ଅତୁଟ ବନ୍ଧନ : ଆଇପିଏସ୍  ସ୍ୱାମୀ ସ୍ତ୍ରୀକୁ ଦେଲେ ଶାସନ ଦାୟିତ୍ୱ

କୋଲାମ ସିଟି(କେରଳ): ବେଦିରେ ସ୍ୱାମୀ ଦେଇଥିଲେ ମଥାରେ ସିନ୍ଦୁର। ଆଉ ପିନ୍ଧାଇଥିଲେ ହାତରେ ଶଙ୍ଖ।। ଏବେ ସେହି ସ୍ୱାମୀ ନିଜ ଅର୍ଦ୍ଧାଙ୍ଗିନୀଙ୍କୁ ଦେଇଛନ୍ତି ପୂରା ସହରର ଦାୟିତ୍ୱ। ଯାହାକୁ ନେଇ ପୂରା ଗଣମାଧ୍ୟମରେ ଚର୍ଚ୍ଚା। ଏହିପରି ଘଟଣା ଘଟିଛି କେରଳର ଆଇପିଏସ୍ ଦମ୍ପତିଙ୍କ କ୍ଷେତ୍ରରେ। ଆଇପିଏସ୍ ଅଜିଥା ବେଗମ କେରଳର କୋଲାମ ସିଟିର ପୋଲିସ କମିଶନର ଭାବେ ସତୀଶ ବିନୋଙ୍କ ଠାରୁ ଦାୟିତ୍ୱ ନେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କାରଣ ଅଜିଥା ଯାହା ଠାରୁ […]

ajeetha satheesh

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 10:56 PM IST

କୋଲାମ ସିଟି(କେରଳ): ବେଦିରେ ସ୍ୱାମୀ ଦେଇଥିଲେ ମଥାରେ ସିନ୍ଦୁର। ଆଉ ପିନ୍ଧାଇଥିଲେ ହାତରେ ଶଙ୍ଖ।। ଏବେ ସେହି ସ୍ୱାମୀ ନିଜ ଅର୍ଦ୍ଧାଙ୍ଗିନୀଙ୍କୁ ଦେଇଛନ୍ତି ପୂରା ସହରର ଦାୟିତ୍ୱ। ଯାହାକୁ ନେଇ ପୂରା ଗଣମାଧ୍ୟମରେ ଚର୍ଚ୍ଚା। ଏହିପରି ଘଟଣା ଘଟିଛି କେରଳର ଆଇପିଏସ୍ ଦମ୍ପତିଙ୍କ କ୍ଷେତ୍ରରେ।

ଆଇପିଏସ୍ ଅଜିଥା ବେଗମ କେରଳର କୋଲାମ ସିଟିର ପୋଲିସ କମିଶନର ଭାବେ ସତୀଶ ବିନୋଙ୍କ ଠାରୁ ଦାୟିତ୍ୱ ନେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କାରଣ ଅଜିଥା ଯାହା ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ସେ ଥିଲେ ତାଙ୍କ ସ୍ୱାମୀ। ଅଜିଥା ତାଙ୍କ ଠାରୁ ଏହି ଦାୟିତ୍ୱ ନେବା ପରେ ସତୀଶ ବିନୋ ଏବେ ପଥନମଥିଟାର ଜିଲ୍ଲା ପୋଲିସ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଅଜିଥା କହିଛନ୍ତି,  ମୁଁ ଆଗରୁ ଅନେକ ଜିଲ୍ଲାରେ ଏହି ଦାୟିତ୍ୱ ନେଇଛି ।  କିନ୍ତୁ ଏଠାରେ ନିଜ ସ୍ୱାମୀଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛି ଯାହା ଖୁବ ଗୌଣ ଦେଖାଯାଇଥାଏ। ସେଥିପାଇଁ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଗରୁତ୍ୱପୁର୍ଣ୍ଣ ବିଭାଗରେ ରହିଲେ ପରିବାର ପାଇଁ ସମୟ ଦେବା କଷ୍ଟକର ବ୍ୟାପାର । ନିଜ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରୁ କରୁ ପରିବାର ପାଇଁ ଖୁବ କମ ସମୟ ମିଳିଥାଏ ବୋଲି ଅଜିଥା କହିଛନ୍ତି । କୋଲାମ ସିଟି କମିଶନର ଭାବେ ଦାୟିତ୍ୱ ନେବା ପରେ ମହିଳା ଓ ଶିଶୁଙ୍କ ଶିକ୍ଷାର ବିକାଶ ପ୍ରତି ଧ୍ୟାନ ଦେବା ସହିତ ଡ୍ରଗ୍ସ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ତାଙ୍କର ପ୍ରଥମ କର୍ତ୍ତବ୍ୟ ରହିବ ବୋଲି ଅଜିଥା କହିଛନ୍ତି।

Related story