ଇଏ ବି ଦାନ: ଆସନ୍ତୁ ଭେଟିବା ଚପଲ ପିନ୍ଧାଉଥିବା ଦୀନେଶଙ୍କୁ 

ଇନ୍ଦୋର: ସାଧାରଣତଃ ଲୋକେ ଖାଦ୍ୟ ଓ ବସ୍ତ୍ର ଦାନ କରୁଥିବା ଆପଣ ଜାଣି ଥିବେ। କିନ୍ତୁ ଇନ୍ଦୋରରେ ରହୁଥିବା ଜଣେ ଗ୍ୟାରେଜ୍‌ ମାଲିକ ଗତ ଦୁଇ ମାସରେ ପ୍ରାୟ ୩୦୦ ଲୋକଙ୍କୁ ଚପଲ ପିନ୍ଧାଇ ସାରିଲେଣି। ତାଙ୍କ ନାଁ ଦୀନେଶ ଦିଘେ। ଯଦି କୌଣସି ଲୋକ ଖରାରେ ଖାଲି ପାଦରେ ଯାଉଥିବା ସେ ଦେଖନ୍ତି ତା’ହେଲେ ସଙ୍ଗେସଙ୍ଗେ ତାଙ୍କୁ ଚପଲ ପିନ୍ଧାଇବାକୁ ପଛାନ୍ତି ନାହିଁ। ଦୀନେଶଙ୍କ ଗାଡ଼ି କେବଳ ଚପଲରେ ଭର୍ତ୍ତି ହୋଇ ରହିଥାଏ। ସେ ଯୁଆଡେ […]

indorefoot

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 02:32 PM IST

ଇନ୍ଦୋର: ସାଧାରଣତଃ ଲୋକେ ଖାଦ୍ୟ ଓ ବସ୍ତ୍ର ଦାନ କରୁଥିବା ଆପଣ ଜାଣି ଥିବେ। କିନ୍ତୁ ଇନ୍ଦୋରରେ ରହୁଥିବା ଜଣେ ଗ୍ୟାରେଜ୍‌ ମାଲିକ ଗତ ଦୁଇ ମାସରେ ପ୍ରାୟ ୩୦୦ ଲୋକଙ୍କୁ ଚପଲ ପିନ୍ଧାଇ ସାରିଲେଣି। ତାଙ୍କ ନାଁ ଦୀନେଶ ଦିଘେ। ଯଦି କୌଣସି ଲୋକ ଖରାରେ ଖାଲି ପାଦରେ ଯାଉଥିବା ସେ ଦେଖନ୍ତି ତା’ହେଲେ ସଙ୍ଗେସଙ୍ଗେ ତାଙ୍କୁ ଚପଲ ପିନ୍ଧାଇବାକୁ ପଛାନ୍ତି ନାହିଁ। ଦୀନେଶଙ୍କ ଗାଡ଼ି କେବଳ ଚପଲରେ ଭର୍ତ୍ତି ହୋଇ ରହିଥାଏ। ସେ ଯୁଆଡେ ବି ଯାଆନ୍ତି  ଚପଲ ଭର୍ତ୍ତି ବ୍ୟାଗ ନେବାକୁ ଭୁଲନ୍ତି ନାହିଁ।

ଗତ ୩ ବର୍ଷ ହେବ ଦୀନେଶ ଏହି ସେବା କରି ଆସୁଛନ୍ତି। ସେ ଏହି କାମ ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ କରନ୍ତି। ଦୀନେଶ କହିଛନ୍ତି,“ଅଭାବ ଯୋଗୁଁ ହିଁ ଲୋକେ ଧୁ ଧୁ ଖରାରେ ଖାଲି ପାଦରେ ରାସ୍ତାରେ ଯିବା ଆସିବା କରନ୍ତି।”

ଦୀନେଶଙ୍କୁ ଚପଲ କିଣିବାରେ ସୁଫ୍‌ଲାମ୍‌ ନ୍ୟାସ୍‌ ନାମକ ଏକ ସାମାଜିକ ସଂସ୍ଥା ସାହାଯ୍ୟ କରୁଛି। ସେ ବିଶେଷ କରି ଶ୍ରମିକ ଶ୍ରେଣୀ, ମଇଳା ସଫା କରୁଥିବା ମହିଳା ଓ ବସ୍ତି ପିଲାଙ୍କୁ ଚପଲ ପିନ୍ଧାଇ ଥାଆନ୍ତି।

ସୌଜନ୍ୟ- ନଇ ଦୁନିଆ, ଫଟୋ-ନଇ ଦୁନିଆ

 

 

 

Related story