ପ୍ରେମ ପାଇଁ  ରାଜକୀୟ ଭୋଗ ବିଳାସ ଛାଡ଼ିଲେ ଜାପାନ ରାଜକୁମାରୀ

ଟୋକିଓ: ପ୍ରେମ ମଣିଷକୁ ଅନ୍ଧ କରି ଦିଏ। ପ୍ରେମ ପାଇଁ ମଣିଷ ସାତ ଦରିଆ ପାରି ହୋଇଯାଏ। କେହି କେହି ପ୍ରେମ ପାଇଁ ଧର୍ମ ମଧ୍ୟ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ହେଲେ ଆଜି ଆମେ ଏପରି ଏକ ପ୍ରେମ କାହାଣୀ ସମ୍ପର୍କରେ କହିବୁ ରାଜକୀୟ ଜୀବନଶୈଳୀକୁ ପରିତ୍ୟାଗ କରି ଜଣେ ସାଧାରଣ ଯୁବଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ହେଉଛନ୍ତି ଜାପାନ ରାଜକୁମାରୀ ମାକୋ। ଜଣେ ସାଧାରଣ ଯୁବକଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ମାକୋ। […]

Rakesh Mallick
  • Published: Monday, 04 September 2017
  • , Updated: 04 September 2017, 09:26 AM IST

ଟୋକିଓ: ପ୍ରେମ ମଣିଷକୁ ଅନ୍ଧ କରି ଦିଏ। ପ୍ରେମ ପାଇଁ ମଣିଷ ସାତ ଦରିଆ ପାରି ହୋଇଯାଏ। କେହି କେହି ପ୍ରେମ ପାଇଁ ଧର୍ମ ମଧ୍ୟ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ହେଲେ ଆଜି ଆମେ ଏପରି ଏକ ପ୍ରେମ କାହାଣୀ ସମ୍ପର୍କରେ କହିବୁ ରାଜକୀୟ ଜୀବନଶୈଳୀକୁ ପରିତ୍ୟାଗ କରି ଜଣେ ସାଧାରଣ ଯୁବଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ହେଉଛନ୍ତି ଜାପାନ ରାଜକୁମାରୀ ମାକୋ।

ଜଣେ ସାଧାରଣ ଯୁବକଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ମାକୋ। ଭେଦଭାବ ତ୍ୟାଗ କରି ଜଣେ ସାଧାରଣ ଯୁବକଙ୍କ ସହ ବିବାହ କରିବା ପାଇଁ ଘୋଷଣା କରିଛନ୍ତି। ମାକୋ ଏହି ଯୁବକଙ୍କୁ ବିବାହ କରିବା ପରେ ରାଜବଂଶୀୟ ମହିଳାମାନଙ୍କୁ ଯେଉଁ  ସବୁ  ସବୁଧା ଦିଆଯାଉ ଥିଲା ସେ ସବୁକୁ ସେ ହରାଇ ବସିବେ। ହେଲେ ଏହି ଆଇନ ରାଜବଂଶୀୟ ପୁରୁଷମାନଙ୍କ କ୍ଷେତ୍ରରେ ଲାଗୁ ହୋଇ ନଥାଏ। ମାକୋ ହେଉଛନ୍ତି ସମ୍ରାଟ ଆକିହିତୋଙ୍କ ବଡ଼ ନାତୁଣୀ ଓ ସମ୍ରାଟ ଅକିସିନୋଙ୍କ ବଡ଼ ଝିଅ।

ଏକ ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି। ବିବାହକୁ ନେଇ ଖୁସି ଅନୁଭବ କରୁଥିବା ମାକୋ ଦେଶବାସୀଙ୍କୁ କହିଛନ୍ତି। ସେ କହିଛନ୍ତି,“ ଛୋଟ ସମୟରୁ ଏହି କଥାକୁ ନେଇ ଅବଗତ ଥିଲି ଯେବେ ମୁଁ ବିବାହ କରିବି ମୋତେ ନିଜର ରାଜକୀୟ ଭୋଗ ବିଳାସ ଛାଡିବାକୁ ହେବ। ଜଣେ ରାଜକୀୟ ସଦସ୍ୟ ଭାବରେ ମୁଁ ମୋର କ୍ଷମତା ଅନୁସାରେ ସମ୍ରାଟଙ୍କୁ ସାହାଯ୍ୟ ଓ କର୍ତ୍ତବ୍ୟ ପାଳନ କରିଛି। ମୁଁ ମୋ ଜୀବନର ଆନନ୍ଦ ଉଠାଉଛି।”

ରାଜକୁମାରୀ ମାକୋଙ୍କ ଭାବି ସ୍ୱାମୀ କେଇ କେମୁରୋ କହିଛନ୍ତି,“ ପ୍ରାୟ ତିନି ବର୍ଷ ହେବ ମୁଁ ରାଜକୁମାରୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲି।”

Related story