ବିଚିତ୍ର ନ୍ୟାୟ ! ୩୫,୦୦୦ ଟଙ୍କା ଦେଇ ଖସିଗଲେ ୪ ମାସ ଧରି ୧୪ ବର୍ଷୀୟା ଝିଅକୁ ଧର୍ଷଣ କରିଥିବା ଯୁବକ

ମାତ୍ର ୩୫,୦୦୦ ଟଙ୍କାରେ ବିକ୍ରି ହୋଇଗଲା ନ୍ୟାୟ। କଙ୍ଗାରୁ କୋର୍ଟର ନିଷ୍ପତ୍ତି ଆଗରେ ଚୁପ ରହିଲା ୧୪ ବର୍ଷୀୟ ବାପଛେଉଣ୍ଡ ନାବାଳିକା ସରସ୍ୱତୀ ଓ ତା’ ପରିବାର। ନ୍ୟାୟ ମାଗୁଥିଲା ସରସ୍ୱତୀର ନିରୀହ ଆଖି କିନ୍ତୁ ଗାଁର ତଥାକଥିତ ବଡ଼ ବଡ଼ିଆଙ୍କ ନାଲି ଆଖିରେ ଡରିଯାଇ କଁଅଳ ଦେହରେ ଅମଣିଷର ଜୁଲୁମ ସହି ନିରବ ହେବାକୁ ବାଧ୍ୟ ହେଲା। ତେଲେଙ୍ଗାନାର ମହବୁବବାଦର ଏକ ଗାଁରେ ଘଟିଛି ଏଭଳି ଘଟଣା। ଚଉଦ ବର୍ଷ ବୟସର ଝିଅ ସରସ୍ୱତୀକୁ ପଡୋଶୀ […]

story special

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 09:24 PM IST

ମାତ୍ର ୩୫,୦୦୦ ଟଙ୍କାରେ ବିକ୍ରି ହୋଇଗଲା ନ୍ୟାୟ। କଙ୍ଗାରୁ କୋର୍ଟର ନିଷ୍ପତ୍ତି ଆଗରେ ଚୁପ ରହିଲା ୧୪ ବର୍ଷୀୟ ବାପଛେଉଣ୍ଡ ନାବାଳିକା ସରସ୍ୱତୀ ଓ ତା’ ପରିବାର। ନ୍ୟାୟ ମାଗୁଥିଲା ସରସ୍ୱତୀର ନିରୀହ ଆଖି କିନ୍ତୁ ଗାଁର ତଥାକଥିତ ବଡ଼ ବଡ଼ିଆଙ୍କ ନାଲି ଆଖିରେ ଡରିଯାଇ କଁଅଳ ଦେହରେ ଅମଣିଷର ଜୁଲୁମ ସହି ନିରବ ହେବାକୁ ବାଧ୍ୟ ହେଲା।

ତେଲେଙ୍ଗାନାର ମହବୁବବାଦର ଏକ ଗାଁରେ ଘଟିଛି ଏଭଳି ଘଟଣା। ଚଉଦ ବର୍ଷ ବୟସର ଝିଅ ସରସ୍ୱତୀକୁ ପଡୋଶୀ ରାଜୀବ ନାମକ ଏକ ବିବାହିତ ପୁରୁଷ ଚାରିମାସ ହେବ ଧର୍ଷଣ କଲାପରେ ଗାଁରେ ବସିଥିବା ନିଷାପ ମିଟିଂରେ ୩୫,୦୦୦ ଟଙ୍କା ଦେଇ ଖସିଯିବାରେ ସଫଳ ହୋଇଛି।

ସରସ୍ୱତୀ ପିଲାବେଳୁ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ପଞ୍ଚମ ଶ୍ରେଣୀରୁ ପାଠପଢା ବନ୍ଦ କରି ଦିଆଯାଇଥିଲା। ବାପା ଆରପାରିରେ, ମାଆ ଦିନ ମଜୁରିଆ ହୋଇଥିବାରୁ ଝିଅକୁ ଘରେ ପୁରାଇ ପ୍ରତିଦିନ କାମକୁ ଯାଉଥିଲେ। ଦିନବେଳା ସରସ୍ୱତୀ ଘରେ ଏକା ରହୁଥିଲା। ଏହାର ସୁଯୋଗ ନେଇ ପଡୋଶୀ ରାଜୀବ ନାମକ ଜଣେ ବିବାହିତ ପୁରୁଷ ଚାରିମାସ ହେବ ସରସ୍ୱତୀକୁ ଧର୍ଷଣ କରି ଚାଲିଥିଲା। କିଛିଦିନ ପରେ ସରସ୍ୱତୀ ମାଆ ପାଖରେ ସବୁକଥା କହିଥିଲା। ଉପଯୁକ୍ତ ନ୍ୟାୟ ପାଇବା ପାଇଁ ସରସ୍ୱତୀର ମାଆ ଗାଁର ବଡ଼ବଡ଼ିଆଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଗାଁ ଲୋକ ଯାହା ବିଚାର କଲେ ମୁହଁ କାନ ଆଉଁସି ମାନି ହେବାକୁ ବାଧ୍ୟ ହେଲେ ସରସ୍ୱତୀ ଓ ତାଙ୍କ ମାଆ।

ଗାଁ ଲୋକେ ବିଚାର କଲେ। ରାଜୀବ ବାହା ହୋଇଥିବାରୁ କଥାଟା ଥାନାକୁ ଗଲେ ତାର ଭବିଷ୍ୟତ ଅନ୍ଧାର ହୋଇଯିବ। ତେଣୁ ଗାଁରେ ସବୁକଥା ମେଣ୍ଟାଇବାକୁ ନିଷ୍ପତ୍ତି ନିଆଗଲା। ଗାଁରେ ବସିଥିବା କଙ୍ଗାରୁ କୋର୍ଟରେ ରାଜୀବକୁ ଦୋଷୀ ସାବ୍ୟସ୍ତ କରାଗଲା ଓ କୁହାଗଲା ଯେହେତୁ ଘଟଣା ଘଟି ସାରିଲାଣି ତେଣୁ କଥାକୁ ଆଉ ନ ବଢ଼ାଇ ରଫାଦଫା କରିଦିଆ ଯାଉ। ନିଷ୍ପତ୍ତି ହେଲା, ସରସ୍ୱତୀର ପରିବାରକୁ ୩୫,୦୦୦ ଟଙ୍କା ଦେଲେ ରାଜୀବ ଧର୍ଷଣ ଦୋଷରୁ ମୁକ୍ତି ପାଇବ। ସେଇଆ ହେଲା, ପଞ୍ଚ ନିଷ୍ପତ୍ତି ଅନୁଯାୟୀ ରାଜୀବ ସରସ୍ୱତୀ ଓ ତା ମାଆଙ୍କୁ ୩୫,୦୦୦ ଟଙ୍କା ଦେଇ ଧର୍ଷଣ ଦୋଷରୁ ଖସିଗଲା। ତା ନାଁରେ ଆଉ ମାମଲା ରହିଲା ନାହିଁ।

କିନ୍ତୁ ଏପରି ଜଙ୍ଗଲ ନ୍ୟାୟ ବଳରେ ଜଣେ କୁନି ଝିଅର ଜୀବନ ନଷ୍ଟ କରିଥିବା ରାକ୍ଷସ ଈଶ୍ୱରଙ୍କ ପାଖରୁ ଖସି ପାରି ନଥିଲା। ଘଟଣା ସଂପର୍କରେ କେହି ଜଣେ ସହୃଦୟ ବ୍ୟକ୍ତି ପୋଲିସ ଷ୍ଟେସନରେ ଜଣାଥିଲେ। ପୋଲିସ ରାଜୀବ ଓ ଗାଁ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରାଜୀବ ଜେଲ୍ ଯିବ କି ନାହିଁ?

Related story