ଯୋଗୀ ମାରିଛନ୍ତି କି ଡବଲ ସେଞ୍ଚୁରୀ ? ୨ ଶହ ବର୍ଷର ଆୟୁଷକୁ ନେଇ ଅସମାହିତ ପ୍ରଶ୍ନ

କାହାଣୀ ହେଉ କି ପରିବାରର ଗୁରୁଜନଙ୍କ ପାଖରୁ ଆମେ ଶହ ଶହ ବର୍ଷ ବଞ୍ଚିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଶୁଣିଛନ୍ତି। ସାଧାରଣତଃ ସାଧୁ ସନ୍ଥମାନେ ଗୁପ୍ତ ସ୍ଥାନରେ ତପସ୍ୟା କରି ହଜାର ହଜାର ବର୍ଷ ଜୀବିତ ରହିଥାନ୍ତି ବୋଲି ବିଭିନ୍ନ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ହେଲେ କେହି ବି କେବେ ଶହ ଶହ ବର୍ଷ ବଞ୍ଚିଥିବା ବ୍ୟକ୍ତିଙ୍କୁ ନିଜ ଆଖିରେ ଦେଖି ନାହାନ୍ତି। ସବୁ କେବଳ ଶୁଣିବା ସାର ହୋଇଛି। ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ […]

Untitled-1

Rakesh Mallick
  • Published: Tuesday, 22 August 2017
  • , Updated: 22 August 2017, 03:15 PM IST

କାହାଣୀ ହେଉ କି ପରିବାରର ଗୁରୁଜନଙ୍କ ପାଖରୁ ଆମେ ଶହ ଶହ ବର୍ଷ ବଞ୍ଚିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଶୁଣିଛନ୍ତି। ସାଧାରଣତଃ ସାଧୁ ସନ୍ଥମାନେ ଗୁପ୍ତ ସ୍ଥାନରେ ତପସ୍ୟା କରି ହଜାର ହଜାର ବର୍ଷ ଜୀବିତ ରହିଥାନ୍ତି ବୋଲି ବିଭିନ୍ନ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ହେଲେ କେହି ବି କେବେ ଶହ ଶହ ବର୍ଷ ବଞ୍ଚିଥିବା ବ୍ୟକ୍ତିଙ୍କୁ ନିଜ ଆଖିରେ ଦେଖି ନାହାନ୍ତି। ସବୁ କେବଳ ଶୁଣିବା ସାର ହୋଇଛି। ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବାକୁ ଯାଉଛୁ, ଯିଏ ୨୦୦ ବର୍ଷ ହେଲା ଜୀବତ ଅଛନ୍ତି। ଯୋଗମୁଦ୍ରାରେ ଥିବା ଏହି ବ୍ୟକ୍ତିଙ୍କୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡି ଯାଇଛନ୍ତି। ବ୍ୟକ୍ତି ଜଣଙ୍କ ବଞ୍ଚିଛନ୍ତି ନା ତାଙ୍କର ମୃତ୍ୟୁ ଘଟି ସାରିଛି ତାକୁ ନେଇ ସନ୍ଦେହରେ ଅଛନ୍ତି ବୈଜ୍ଞାନିକମାନେ। ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ସମ୍ପର୍କରେ।

ତଥ୍ୟ ଅନୁସାରେ ମଙ୍ଗୋଲିଆର ଉଲନ ବେଟର ସହରରେ ଧ୍ୟାନମୁଦ୍ରାରେ ୨୦୦ ବର୍ଷ ହେଲା ବସିଥିବା ଜଣେ ବ୍ୟକ୍ତି ମିଳିଛନ୍ତି। ବ୍ୟକ୍ତି ଜଣଙ୍କ ପୁରା ମମି ପରି ଦିଶୁଛନ୍ତି। ବୈଜ୍ଞାନିକମାନେ ବ୍ୟକ୍ତି ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ହେଲେ ବୌଦ୍ଧ ଧର୍ମାଲମ୍ବୀଙ୍କ କହିବାର ହେଲା ସେ ମୃତ ନୁହନ୍ତି, ଘୋର ତସପ୍ୟାରେ ଲିନ୍‌ ଅଛନ୍ତି।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସାଧୁଙ୍କ ହୃଦସ୍ପନ୍ଦନ ହେଉନାହିଁ କି ରକ୍ତ ସଂଚାଳନ ହେଉନାହିଁ। ହେଲେ ତାଙ୍କ ଶରୀରର ବାଳ ଓ ନଖ ବଢୁଛି। ଏପରି ସ୍ଥିତିରେ ବ୍ୟକ୍ତି ଜଣଙ୍କ ମୃତ କି ଜୀବିତ ତାକୁ ନେଇ ବୈଜ୍ଞାନିକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି। ଶରୀରକୁ ଅଧ୍ୟୟନ ପାଇଁ ଉଲନର ଫରେନ୍‌ସିକ୍‌ ସେଣ୍ଟରକୁ ପଠାଯାଇଛି।

ମଙ୍ଗୋଲିୟାନ ଇଷ୍ଟିଚ୍ୟୁଟ୍‌ ଅଫ ବୁଦ୍ଧିଷ୍ଟ ଆର୍ଟର ଫାଉଣ୍ଡର ଗୋଙ୍ଗୌୱିନ ପୁରେବାତ କହିଛନ୍ତି- “ବସିଥିବା ମୁଦ୍ରାରୁ ତପସ୍ୱୀ ଜଣଙ୍କ ଜୀବିତ ଥିବା ସୂଚାଉଛି। ଏହାକୁ ତୁକଦାମ ମୁଦ୍ରା କୁହାଯାଇଥାଏ। ଏହି ମୁଦ୍ରାରେ ବ୍ୟକ୍ତି ଧ୍ୟାନମଗ୍ନ ହୋଇଯାଇଥାନ୍ତି।”

Related story