ଏଠି ଖାଇବାକୁ ପଡ଼େ ଝିଅଙ୍କ ଚପଲ: ତଥାପି ଚାହିଦା କାହିଁରେ କେତେ

ବିଚ୍‌ ରାସ୍ତାରେ କୌଣସି ଝିଅ କାହାକୁ ପିଟୁଥିବା ଦେଖିଛନ୍ତି କି ? ଆପଣଙ୍କ ସାଙ୍ଗ ସାଥୀ କେହି ଆପଣଙ୍କ ଆଗରେ ମାଡ ଖାଇବା ଦେଖିଲେ କେମିତି ଲାଗୁଥିବ ଆପଣଙ୍କୁ। ଚାପୁଡେ କି ଦୁଇ ଚାପୁଡା ଖାଇଲେ କିଛିଟା ମନକୁ ବୁଝାଇ ହେବ ଯଦି ଚପଲ ଖାଇବାକୁ ପଡେ ସ୍ଥିତି କ’ଣ ହେବ ଭାବନ୍ତୁ। ହେଲେ ମୁମ୍ବାଇରେ ଏମିତି ଏକ ରେଷ୍ଟୁରାଣ୍ଟ ବିଷୟରେ ଆମେ କହିବାକୁ ଯାଉଛୁ, ଯେଉଁଠିକୁ ଗଲେ ଝିଅଙ୍କ ଚପଲ ଖାଇବାକୁ ପଡିବ। ଏହା ସତ୍ତ୍ୱେ […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 06:53 PM IST

ବିଚ୍‌ ରାସ୍ତାରେ କୌଣସି ଝିଅ କାହାକୁ ପିଟୁଥିବା ଦେଖିଛନ୍ତି କି ? ଆପଣଙ୍କ ସାଙ୍ଗ ସାଥୀ କେହି ଆପଣଙ୍କ ଆଗରେ ମାଡ ଖାଇବା ଦେଖିଲେ କେମିତି ଲାଗୁଥିବ ଆପଣଙ୍କୁ। ଚାପୁଡେ କି ଦୁଇ ଚାପୁଡା ଖାଇଲେ କିଛିଟା ମନକୁ ବୁଝାଇ ହେବ ଯଦି ଚପଲ ଖାଇବାକୁ ପଡେ ସ୍ଥିତି କ’ଣ ହେବ ଭାବନ୍ତୁ। ହେଲେ ମୁମ୍ବାଇରେ ଏମିତି ଏକ ରେଷ୍ଟୁରାଣ୍ଟ ବିଷୟରେ ଆମେ କହିବାକୁ ଯାଉଛୁ, ଯେଉଁଠିକୁ ଗଲେ ଝିଅଙ୍କ ଚପଲ ଖାଇବାକୁ ପଡିବ। ଏହା ସତ୍ତ୍ୱେ ଏହି ରେଷ୍ଟୁରାଣ୍ଟର ବହୁତ ଚାହିଦା ରହିଛି। ବ୍ୟସ୍ତ ଜୀବନରୁ ସମୟ ବାହାର କରି ଏଠାରେ ଖାଇବା ବେଳେ ଏହାର ମଜା ନେବାକୁ ବହୁତ ପସନ୍ଦ କରୁଛନ୍ତି।

ମୁମ୍ବାଇରେ ଥିବା ଏହି ରେଷ୍ଟୁରାଣ୍ଟର ନାଁ ହେଲା ରୋଲିଙ୍ଗ ପେନ୍‌। ମିଠା ପ୍ରିୟ ବ୍ୟକ୍ତିଙ୍କ ପାଖରେ ଏହା ବହୁତ ପ୍ରସିଦ୍ଧ। ରେଷ୍ଟୁରାଣ୍ଟକୁ ଗଲେ ଆପଣଙ୍କ ଝିଅଙ୍କ ଭଳି କି ଭଳି ଜୋତା ଟେବୁଲ ଉପରେ ରଖା ଯାଇଥିବା ଦେଖିବାକୁ ମିଳିବ। ଆପଣ ଚାହିଁଲେ ଏହି ଚପଲ ଖାଇ ପାରିବେ।

ଏବେ ଭାବୁଥିଲେ କିଏ କାହିଁକି ଝିଅଙ୍କ ଚପଲ ସର୍ବସମ୍ମୁଖରେ ଖାଇ ମାନସମ୍ନାନ ହରାଇବ। ପ୍ରକୃତ କଥା ହେଲା ଏଠାରେ କେଉଁ ଚପଲ ଖାଇବାକୁ କୁହାଯାଉଛି ଏହା ମାଡ ଖାଇବା ନୁହେଁ। ଏଠାରେ ବିଭିନ୍ନ ଫ୍ଲେଭରର ଚକୋଲେଟ୍‌ ଝିଅଙ୍କ ହାଇ ହିଲ୍‌ ଜୋତା ଆକୃତିରେ ପ୍ରସ୍ତୁତ କରାଯାଇଥାଏ। ଯାହାକୁ ଚାହିଁଲେ ଆପଣ ଖାଇପାରିବେ।

Related story