୁ ଜୋର ପବନ ଓ ଝଡ଼ ହେବା ଦ୍ୱାରା ବାରମ୍ବାର ଛିଡ଼ି ଯାଉଥିଲା ତ୍ରିରଙ୍ଗା। କିନ୍ତୁ ଗତ ଏପ୍ରିଲ ମାସରେ ପତାକା ପୁନର୍ବାର ଛିଡ଼ିବାରୁ ଅମୃତସର ପ୍ରଶାସନ, ପତାକାଟିକୁ ସଂପୂର୍ଣ୍ଣ ଅପସାରଣ କରି ଦେଇଛନ୍ତି। କିନ୍ତୁ ୩୬୦ ଫୁଟ୍‌ର ଖମ୍ବ ୩ ମାସ ଧରି ଖାଲି ରହିଥିଲେ ମଧ୍ୟ ଏଥିନେଇ ପ୍ରଶାସନର ନିଘା ନାହିଁ।

ବାରମ୍ବାର ଝଡ଼ ହେବା ଫଳରେ ଖମ୍ବ ଦୋହଲି ଯିବା ସହ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଏହାର ମରାମତି ପାଇଁ ଏବେ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ଦିଆଯାଇଛି। ମୁଖ୍ୟତଃ ଭାରତ-ପାକ ସୀମାକୁ ଆସୁଥିବା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲୋକମାନଙ୍କ ମଧ୍ୟରେ ଜାତୀୟତାବୋଧ ସୃଷ୍ଟି କରିବା ଲକ୍ଷ୍ୟରେ ତ୍ରିରଙ୍ଗାକୁ ଭାରତୀୟ ସୀମାରେ ଉଡ଼ା ଯାଇଥିଲା। ଜାତୀୟ ପତାକା ଏଭଳି ସ୍ଥାନରେ ଉତ୍ତୋଳନ କରାଯାଇଥିଲା ଯେ, ପାକିସ୍ତାନ ସୀମାରୁ ମଧ୍ୟ ଭାରତୀୟ ପତାକା ଦୃଶ୍ୟମାନ ହେଉଥିଲା। ସେତେବେଳେ ଏହି ପତାକା ଉତ୍ତୋଳନକୁ ନେଇ ଅନେକ ଚର୍ଚ୍ଚା ହୋଇଛି।

Related story