Advertisment

ପାର୍କର ଭ୍ରମ ସୃଷ୍ଟି କରୁଛି ସବ୍‌ ଜେଲ୍‌

ଜଳେଶ୍ୱର(ଅଜିତ ଦାସ): ଜେଲ୍‌ କହିଲେ ଅନେକ ସମୟରେ ନକାରାତ୍ମକ ଚିନ୍ତାଧାରା ମୁଣ୍ଡକୁ ଆସିଥାଏ। ଜେଲ୍‌ର ଅନ୍ଧାରୀ କୋଠରୀରେ ବନ୍ଦୀଙ୍କୁ ନିର୍ଯାତନା ଦିଆଯାଉଥିବ ବା ବୁଲିବାକୁ ଦିଆଯାଉନଥିବ। କିନ୍ତୁ ଏପରି ଭାବିବା ଠିକ୍‌ ନୁହେଁ। କାରଣ ଆମ ରାଜ୍ୟରେ ଏମିତି ଏକ ଜେଲ୍‌ ରହିଛି, ଯାହାର ପରିବେଶ ସବୁଜିମାମୟ। ଜେଲ୍‌ ଅନ୍ତେବାସୀମାନେ ନିଜକୁ କଏଦୀ ବୋଲି ଭାବୁନାହାନ୍ତି। ନାଚ ଗୀତରେ ନିଜକୁ ନିୟୋଜିତ କରିବା ସହିତ ଚାଷ କାମ କରି ବନ୍ଦୀ ଜୀବନକୁ ଅତିବାହିତ କରୁଛନ୍ତି। ଏପରି ଚିତ୍ର […]

ଅଦ୍ୟତନ ହୋଇଛି
ପାର୍କର ଭ୍ରମ ସୃଷ୍ଟି କରୁଛି ସବ୍‌ ଜେଲ୍‌

Jaleswar Sub Jail

Advertisment

ଜଳେଶ୍ୱର(ଅଜିତ ଦାସ): ଜେଲ୍‌ କହିଲେ ଅନେକ ସମୟରେ ନକାରାତ୍ମକ ଚିନ୍ତାଧାରା ମୁଣ୍ଡକୁ ଆସିଥାଏ। ଜେଲ୍‌ର ଅନ୍ଧାରୀ କୋଠରୀରେ ବନ୍ଦୀଙ୍କୁ ନିର୍ଯାତନା ଦିଆଯାଉଥିବ ବା ବୁଲିବାକୁ ଦିଆଯାଉନଥିବ। କିନ୍ତୁ ଏପରି ଭାବିବା ଠିକ୍‌ ନୁହେଁ। କାରଣ ଆମ ରାଜ୍ୟରେ ଏମିତି ଏକ ଜେଲ୍‌ ରହିଛି, ଯାହାର ପରିବେଶ ସବୁଜିମାମୟ। ଜେଲ୍‌ ଅନ୍ତେବାସୀମାନେ ନିଜକୁ କଏଦୀ ବୋଲି ଭାବୁନାହାନ୍ତି। ନାଚ ଗୀତରେ ନିଜକୁ ନିୟୋଜିତ କରିବା ସହିତ ଚାଷ କାମ କରି ବନ୍ଦୀ ଜୀବନକୁ ଅତିବାହିତ କରୁଛନ୍ତି। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସବ୍‌ଜେଲ୍‌ରୁ।

Advertisment

ଜଳେଶ୍ୱର ସବ୍‌ ଜେଲ କାନ୍ଥକୁ ରଙ୍ଗୀନ ଚିତ୍ରରେ ଆଚ୍ଛାଦିତ କରାଯାଇଛି। ପ୍ରବେଶ ପଥରେ ଶୋଭାବର୍ଦ୍ଧନ କରୁଛି ପାର୍କ ଓ ପବନରେ ଦୋହଲୁଛି ଆମ୍ୱଗଛ। ପ୍ରଥମ ଦେଖାରେ ଏହାକୁ ଜେଲ୍‌ ବୋଲି ଭାବି ପାରିବେ ନାହିଁ। ଏହାର ପରିବେଶ୍‌କୁ ଦେଖିଲେ ଯେ କେହି ଭ୍ରମରେ ପଡ଼ିଯିବେ। ଜେଲ୍‌କୁ ସବୁଜିମା ପରିବେଶ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି ଅନ୍ତେବାସୀ।

ଦେଖିବାକୁଗଲେ ଜଳେଶ୍ୱର ସବ୍‌ ଜେଲରେ ଅଛନ୍ତି ୧୦୦ ଜଣ ଅନ୍ତେବାସୀ। ଏମାନଙ୍କ ଆଚରଣରେ ସଂସ୍କାର ଆଣିବା ପାଇଁ ଅନବରତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଚାଷ କାମଠାରୁ ଆରମ୍ଭ କରି ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜେଲ୍‌ ପରିସରରେ ଧାନ, ପନି ପରିବା, ଛତୁ ଆସି ଚାଷ କରାଯାଉଛି।

Advertisment

[caption id="attachment_632713" align="aligncenter" width="650"]Jaleswar Sub Jail ମୂର୍ତ୍ତି ତିଆରେ ଲାଗିଛନ୍ତି ଜେଲ୍‌ ଅନ୍ତେବାସୀ[/caption]

ଅନ୍ତେବାସୀମାନେ ପ୍ରତିଦିନ ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି। ଜୈବିକ ପ୍ରଣାଳୀରେ ସେଠାରେ ହେଉଛି ଚାଷ। ଏଠାରୁ ଉପାର୍ଜନ ହେଉଥିବା ଫସଲକୁ ଜେଲ୍‌ ଅନ୍ତେବାସୀମାନେ ଖାଉଛନ୍ତି ଓ ଆଉ କିଛି ବିକ୍ରି ହେଉଛି। ସେଥିରୁ ଉପାର୍ଜିତ ଅର୍ଥକୁ ପ୍ରିଜ୍‌ନର ୱେଲ୍‌ଫେୟାର ଫଣ୍ଡରେ ରଖାଯାଉଛି। ଜେଲ୍‌ ଅନ୍ତେବାସୀ କିମ୍ୱା ତାଙ୍କ ପରିବାରରେ କୌଣସି ଲୋକ ରୋଗରେ ଆକ୍ରାନ୍ତ ହେଲେ, ସେହି ଅର୍ଥ ସେମାନଙ୍କ ପାଇଁ ଖର୍ଚ୍ଚ ହୋଇଥାଏ।

ଏହାଛଡ଼ା ଆଉ କିଛି ଅନ୍ତେବାସୀମାନେ ଜେଲ୍‌ରେ ମୂର୍ତ୍ତି ତିଆରି କରୁଛନ୍ତି। ଜେଲ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯାଉଛି। କଏଦୀମାନେ ଭଜନ ଗାଉଛନ୍ତି। ସେମାନଙ୍କ ପାଇଁ ସନ୍ଧ୍ୟା ବେଳେ ଏପରି ଆସର କରାଯାଇଛି। ଜେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ ଅନୁସୟା ଷଡ଼ଙ୍ଗୀଙ୍କ ପାଇଁ ଏହା ସମ୍ଭବପର ହୋଇପାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe