ଜନ୍ମର ୬ ମିନିଟ୍‌ ମଧ୍ୟରେ ତିଆରି ହେଲା ଆଧାର କାର୍ଡ଼

ଜବଲପୁର: ଜନ୍ମ ହେବାର ମାତ୍ର ୬ ମିନିଟ୍‌ ମଧ୍ୟରେ ତିଆରି ହେଲା ଆଧାର କାର୍ଡ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ସାଧାରଣତଃ ଲୋକଙ୍କ ଧାରଣା ରହିଛି ଆଧାର କାର୍ଡ କରିବା ପାଇଁ ଏତେ ତରତର କାହିଁକି ହେବା ସମୟ ସୁବିଧା ଦେଖି କରିବା। କିନ୍ତୁ ଏଲିଗନ୍ ହସ୍ପିଟାଲରେ ଜନ୍ମ ନେଇଥିବା ଏକ ନବଜାତ ଶିଶୁଙ୍କ ବାପା କୁବର ବହାଦୁର ପାଣ୍ଡେ ବିଳମ୍ୱ ନ କରି ଇ-ଗର୍ବନେସ୍‌ ଟିମ୍‌ ଜରିଆରେ ନିଜ ପୁଅର ଆଧାର କାର୍ଡ […]

child_adhar

Rakesh Mallick
  • Published: Sunday, 07 May 2017
  • , Updated: 07 May 2017, 01:45 PM IST

ଜବଲପୁର: ଜନ୍ମ ହେବାର ମାତ୍ର ୬ ମିନିଟ୍‌ ମଧ୍ୟରେ ତିଆରି ହେଲା ଆଧାର କାର୍ଡ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ସାଧାରଣତଃ ଲୋକଙ୍କ ଧାରଣା ରହିଛି ଆଧାର କାର୍ଡ କରିବା ପାଇଁ ଏତେ ତରତର କାହିଁକି ହେବା ସମୟ ସୁବିଧା ଦେଖି କରିବା। କିନ୍ତୁ ଏଲିଗନ୍ ହସ୍ପିଟାଲରେ ଜନ୍ମ ନେଇଥିବା ଏକ ନବଜାତ ଶିଶୁଙ୍କ ବାପା କୁବର ବହାଦୁର ପାଣ୍ଡେ ବିଳମ୍ୱ ନ କରି ଇ-ଗର୍ବନେସ୍‌ ଟିମ୍‌ ଜରିଆରେ ନିଜ ପୁଅର ଆଧାର କାର୍ଡ କରିଛନ୍ତି। ସବୁଠାରୁ ମଜାଳିଆ କଥା ହେଉଛି, ଆଧାର କାର୍ଡ କରିବା ପାଇଁ ଶିଶୁର ନାଁ ଜରୁରୀ ଥିବା ବେଳେ ତାଙ୍କ ବାପା ସରନେମ୍‌କୁ ନିଜ ଶିଶୁର ନାଁ ରଖିଛନ୍ତି।

ଜନ୍ମର ମାତ୍ର ୬ ମିନିଟରେ ଏପରି ଆଧାର କାର୍ଡ ପ୍ରସ୍ତୁତ କରିବା ଦେଶର ପ୍ରଥମ ଘଟଣା।

ସୌଜନ୍ୟ-ନେଇ ଦୁନୀଆ

ଫଟୋ-ନେଇ ଦୁନୀଆ

Related story