ଜୁମ୍ୱୋ ଫର୍ମାଟ୍‌ରେ ଜମିଲା ଜାଇଫୁଲ; ଓଡ଼ିଆ ଗୀତରେ ଝୁମିଲା ଆମେରିକା

ଲୋକପ୍ରିୟ ଆଲବମ୍ ଗୀତ ଜାଇଫୁଲ। ଏବେ ବି ଏହି ଗୀତ ବାଜିଲେ ଝୁମି ଉଠନ୍ତି ଓଡ଼ିଆ। ହେଲେ ଏବେ ଜାଇଫୁଲର ଧୁନ୍‌ରେ ଝୁମୁଛି ଆମେରିକା। ଆଉ ଗୋରା ମଣିଷଙ୍କ ପାଦକୁ ଅଧିର କରିବାର ସୂତ୍ରଧର ସାଜିଛନ୍ତି ଜଣେ ଓଡ଼ିଆ। ଜୁମ୍ୱୋ ଫିଟନେସ୍ ମୋମେଣ୍ଟର ସାଇନିଂ ଷ୍ଟାର୍ ଅନୁପମ୍ ନାୟକ। କିଛି ବର୍ଷ ହେଲା ଆମେରିକାରେ ବିଦେଶୀଙ୍କୁ ଦେଉଛନ୍ତି ଜୁମ୍ୱୋ ଫିଟ୍‌ନେସ୍‌ ତାଲିମ୍। କିଏ ଏହି ଅନୁପମ୍? ଆଉ କଣ ଏହି ଜୁମ୍ୱୋ ଫର୍ମାଟ୍? ଓଡ଼ିଶାର ଜଣାଶୁଣା କୋରିଓଗ୍ରାଫର୍ […]

Anupam

Rakesh Mallick
  • Published: Monday, 24 April 2017
  • , Updated: 12 June 2017, 03:18 PM IST

ଲୋକପ୍ରିୟ ଆଲବମ୍ ଗୀତ ଜାଇଫୁଲ। ଏବେ ବି ଏହି ଗୀତ ବାଜିଲେ ଝୁମି ଉଠନ୍ତି ଓଡ଼ିଆ। ହେଲେ ଏବେ ଜାଇଫୁଲର ଧୁନ୍‌ରେ ଝୁମୁଛି ଆମେରିକା। ଆଉ ଗୋରା ମଣିଷଙ୍କ ପାଦକୁ ଅଧିର କରିବାର ସୂତ୍ରଧର ସାଜିଛନ୍ତି ଜଣେ ଓଡ଼ିଆ। ଜୁମ୍ୱୋ ଫିଟନେସ୍ ମୋମେଣ୍ଟର ସାଇନିଂ ଷ୍ଟାର୍ ଅନୁପମ୍ ନାୟକ। କିଛି ବର୍ଷ ହେଲା ଆମେରିକାରେ ବିଦେଶୀଙ୍କୁ ଦେଉଛନ୍ତି ଜୁମ୍ୱୋ ଫିଟ୍‌ନେସ୍‌ ତାଲିମ୍।

କିଏ ଏହି ଅନୁପମ୍? ଆଉ କଣ ଏହି ଜୁମ୍ୱୋ ଫର୍ମାଟ୍?

ଓଡ଼ିଶାର ଜଣାଶୁଣା କୋରିଓଗ୍ରାଫର୍ ଅନୁପମ୍ ନାୟକ। ଅତୀତରେ ତାଙ୍କୁ ଆପଣଙ୍କ ବିଭିନ୍ନ ଡ୍ୟାନ୍ସ ରିୟାଲିଟି ଶୋରେ ବିଚାରକ ଓ ମେଣ୍ଟର ଭାବେ ଦେଖିଥିବେ। ଡ୍ୟାନ୍ସ ଚ୍ୟାଲେଞ୍ଜ, ଝୁମ୍ ଓଡିଆ ଝୁମ୍, ଏଥର ନାଚିବେ ମାଆ। ଏମିତି ଅନେକ ରିୟାଲିଟି ଶୋରେ ନୃତ୍ୟଶିଳ୍ପୀଙ୍କ ମେଣ୍ଟର ସାଜିଥିଲେ ଅନୁପମ୍। ଏହାସହ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ସାଲ୍ସା, ବେଲି, ଜାଜ୍ ଓ କଣ୍ଟେମ୍ପରାରୀ ଡ୍ୟାନ୍ସ ଫର୍ମାଟ୍ ଶିଖାଇବାକୁ ସେ ଖୋଲିଥିଲେ ନିଜର ଡ୍ୟାନ୍ସ ଏକାଡେମୀ। ଦିଲ୍ଲୀରୁ ନିଜେ ପ୍ରଶିକ୍ଷଣ ନେଇଥିବା ଏହି ଡ୍ୟାନସରଙ୍କ ମନ ମାନ ନଥିଲା ଓଡିଶାରେ। ପୁଣି ଫେରି ଯାଇଥିଲେ ଦିଲ୍ଲୀ। ଏଇଠୁ ଆରମ୍ଭ ହୋଇଥିଲା ଅନୁପମଙ୍କ ଜୁମ୍ୱୋ ଦୁନିଆକୁ ଯାତ୍ରା।

https://www.youtube.com/watch?v=18sRf-KcDoU&t=70s

କ’ଣ ଏହି ଜୁମ୍ୱୋ?

ସୁସ୍ଥ ରହିବାକୁ ଡ୍ୟାନ୍ସ। ଫିଟ୍ନେସ୍ ପାଇଁ ନାଚ। ଜୁମ୍ୱୋ ପାଇଁ ସ୍ୱତନ୍ତ୍ର ତାଲିମ୍ ନେବାକୁ ପଡେ। ବିଦେଶରେ ଖୁବ୍ ଲୋକପ୍ରିୟ ଏହି ଫିଟ୍‌ନେସ୍‌ କମ୍ ଡ୍ୟାନ୍ସ ଫର୍ମାଟ୍। ଯେ କେହି ଚାହିଁଲେ ଜୁମ୍ୱୋ ପ୍ରଶିକ୍ଷଣ ଦେଇ ପାରିବେ ନାହିଁ। ଏଥିପାଇଁ ଦରକାର ହୁଏ ଅନ୍ତର୍ଜାତୀୟ ଲାଇସେନ୍ସ। ତେଣୁ ନିଜେ ଜୁମ୍ୱୋ ତାଲିମ୍ ନେବା ପରେ ପ୍ରଶିକ୍ଷକ ହେବାକୁ ମନ ବଳାଇଲେ ଅନୁପମ୍। ଆମେରିକାରେ ଜୁମ୍ୱୋ ଫିଟ୍‌ନେସ୍‌ କଳାକୁ ଆୟତ୍ତ କରିବା ସହ ପ୍ରଶିକ୍ଷକ ଲାଇସେନ୍ସ ବି ପାଇଗଲେ। ବର୍ତ୍ତମାନ ସୁଦ୍ଧା ଅନୁପମ୍‌ଙ୍କ ପାଖରେ ପାଞ୍ଚ ପାଞ୍ଚଟି ଅନ୍ତର୍ଜାତୀୟ ଲାଇସେନ୍ସ।

ତେବେ ଭାରତ ଫେରି ଜୁମ୍ୱୋକୁ ଲୋକପ୍ରିୟ କରିବା ପରିବର୍ତ୍ତେ ଏବେ ଆମେରିକାରେ ନିଜ ଅନୁଷ୍ଠାନଟିଏ ଖୋଲିଛନ୍ତି ଅନୁପମ୍। ବଲିଉଡ୍ ମ୍ୟୁଜିକ୍‌ରେ ତାଳରେ ଗୋରା ମଣିଷଙ୍କୁ ନଚେଇବା ପରେ ପ୍ରଥର ଥର ପାଇଁ ଓଡ଼ିଆ ଗୀତକୁ ଜୁମ୍ୱୋରେ ଫ୍ୟୁଜନ୍ କରିଛନ୍ତି ସେ। ଆଉ ଜୁମ୍ୱୋ ଫର୍ମାଟ୍‌ରେ ଜାଇଫୁଲ୍ ଗୀତ ଏବେ ଖୁବ୍ ଜମିଛି।

ଅନୁପମ୍‌ଙ୍କ ଜାଇଫୁଲ୍ ଏବେ ଫେସ୍‌ବୁକ୍‌ରେ ଭାଇରାଲ୍ ହୋଇଛି। ଦୁଇଦିନ ଭିତରେ ପ୍ରାୟ ୩ଲକ୍ଷ ଲୋକ ଏହାକୁ ଦେଖିଛନ୍ତି। ଆଉ ଓଡ଼ିଆ ଯୁବକ ଅନୁପମଙ୍କୁ ଦେଇଛନ୍ତି ଶୁଭେଚ୍ଛା।

Related story