ସର୍ବନିମ୍ନ ୮୯୯ ଟଙ୍କାରେ ବିମାନ ଯାତ୍ରା : ଇଣ୍ଡିଗୋର ମାଲାମାଲ ଅଫର  

ନୂଆଦିଲ୍ଲୀ: ଘରୋଇ ବିମାନ ଇଣ୍ଡିଗୋ ଏୟାରଲାନ୍ସର ମାଲାମାଲ ଅଫର। ସୂଲଭ ମୂଲ୍ୟ ଦେଇ ଆପଣ ବିମାନରେ ଉଡ଼ିପାରିବେ।  ‘ଅଲ ଟାଇମ୍‌ ଲୋ’ ନାମରେ ଏହି ଅଫର ଘୋଷଣା କରିଛି ଇଣ୍ଡିଗୋ। ଏହି ଅଫର ଅନୁଯାୟୀ ଟିକଟର ସର୍ବନିମ୍ନ ମୂଲ୍ୟ ୮୯୦ ଟଙ୍କାରୁ ଆରମ୍ଭ ହେଉଛି। ତେବେ ଏହି ଅଫର ଜୁନ ୧୪ ପର୍ଯ୍ୟନ୍ତ ଉପଲବ୍ଧ ଅଛି। ତେବେ ଟିକେଟ ମିଳିବା ପରେ ଆସନ୍ତା ଜୁଲାଇ ୧ରୁ ୨୦୧୭ ସେପ୍ଟେମ୍ବର ୩୦  ମଧ୍ୟରେ ଯାତ୍ରା ପାଇଁ ସମୟସୀମା ରହିଛି। […]

indigo

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 08:26 PM IST

ନୂଆଦିଲ୍ଲୀ: ଘରୋଇ ବିମାନ ଇଣ୍ଡିଗୋ ଏୟାରଲାନ୍ସର ମାଲାମାଲ ଅଫର। ସୂଲଭ ମୂଲ୍ୟ ଦେଇ ଆପଣ ବିମାନରେ ଉଡ଼ିପାରିବେ।  ‘ଅଲ ଟାଇମ୍‌ ଲୋ’ ନାମରେ ଏହି ଅଫର ଘୋଷଣା କରିଛି ଇଣ୍ଡିଗୋ। ଏହି ଅଫର ଅନୁଯାୟୀ ଟିକଟର ସର୍ବନିମ୍ନ ମୂଲ୍ୟ ୮୯୦ ଟଙ୍କାରୁ ଆରମ୍ଭ ହେଉଛି। ତେବେ ଏହି ଅଫର ଜୁନ ୧୪ ପର୍ଯ୍ୟନ୍ତ ଉପଲବ୍ଧ ଅଛି। ତେବେ ଟିକେଟ ମିଳିବା ପରେ ଆସନ୍ତା ଜୁଲାଇ ୧ରୁ ୨୦୧୭ ସେପ୍ଟେମ୍ବର ୩୦  ମଧ୍ୟରେ ଯାତ୍ରା ପାଇଁ ସମୟସୀମା ରହିଛି। ୱାନ ୱେ ରୁଟ୍‌ ପାଇଁ ଏହି ଅଫରର ବୈଧତା ରହିଛି।

ଏହି ଅଫର କେବଳ ନନ୍ ଷ୍ଟପ ଯାତ୍ରା କରୁଥିବା ବିମାନ ଗୁଡିକ ଉପରେ ଲାଗୁ ହେବ ବୋଲି କମ୍ପାନୀ କହିଛି। ଅଗରତାଲା, ଅହମଦାବାଦ, ଅମ୍ରିତଶର, ବାଗଡୋଗ୍ରା, ବେଙ୍ଗଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ,ଚେନ୍ନାଇ ଏବଂ  କୋଏମ୍ବାଟୁର ସମେତ ଅନ୍ୟ ସହରରେ ଏହି ସୁବିଧା ଉପଲବ୍ଧ ହେବ। ଇଣ୍ଡିଗୋ ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ ବାଗଡୋଗ୍ରାରୁ ଏବଂ ଗୌହାଟି ରୁଟ୍‌ରେ  ସର୍ବ ନିମ୍ନ ଟିକେଟ ମୂଲ୍ୟ ୮୯୯ ଟଙ୍କର ରହିଛି। ସେହିପରି ବାଙ୍ଗଲୋରରୁ –ଦିଲ୍ଲୀ ୨୯୯୯ ଟଙ୍କା, ଦିଲ୍ଲୀ-ଅହମ୍ମଦାବାଦ ୧୯୯୯ ଏବଂ  ଦିଲ୍ଲୀ-ଭୁବନେଶ୍ୱର ପାଇଁ ଟିକେଟର ମୂଲ୍ୟ ୨୭୯୯ ଟଙ୍କା  ରଖାଯାଇଛି। ସେହିପରି ଅନ୍ୟାନ୍ୟ ସହର ପାଇଁ ମଧ୍ୟ ଭିନ୍ନ ଭିନ୍ନ ଦର ଉପଲବ୍ଧ ରହିଛି।

Related story